ETV Bharat / bharat

ଓଡିଶା ଓ ସୁରଟ ପାଇଁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚଳାଇବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ସୁରଟ ଓ ଓଡିଶା ପାଇଁ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ସହ ଭେଟି ଆଲୋଚନା କରିଛି ଗୁଜୁରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀର ଏକ ପ୍ରତିନିଧି ମଣ୍ଡଳୀ । ଅଧିକ ପଢନ୍ତୁ...

ଓଡିଶା ଓ ସୁରଟ ପାଇଁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚଳାଇବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଦାବି
ଓଡିଶା ଓ ସୁରଟ ପାଇଁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚଳାଇବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଦାବି
author img

By

Published : Oct 12, 2020, 9:07 PM IST

ସୁରଟ: ମହାମାରୀ କୋରୋନା ସଂକ୍ରମଣ କାରଣରୁ ଏଯାଏଁ ଦୈନିକ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇପାରିନି । ଯେଉଁସବୁ ଟ୍ରେନ ଚଳାଚଳ କରୁଛି ସେସବୁ ସ୍ବତନ୍ତ୍ର ଟ୍ରେନ । ଏପରି ସ୍ଥିତିରେ ଅନେକ ଯାତ୍ରୀଙ୍କୁ ଟିକଟ ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡୁଛି । ଏପରି ସ୍ଥିତିରେ ସୁରଟ ଓ ଓଡିଶା ପାଇଁ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ସହ ଭେଟି ଆଲୋଚନା କରିଛି ଗୁଜୁରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଏକ ପ୍ରତିନିଧି ମଣ୍ଡଳୀ ।

ସୁରଟ ଏବଂ ଓଡ଼ିଶା ପାଇଁ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ଚାମ୍ବର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲେ। ଏଥିପାଇଁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ଆବଶ୍ୟକୀୟ ଅନୁମୋଦନ ପାଇଁ ଏକ ଚିଠି ଲେଖିବାକୁ ଅନୁରୋଧ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି ।

ଏହି ଆଲୋଚନାରେ ଗୁଜୁରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀର ସଭାପତି ଦୀନେଶ ନୱାଡିଆ, ଉପସଭାପତି ଆଶିଷ ଗୁଜରାଟୀ, ଅବସରପ୍ରାପ୍ତ ସଭାପତି କେତନ ଦେଶାଇ ଏବଂ କୋଷାଧ୍ୟକ୍ଷ ମନୀଷ କାପଡିଆ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.