ETV Bharat / bharat

ସୀମାରେ ଖଣ୍ଡଯୁଦ୍ଧ: କରୋନା ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ

author img

By

Published : Apr 14, 2020, 7:37 AM IST

ନିୟନ୍ତ୍ରଣ ରେଖା (LOC) ନିକଟରେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି । ଭାରତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମାର୍ଚ୍ଚ ମାସରେ 411 ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି, ଯାହାକି ଗତ ବର୍ଷର ଏହି ସମୟ ତୁଳନାରେ 50 ପ୍ରତିଶତ ଅଧିକ ଏବଂ 2018ର ଏହି ସମୟ ତୁଳନାରେ ଦୁଇ ଗୁଣରୁ ଅଧିକ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ସାରା ବିଶ୍ବ କୋରୋନା ଭାଇରସ୍‌ ବିରୋଧରେ ସଂଗ୍ରାମ କରୁଥିବା ବେଳେ ଏବଂ ଆମେ ସମସ୍ତେ ଏକ ଅନିଶ୍ଚିତ ସ୍ଥିତି କବଳରୁ ମୁକୁଳିବାକୁ ଉଦ୍ୟମ କରୁଥିବା ବେଳେ ଦକ୍ଷିଣ ଏସିଆର ଏହି ଅଞ୍ଚଳ ଆଦୌ ପ୍ରଭାବିତ ହେଲା ଭଳି ମନେହୁଏ ନାହିଁ । ନିୟନ୍ତ୍ରଣ ରେଖା (LOC) ନିକଟରେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି । ଭାରତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମାର୍ଚ୍ଚ ମାସରେ 411 ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି, ଯାହାକି ଗତ ବର୍ଷର ଏହି ସମୟ ତୁଳନାରେ 50 ପ୍ରତିଶତ ଅଧିକ ଏବଂ 2018ର ଏହି ସମୟ ତୁଳନାରେ ଦୁଇ ଗୁଣରୁ ଅଧିକ ।

ଏପ୍ରିଲ 5 ତାରିଖ ଦିନ କେରାନ୍‌ ସେକ୍‌ଟର ଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ପାଞ୍ଚ ଜଣ ଆତଙ୍କବାଦୀ ସେନା ଯବାନଙ୍କ ଗୁଳିରେ ନିହତ ହୋଇଥିଲେ ଏବଂ ଏହି ଅପରେସନ୍‌ରେ ପାଞ୍ଚ ଜଣ ସ୍ପେସିଆଲ୍‌ ଫୋର୍ସ ଯବାନ ସହିଦ ହୋଇଥିଲେ । ପାଞ୍ଚ ଦିନ ପରେ ଭାରତୀୟ ସେନା ଜାରି କରିଥିବା ଏକ ଭିଡିଓରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଅବସ୍ଥିତ ଆତଙ୍କବାଦୀ ତାଲିମ କେନ୍ଦ୍ର ଏବଂ ଗୋଳାବାରୁଦ ଭଣ୍ଡାର ଉପରେ ଗୁଳିଗୋଳା ବର୍ଷଣ କରାଯାଉଥିବା ଦେଖାଯାଇଥିଲା । ଦୁଇ ଦିନ ପରେ, ସେହି ଏକା ସେକ୍ଟରରେ ପାକିସ୍ତାନ ସେନା ଗୁଳିମାଡ଼ କରିବା ଫଳରେ ତିନି ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ସାତ ଜଣ ଆହତ ହୋଇଥିଲେ । ମୃତକମାନଙ୍କ ମଧ୍ୟରେ ଜଣେ 8 ବର୍ଷର ଶିଶୁ ଥିଲା ।

ଏହି ସମୟରେ ସ୍ବାଭାବିକ ଭାବେ କେତେକ ପ୍ରଶ୍ନ ଉଠିଥିଲା । ଉଭୟ ଭାରତ ଓ ପାକିସ୍ତାନ ଏକ ବିରାଟ ସଂକଟ ଭିତର ଦେଇ ଗତି କରୁଥିବା ସମୟରେ, ଆମେ କ’ଣ କିଛି ଦିନ ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ସ୍ଥାପନ କରିପାରିବା ନାହିଁ ? ପରସ୍ପର ସହ ଲଢ଼ିବା ବଦଳରେ ଏକ ସାଧାରଣ ଶତ୍ରୁ ସହ ଲଢ଼ିବା ଲାଗି ଆମେ ଆମ ଶକ୍ତିର ଉପଯୋଗ କରିବା ଉଚିତ ନୁହେଁ କି ? ଉଭୟ ପ୍ରଶ୍ନର ଉତ୍ତର ହେବ ‘ହଁ’, କିନ୍ତୁ ଦୁଃଖଦ ବାସ୍ତବତା ହେଉଛି ଯେ ନୈତିକ ଦୃଷ୍ଟିକୋଣ ସବୁବେଳେ ଜାତୀୟ ନିଷ୍ପତ୍ତିର ଆଧାର ହୁଏନାହିଁ ।

ପ୍ରାୟତଃ ନିୟନ୍ତ୍ରଣ ରେଖା ନିକଟରେ ଗୁଳିମାଡ଼ ଘଟଣାକୁ ଉଭୟ ଦେଶର ସରକାରୀ ମୁଖପାତ୍ରମାନେ ଖୁବ୍‌ ସରଳୀକୃତ ଭାଷାରେ ଉପସ୍ଥାପନ କରିଥାଆନ୍ତି । ସାଧାରଣତଃ ଏଭଳି ବିବୃତିରେ ଚିରାଚରିତ ଭାବେ କୁହାଯାଇଥାଏ ଯେ ଅପର ପକ୍ଷରୁ “ବିନା କାରଣରେ ଗୁଳିମାଡ଼” କରାଯାଇଥିଲା ଏବଂ ଏହାର “ଦୃଢ଼ ଜବାବ” ଦିଆଯାଇଛି । କିନ୍ତୁ ବାସ୍ତବିକତା କିଛିଟା ଭିନ୍ନ । ଅସ୍ତ୍ରବିରତି ଉଲ୍ଲଂଘନ କେବଳ ଯେସାକୁ ତେସା ନୀତିରେ ସଂଘଟିତ ସଂଘର୍ଷ ନୁହେଁ, ବରଂ ନିୟନ୍ତ୍ରଣ ରେଖା ନିକଟ ସୁରକ୍ଷା ସ୍ଥିତିରେ ଉପୁଜିଥିବା ଏକ ବୃହତ୍‌ ସମସ୍ୟାର ପରିପ୍ରକାଶ ।

ଭାରତ ଓ ପାକିସ୍ତାନ ମଧ୍ୟରେ 2003ରେ ସଂପାଦିତ ସାଧାରଣ ଅସ୍ତ୍ରବିରତି ବୁଝାମଣାକୁ ଉଭୟ ପକ୍ଷ 2012 ଯାଏ ସମ୍ମାନର ସହ ପାଳନ କଲେ । 2013ରେ ନିୟନ୍ତ୍ରଣ ରେଖା ନିକଟରେ ପ୍ୟାଟ୍ରୋଲିଂ କରୁଥିବା ଭାରତୀୟ ସେନା ଉପରେ ଆକ୍ରମଣ ହୋଇଥିଲା ଏବଂ ଏଥିରେ ଜଣେ ସୈନିକ, ଲାନ୍‌ସ ନାୟକ ହେମରାଜଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରିଦିଆଯାଇଥିଲା । ନିୟନ୍ତ୍ରଣ ରେଖା ପାଖରେ ମାଇନ୍‌ ବିଛାଇବା ଏବଂ ଉନ୍ନତ ବିସ୍ଫୋରକ ଉପକରଣ- IED ରଖିବା ଭଳି ଘଟଣା ବଢ଼ିବାରେ ଲାଗିଲା । ସେହି ବର୍ଷ ଅଗଷ୍ଟରେ, ପୁଞ୍ଚ ସେକ୍‌ଟରରେ ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍‌ ଦ୍ବାରା ଆକ୍ରମଣ ଫଳରେ ପାଞ୍ଚ ଜଣ ଭାରତୀୟ ଯବାନ ପ୍ରାଣ ହରାଇଲେ ।

ସାମଗ୍ରୀକ ଭାବେ ସୁରକ୍ଷା ସ୍ଥିତି ବିଗିଡ଼ିବା ସହିତ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଲା ଏବଂ ନିୟନ୍ତ୍ରଣ ରେଖାରେ ବିସ୍ଫୋରକ ସ୍ଥିତି ଲାଗି ରହିଲା । ସୀମାପାର ଗୁଳିଗୋଳା ବର୍ଷଣ ଏତେ ବୃଦ୍ଧି ପାଇଲା ଯେ, 14 ବର୍ଷ ଭିତରେ ପ୍ରଥମ ଥର ପାଇଁ ଉଭୟ ଦେଶର ସାମରିକ ଅଭିଯାନର ମହାନିର୍ଦ୍ଦେଶକ ଦୁହେଁ ବ୍ୟକ୍ତିଗତ ଭାବେ ସାମନାସାମନି ବସି ବୈଠକ କରିବାକୁ ରାଜି ହେଲେ । ଯଦିଓ ସ୍ଥିତି ସୁଧାରି ନେବା ଲାଗି ଏକ ବୁଝାମଣା ସଂପାଦିତ ହୋଇଥିଲା, ହେଲେ ବାସ୍ତବ କ୍ଷେତ୍ରରେ ଏହାର ସେତେଟା ପ୍ରଭାବ ପଡ଼ିଲା ନାହିଁ ଏବଂ 2014ରେ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ବୃଦ୍ଧି ପାଇଲା ।

2013ର ଉଦାହରଣ ଦେଇ ମୁଁ ଦର୍ଶାଇବାକୁ ଚାହେଁ ଯେ, 2003 ବୁଝାମଣାର ଅନୁପାଳନ ଲାଗି ଉଭୟ ପକ୍ଷ ମୌଖିକ ଭାବେ ରାଜି ହେବେ ବୋଲି ଆଶା କରିବା ନିହାତି ଅନୁଭବହୀନତାର ପରିଚାୟକ ହେବ ଏବଂ ଏମିତିକି ପରିକଳ୍ପିତ ଭାବରେ ଏହାର କାର୍ଯ୍ୟକାରିତା ବି ସୀମାରେ ଶାନ୍ତିପୂର୍ଣ୍ଣ ସ୍ଥିତି ସ୍ଥାପନରେ ରୂପାନ୍ତରିତ ହେବ । ଏ କ୍ଷେତ୍ରରେ କୌଣସି ବାସ୍ତବ ସଫଳତା ଲାଗି ପାକିସ୍ତାନକୁ ସେମାନଙ୍କ ପଟୁ ଅନୁପ୍ରବେଶ ନିୟନ୍ତ୍ରଣ କରିବାକୁ ପଡ଼ିବ । ନିୟନ୍ତ୍ରଣ ରେଖା ଦେଇ ଯଦି ଅନୁପ୍ରବେଶ ଅବ୍ୟାହତ ରହେ ଏବଂ ଭାରତୀୟ ସୈନ୍ୟମାନେ ସହିଦ ହୁଅନ୍ତି ତେବେ ଶାନ୍ତି ସ୍ଥାପିତ ହୋଇପାରିବ ନାହିଁ ।

ଏଥିପାଇଁ କାଶ୍ମୀର ପ୍ରତି ପାକିସ୍ତାନର ‘ରାଜ୍ୟ ଭିତରେ ରାଜ୍ୟ’ ସ୍ଥାପନ ଭଳି ଷଡ଼ଯନ୍ତ୍ରକାରୀ ଆଭିମୁଖ୍ୟରେ ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନ ଆବଶ୍ୟକ ଏବଂ ଏହାକୁ ଭାରତର ସମ୍ଭାବିତ କର୍ତ୍ତୃତ୍ବକୁ ଗ୍ରହଣ କରିନେବାର ଦୀର୍ଘକାଳୀନ ଇଚ୍ଛାପ୍ରକାଶ ରୂପେ ଗ୍ରହଣ କରାଯିବ । ଏମିତି ଏକ ସମୟ ଆସେ, ଯେତେବେଳେ ଆଶା ଉପରେ ବାସ୍ତବତା ନିଶ୍ଚିତ ପ୍ରାଧାନ୍ୟ ବିସ୍ତାର କରେ ଏବଂ ଏହା ସେହି ଆଶା ଯାହାକୁ ଦୀର୍ଘ ସମୟ ଧରି ପୋଷଣ କରାଯାଇଥିଲେ ହେଁ କୌଣସି ସଫଳତା ମିଳିନାହିଁ । ପ୍ରାୟତଃ ଏହା କୁହାଯାଇଥାଏ ଯେ ଆଶା ଏକ ରଣନୀତି ନୁହେଁ ଏବଂ ପାକିସ୍ତାନ ସେନା ଏହାକୁ ଗ୍ରହଣ କରିନେବାର ସମୟ ଉପନୀତ ।

2019 ଅଗଷ୍ଟରେ ଜାମ୍ମୁ ଓ କାଶ୍ମୀର ସଂପର୍କରେ ଭାରତୀୟ ସରକାର ନେଇଥିବା ନିଷ୍ପତ୍ତି ଯୋଗୁଁ ଭାରତ-ପାକିସ୍ତାନ-କାଶ୍ମୀର ନାମକ ତ୍ରିଭୂଜଟି ସରଳରେଖାରେ ପରିଣତ ହୋଇଯାଇଛି ଏବଂ ପାକିସ୍ତାନକୁ ଏହି ସମୀକରଣରୁ ହଟାଇ ଦିଆଯାଇଛି । ଧାରା 370 ଭାରତୀୟ ସମ୍ବିଧାନର ଏକ ବ୍ୟବସ୍ଥା ଏବଂ ଏକ ଦ୍ବିପାକ୍ଷିକ ପ୍ରସଙ୍ଗ ନୁହେଁ । ଏ ସଂପର୍କରେ ବିଭିନ୍ନ ଅନ୍ତର୍ଜାତୀୟ ସାମ୍ମୁଖ୍ୟରେ ଅଭିଯୋଗ କରାଗଲେ, ଏହାକୁ ଖୁବ୍‌ କମ୍‌ ସମର୍ଥନ ମିଳିବ । ବିଶ୍ବର ବହୁସଂଖ୍ୟକ ଦେଶ ଭାରତର ଦୃଷ୍ଟିକୋଣକୁ ଗ୍ରହଣ କରିସାରିଲେଣି ।

କାଶ୍ମୀର ପ୍ରସଙ୍ଗରେ ସରକାରଙ୍କ ଭୂମିକା ସଂପର୍କରେ ପ୍ରଶ୍ନ ଉଠାଯାଇପାରେ । କିନ୍ତୁ ଯାହାହେଲେ ବି ଏହା ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏଥିରେ ପାକିସ୍ତାନ କୌଣସି ଗଠନମୂଳକ ଭୂମିକା ଗ୍ରହଣ କରିପାରିବ ନାହିଁ । ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଲୋକଙ୍କ ଆଶା, ପରିଚୟ ହରାଇବାର ଆଶଙ୍କା, ଆର୍ଥିକ ବିକାଶ ଏବଂ ଯୁବ ବର୍ଗର ଆଶା ପୂରଣ ପ୍ରଭୃତି ଏଭଳି ପ୍ରସଙ୍ଗ ଯାହାକି କେବଳ ଭାରତ ସରକାରଙ୍କ ଦ୍ବାରା ହିଁ ସମାହିତ ହୋଇପାରିବ ।

କାର୍‌ଗିଲ ଲଢ଼େଇ ପରେ ପାକିସ୍ତାନରେ କିଛିଟା ଆତ୍ମଚିନ୍ତନ ହୋଇଥିଲା ଯେ, ଏଭଳି ବିପଜ୍ଜନକ ରାସ୍ତାରେ ଦେଶ ଆଗେଇ ଯିବା ଉଚିତ ଥିଲା କି ନାହିଁ । ଜଣେ ପ୍ରବୀଣ କୂଟନୀତିଜ୍ଞ, ସାହିଦ ଏମ୍‌. ଅମିନ ଲେଖିଥିଲେ ଯେ, “ଦେଶ ଏହାର ସୀମା ଏବଂ ପ୍ରାଥମିକତା ସଂପର୍କରେ ନିଷ୍ଠୁର ବାସ୍ତବବାଦୀ ହେବା (ଉଚିତ) ଦରକାର । ପ୍ରଥମ ଏବଂ ପ୍ରଧାନ କଥା ହେଉଛି, କାଶ୍ମୀର ପ୍ରତି ଆମର ଆସକ୍ତି ସମେତ ଅନ୍ୟ ସବୁ ପ୍ରସଙ୍ଗକୁ ପଛରେ ରଖି ପାକିସ୍ତାନ ନିଜେ ତିଷ୍ଠି ରହିବାକୁ ପ୍ରାଥମିକତା ଦେବା ଆବଶ୍ୟକ ।” ସଂପ୍ରତି କରୋନା ଭାଇରସ୍‌ ସହ ଯୁଦ୍ଧ ଚାଲିଥିବା ସମୟରେ ପାକିସ୍ତାନ ଅନୁରୂପ ଆତ୍ମନିରୀକ୍ଷଣ କରିବ କି ନାହିଁ ତାହା ଦେଖିବାକୁ ବାକି ରହିଛି ।

ହୁଏତ ଏଭଳି ଲାଗିପାରେ ଯେ ନିୟନ୍ତ୍ରଣ ରେଖାରେ ଶାନ୍ତି ସ୍ଥାପନର ସମସ୍ତ ଦାୟିତ୍ବକୁ ମୁଁ ପାକିସ୍ତାନ ସେନା ମୁଣ୍ଡରେ ଲଦି ଦେଇଛି, କିନ୍ତୁ ତାହା ହିଁ ବାସ୍ତବତା । ସୀମାରେ ଭାରତୀୟ ସେନାର ଏକ ଆକ୍ରମଣାତ୍ମକ ମନୋଭାବ ରହିଛି ସତ, ହେଲେ ପ୍ରାଥମିକ ଭାବେ ତାହା କେବଳ ଏକ ଶାସ୍ତିମୂଳକ ରଣନୀତି ଅନୁସାରେ ଅନୁପ୍ରବେଶ ରୋକିବା ଲାଗି ଉଦ୍ଦିଷ୍ଟ । ନିୟନ୍ତ୍ରଣ ରେଖାରେ ଲାଗି ରହିଥିବା ଉତ୍ତାପକୁ ହ୍ରାସ କରିବାର ସାମଗ୍ରୀକ ଦାୟିତ୍ବ ସଂପୂର୍ଣ୍ଣ ଭାବେ ପାକିସ୍ତାନ ହାତରେ ରହିଛି । ହେଲେ, ଭାରତ ଏହାର ‘କଥାବାର୍ତ୍ତା ବନ୍ଦ’ ନୀତିର ସମୀକ୍ଷା କରିବା ଦରକାର ଏବଂ ପାକିସ୍ତାନ ପଟୁ ନିଷ୍ଠାପୂର୍ଣ୍ଣ ଆଗ୍ରହ ପ୍ରକାଶ ପାଇଲେ ସକାରାତ୍ମକ ପ୍ରତିକ୍ରିୟା ରଖିବା ଉଚିତ । କୋଭିଡ୍‌-19ର ମୁକାବିଲା ଲାଗି ସାର୍କ ରାଷ୍ଟ୍ର ସମୂହର ମିଳିତ ଉଦ୍ୟମ ଦିଗରେ ଜଣେ ରାଷ୍ଟ୍ରନେତା ଭାବେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଭୂମିକା ବର୍ତ୍ତମାନ ସମୟର ଆବଶ୍ୟକତା ।

ଜାମ୍ମୁ ଓ କାଶ୍ମୀରର ଲୋକଙ୍କ ପାଇଁ ଉଭୟ ଦେଶ ସହାନୁଭୂତି ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଗୁଳିମାଡ଼ ଜାରି ରହିଥିବାରୁ ସୀମାର ଉଭୟ ପଟେ ଥିବା ନାଗରିକମାନେ ହିଁ ସବୁଠୁ ଅଧିକ ଦୁଃଖକଷ୍ଟ ଭୋଗୁଛନ୍ତି । ବର୍ତ୍ତମାନ ସମୟରେ, ମାନବ ଜାତିର ସଂକଟକୁ ଆଉ ଅଧିକ ନ ବଢ଼ାଇବା ଲାଗି କାର୍ଯ୍ୟ କରିବା ହିଁ ଉଭୟ ଭାରତ ଓ ପାକିସ୍ତାନ ପାଇଁ ଅନିବାର୍ଯ୍ୟ ପନ୍ଥା । କିନ୍ତୁ, କୌଣସି ବିଶ୍ବାସ ଗଠନ ପଦକ୍ଷେପକୁ ସଫଳ କରାଇବାକୁ ହେଲେ, ଆମକୁ ଉଭୟ ପକ୍ଷ ମଧ୍ୟରେ ରହିଥିବା ବିଶ୍ବାସକୁ ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ବିକଶିତ କରାଇ ଏହାର ଆରମ୍ଭ କରିବାକୁ ହେବ । ବିଶ୍ବାସର ଏହି ସେତୁ ଗଠନ କରିବାକୁ ହେଲେ ଅତୀତର ପରିକଳ୍ପନାକୁ ପରିହାର କରିବାକୁ ହେବ । ଏ କ୍ଷେତ୍ରରେ ଆମେ ଆଇଜାକ ଆସିମୋଭଙ୍କ ପରାମର୍ଶକୁ ଗୁରୁତ୍ବ ଦେବା-“ ଆପଣଙ୍କ ପରିକଳ୍ପନା ହିଁ ସାରା ବିଶ୍ବ ପାଇଁ ଆପଣଙ୍କର ଗବାକ୍ଷ । ମଝିରେ ମଝିରେ ତାକୁ ଘଷିମାଜି ସଫା କରିନିଅନ୍ତୁ, ନହେଲେ ଆଲୋକ ଭିତରକୁ ଆସିବ ନାହିଁ ।”

ଲେଫ୍‌ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଡି.ଏସ୍‌.ହୁଡ଼ା, (2016ରେ ସର୍ଜିକାଲ ଷ୍ଟ୍ରାଇକ୍‌ର ନେତୃତ୍ବ ନେଇଥିବା ସେନା ଅଧିକାରୀ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.