ETV Bharat / bharat

ଭିଡ ହିଂସାକୁ ନେଇ କୌଣସି ଆଇନ ଆଣିବନି କେନ୍ଦ୍ର

ଭିଡ ହିଂସାକୁ ନେଇ କୌଣସି ନୂଆ ଆଇନ ଆଣିବେନି କେନ୍ଦ୍ର ସରକାର । ମିଳିଥିବା ସୂଚନା ମୁତାବକ, ସାମୁହିକ ହିଂସା ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାର ଆଇନ ଆଣିବା ପାଇଁ ଅନିଚ୍ଛୁକ । ତେବେ ପ୍ରତ୍ୟେକ ରାଜ୍ୟ ସରକାର ଏହି ମାମଲାକୁ ନିୟନ୍ତ୍ରଣାଧିନ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚାହୁଁଛି କେନ୍ଦ୍ର ।

author img

By

Published : Jul 17, 2019, 5:45 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭିଡ ହିଂସାକୁ ନେଇ କୌଣସି ନୂଆ ଆଇନ ଆଣିବେନି କେନ୍ଦ୍ର ସରକାର । ମିଳିଥିବା ସୂଚନା ମୁତାବକ, ସାମୁହିକ ହିଂସା ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାର ଆଇନ ଆଣିବା ପାଇଁ ଅନିଚ୍ଛୁକ । କାରଣ କେନ୍ଦ୍ର ସରକାରଙ୍କ ମୁତାବକ ଏହି ମାମଲା ପାଇଁ ପର୍ଯ୍ୟାପ୍ତ ଆଇନ ରହିଛି । ତେବେ ପ୍ରତ୍ୟେକ ରାଜ୍ୟ ସରକାର ଏହି ମାମଲାକୁ ନିୟନ୍ତ୍ରଣାଧିନ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚାହୁଁଛନ୍ତି କେନ୍ଦ୍ର ସରକାର ।

ପ୍ରକାଶ ଯେ, ମୋଦି ସରାକର-1ରେ ଭିଡ ହିଂସାକୁ ନେଇ ଏକ ମନ୍ତ୍ରୀ ସମୂହ ଗଠନ କରାଯାଇଥିଲା । ଗୃହ ସଚ୍ଚିବଙ୍କ ଅଧ୍ୟକ୍ଷତାରେ ଏକ ସମିତି ମଧ୍ୟ ଗଠନ କରାଯାଇଥିଲା । ଏହି ସିମିତର ରିପୋର୍ଟ ଏପର୍ଯ୍ୟନ୍ତ ସରକାର ସାର୍ବଜନିନ କରି ନାହାଁନ୍ତି ।

ସୂତ୍ରାନୁଯାୟୀ, ଗୃହ ମନ୍ତ୍ରଣାଳୟ ପୂର୍ବରୁ ହିଁ ଏଭଳି ମାମଲା ସହ ମୁକାବିଲା କରିବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟମାନଙ୍କ ଦ୍ବାରା ଉଠାଯାଇଥିବା ସମସ୍ତ ପଦକ୍ଷେପର ସମୀକ୍ଷା କରାଯାଉଛି । କେନ୍ଦ୍ରର କହିବା କଥା ହେଲା ରାଜ୍ୟ ନିଜର ଭିଡ ହିଂସା ନିଜେ ସମାଧାନ କରୁ ।

ତେବେ ଭିଡ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ରାଜସ୍ଥାନ ସରକାର ଆଇନ ଆଣିବାକୁ ଯାଉଛନ୍ତି ।ମବ ଲିଞ୍ଚିଂ ଏବଂ ଅନର କିଲିଂ ବିରୋଧରେ ରାଜସ୍ଥାନ ସରକାର ଖୁବଶୀଘ୍ର ଆଇନ ଆଣିବେ ବୋଲି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ ମଙ୍ଗଳବାର ରାଜ୍ୟ ବିଧାନସଭାରେ ଏହି ନିଷ୍ପତ୍ତି କଥା ଘୋଷଣା କରିଛନ୍ତି । ଚଳିତ ବର୍ଷ ଲୋକସଭାରେ ଆଗତ 2019-20 ବଜେଟରେ ହୋଇଥିବା ଯୁକ୍ତିତର୍କର ଉତ୍ତର ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ଏହି କଥା କହିଛନ୍ତି । ଦିନକୁ ଦିନ ବଢିଚାଲିଛି ହିଂସାକାଣ୍ଡ । ଏହାକୁ ଦୃଷ୍ଟିରେ ରଖି ଗେହଲୋଟ କହିଛନ୍ତି, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ଭଳି ରାଜସ୍ଥାନରେ ମବ ଲିଞ୍ଚିଂକୁ ରୋକିବା ପାଇଁ ଏକ ଅଧିନିୟମ ଅଣାଯିବ । ସେହି ପରି ଅନର କିଲିଂ ବିରୋଧରେ ମଧ୍ୟ କଡା ଆଇନ ଲାଗୁ କରାଯିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.