ETV Bharat / bharat

ଲକଡାଉନ 4.0ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦୈନିକ ହେବନି ପ୍ରେସମିଟ - ଲକଡାଉନ 4.0

ମେ 17ରେ ଶେଷ ହେଉଛି ଲକଡାଉନ 3.0 । ଏହା ସହିତ ଲକଡାଉନ 4.0 ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ଗତକାଲି ଆହ୍ବାନ କରିଛନ୍ତି । ତେବେ ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନ ନୂଆ ରୂପ ଓ ରଙ୍ଗରେ ଆସିବାକୁ ଯାଉଛି । ଅଧିକ ପଢନ୍ତୁ...

ଲକଡାଉନ 4.0ରେ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଦୈନିକ ହେବନି ପ୍ରେସ ମିଟ

author img

By

Published : May 13, 2020, 9:40 AM IST

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବା ପୂର୍ବରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନର ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକଡାଉନ 4.0 ନୂଆ ରୂପ ଓ ନୂଆ ନିୟମ ସହିତ ଆସିବ ବୋଲି ସେ କହିଛନ୍ତି । ଯେଉଁଥିରେ ଆର୍ଥକ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯିବ । ଏଥିସହିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦୈନନ୍ଦିନ ପ୍ରେସ ମିଟ କରାଯିବ ନାହିଁ ।

ପ୍ରତିଦିନ ଦେଶରେ କୋରୋନା ସମ୍ବନ୍ଧୀୟ ତଥ୍ୟ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ ମିଟ ଜାରି ହୋଇଆସିଛି । ଲକଡାଉନ 4.0ରେ ସ୍ବାସ୍ଥ୍ୟ ମନ୍ତଣାଳୟ ପକ୍ଷରୁ ଦୈନନ୍ଦିନ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ନାହିଁ । ଏହା ପରିବର୍ତ୍ତେ ହେଲଥ ବୁଲେଟିନ ଜାରି କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ କେନ୍ଦ୍ର ଯୁଗ୍ମ ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରୱାଲଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥାଏ । ଏହି ସମ୍ମିଳନୀରେ ଦେଶରେ କୋରୋନା ପରିସ୍ଥିତି, ସଂକ୍ରମିତଙ୍କ ସଂଖ୍ୟା ଓ ଟେଷ୍ଟିଂ ଉପରେ ସୂଚନା ଦିଆଯାଇଥାଏ ।

ଗତ ମଙ୍ଗଳବାର ମହାମାରୀ କୋରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟ ସମ୍ବୋଧନ କରିଥିଲେ । ଯେଉଁଠି ସେ ଆତ୍ମନିର୍ଭରଶୀଳ ହେବାକୁ ଆହ୍ବାନ କରିଥିଲେ । ଏହା ସହ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ସ୍ଥାନୀୟ ଚାହିଦା ଓ ଉତ୍ପାଦନକୁ ଗୁରୁତ୍ବ ଦେବାକୁ ମୋଦି କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.