ETV Bharat / bharat

ଜମ୍ମୁ-କାଶ୍ମୀରରେ 3 ବାମ୍ବୋ କ୍ଲଷ୍ଟରର ଶୁଭାରମ୍ଭ କରିବ କେନ୍ଦ୍ର, 25 ହଜାର ପାଇବେ ନିଯୁକ୍ତି - ଜାମ୍ମୁ ଓ କାଶ୍ମୀରରେ 3 ବାମ୍ବୋ କ୍ଲଷ୍ଟରର ଶୁଭାରମ୍ଭ କରିବ କେନ୍ଦ୍ର

ଜାମ୍ମୁ, କାତ୍ରା ଏବଂ ସାମ୍ବା ଅଞ୍ଚଳରେ ବାଉଁଶ ଟୋକେଇ, ଅଗରବତୀ ଏବଂ ବାଉଁଶ ଚାରକୋଲ ତିଆରି ପାଇଁ ତିନୋଟି ବାମ୍ବୋ କ୍ଲଷ୍ଟରର ଆରମ୍ଭ କରାଯିବ । ଏନେଇ ଉତ୍ତର ପୂର୍ବାଞ୍ଚଳର ବିକାଶ ମନ୍ତ୍ରୀ (DoNER) ଡ. ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଏହା ପ୍ରାୟ 25 ହଜାର ଲୋକଙ୍କୁ ସିଧାସଳଖ ନିଯୁକ୍ତି ଯୋଗାଇବ ବୋଲି ସେ କହିଛନ୍ତି। ଅଧିକ ପଢନ୍ତୁ...

ଜମ୍ମୁ-କାଶ୍ମୀରରେ 3 ବାମ୍ବୋ କ୍ଲଷ୍ଟରର ଶୁଭାରମ୍ଭ କରିବ କେନ୍ଦ୍ର, 25 ହଜାର ପାଇବେ ନିଯୁକ୍ତି

author img

By

Published : Aug 29, 2020, 11:47 AM IST

ନୂଆଦିଲ୍ଲୀ: ଜମ୍ମୁ, କାତ୍ରା ଏବଂ ସାମ୍ବା ଅଞ୍ଚଳରେ ବାଉଁଶ ଟୋକେଇ, ଅଗରବତୀ ଏବଂ ବାଉଁଶ ଚାରକୋଲ ତିଆରି ପାଇଁ ତିନୋଟି ବାମ୍ବୋ କ୍ଲଷ୍ଟରର ଆରମ୍ଭ କରାଯିବ । ଏନେଇ ଉତ୍ତର ପୂର୍ବାଞ୍ଚଳର ବିକାଶ ମନ୍ତ୍ରୀ (DoNER) ଡ. ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟ ଆରମ୍ଭ ହେବା ଦ୍ବାରା ପ୍ରାୟ 25 ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇପାରିବେ । ଏତଦ୍‌ବ୍ୟତୀତ ଜମ୍ମୁ ନିକଟ ଘାଟିରେ ଥିବା ଏକ ମେଗା ବାମ୍ବୋ ଇଣ୍ଡଷ୍ଟ୍ରିଆଲ୍ ପାର୍କ ଏବଂ ବାଉଁଶ ପ୍ରଯୁକ୍ତିବିଦ୍ୟା ତାଲିମ କେନ୍ଦ୍ର ମଧ୍ୟ ଏହି ଅଞ୍ଚଳରେ ଆସିବ ।

ଭିତ୍ତିଭୂମି ବୃଦ୍ଧି ତଥା ବାମ୍ବୋ ସେକ୍ଟରରେ ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନିଆଯିବା ନେଇ DoNER ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଏହା କହିଛନ୍ତି । ତାଙ୍କ ମନ୍ତ୍ରଣାଳୟର ଏକ ଟିମ୍ ଖୁବ୍ ଶୀଘ୍ର ଜମ୍ମୁ ପରିଦର୍ଶନ କରିବେ ଏବଂ ଏହି ଅଞ୍ଚଳରେ ବାଉଁଶ ଚାଷ ପାଇଁ କ୍ଷେତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁସନ୍ଧାନ କରିବେ ବୋଲି ଡ. ଜିତେନ୍ଦ୍ର ସିଂ କହିଛନ୍ତି । ଆସନ୍ତାବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବାଉଁଶ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.