ETV Bharat / bharat

ଦିଲ୍ଲୀରେ 6 ଲକ୍ଷ କୋରୋନା ଟେଷ୍ଟ କରିବେ କେନ୍ଦ୍ର ସରକାର

author img

By

Published : Jun 18, 2020, 10:49 PM IST

ଦିଲ୍ଲୀରେ 6 ଲକ୍ଷ ରାପିଡ୍ କୋଭିଡ 19 ଟେଷ୍ଟ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ଦିଲ୍ଲୀରେ 6 ଲକ୍ଷ କୋରୋନା ଟେଷ୍ଟ କରିବେ କେନ୍ଦ୍ର ସରକାର
ଦିଲ୍ଲୀରେ 6 ଲକ୍ଷ କୋରୋନା ଟେଷ୍ଟ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାଜଧାନୀରେ ପରିସ୍ଥିତି ବିଗୁଡୁଥିବାର ଦେଖି ଦିଲ୍ଲୀ ସରକାରଙ୍କୁ ସାହାଯ୍ୟର ହାତ ବଢାଇଛି କେନ୍ଦ୍ର । ଦିଲ୍ଲୀରେ 6 ଲକ୍ଷ ରାପିଡ୍ କୋଭିଡ 19 ଟେଷ୍ଟ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ଏନେଇ ସୂଚନା ଦେଇଛନ୍ତି ।

ଭାରତ ସରକାର କୋରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ । କେନ୍ଦ୍ର ପକ୍ଷରୁ 500 ଭେଣ୍ଟିଲେଟର ଏବଂ 650 ଆମ୍ବୁଲାନ୍ସ ଦିଲ୍ଲୀକୁ ଯୋଗାଇ ଦିଆଯିବ । ଏହସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶରେ 169ଟି ରାପିଡ୍ ଟେଷ୍ଟିଂ ସେଣ୍ଟର ଖୋଲାଯାଇଛି । ଏଥିରେ ଦିଲ୍ଲୀର କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କ କୋଭିଡ 19 ପରୀକ୍ଷା କରାଯିବ ବୋଲି ରେଡ୍ଡୀ କହିଛନ୍ତି । ଏଥିପାଇଁ ଏହି ସମସ୍ତ ସେଣ୍ଟରକୁ 50 ହଜାର କିଟ୍ସ ଯୋଗାଯାଇଛି । ଏଠାରେ ମାତ୍ର ଅଧଘଣ୍ଟାରେ ରିପୋର୍ଟ ମିଳିଯିବ ବୋଲି ସେ କହିଛନ୍ତି ।

6 ଲକ୍ଷ ଲୋକଙ୍କ ପରୀକ୍ଷା କରିବାକୁ ଏହି କିଟ୍ସ ଦକ୍ଷିଣ କୋରିଆରୁ ଅଣାଯାଇଛି । ଏହି ସମସ୍ତ ସେଣ୍ଟରରେ ଲୋକଙ୍କ ମାଗଣା ପରୀକ୍ଷା ହେବ । କେନ୍ଦ୍ର ସରକାର ଏହାର ଖର୍ଚ୍ଚ ବହନ କରିବେ । ଦିଲ୍ଲୀରେ ଏବେ 431 ଭେଣ୍ଟିଲେଟର ଥିବାବେଳେ କେନ୍ଦ୍ର ଆଉ 500 ଯୋଗାଇବ । ସେହିପରି 350 ଆମ୍ବୁଲାନ୍ସର ସୁବିଧା ଥିବାବେଳେ 650 ଅଧିକ ଆମ୍ବୁଲାନ୍ସ ପ୍ରଦାନ କରିବେ କେନ୍ଦ୍ର ସରକାର । କିଟ୍ସ ପାଇଁ ଦିଲ୍ଲୀ ସରକାରଙ୍କୁ 277 କୋଟି ଟଙ୍କା ଦିଆଯାଇଥିଲା କିଶାନ ରେଡ୍ଡୀ ସୂଚନା ଦେଇଛନ୍ତି ।

ସେହିପରି ପ୍ରାୟ 7.32 ଲକ୍ଷରୁ ଅଧିକ ଏନ95 ମାସ୍କ ଦିଲ୍ଲୀ ସରକାରଙ୍କୁ ଦିଆଯାଇଛି । 25 ଲକ୍ଷ ଏଚସିକ୍ୟୁ ଟାବଲେଟ୍, 4.41 ଲକ୍ଷ ପିପିଇ କିଟ୍ସ ଏବେ ସୁଦ୍ଧା ଦିଲ୍ଲୀକୁ ପ୍ରଦାନ କରିଛି କେନ୍ଦ୍ର । ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି କୋଭିଡ 19 ଟେଷ୍ଟିଂ ସେଣ୍ଟର ପରିଦର୍ଶନ ବେଳେ ରେଡ୍ଡୀ କହିଛନ୍ତି । ପ୍ରକାଶ ଥାଉ କି ବୁଧବାର ଦିଲ୍ଲୀରେ ସର୍ବାଧିକ 2414 କେସ ବାହାରିଥିଲା । ଏବେ ସୁଦ୍ଧା ଏଠାରେ 47 ହଜାର ଉପରେ ଆକ୍ରାନ୍ତ ସ୍ପଷ୍ଟ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.