ETV Bharat / bharat

କଡା ନିୟମରେ ବିଦେଶରୁ ଫେରିବ କୋରୋନା ଆକ୍ରାନ୍ତଙ୍କ ମୃତଦେହ:ଏମଏଚଏ - କୋରୋନା

ବିଦେଶରେ କୋରୋନାରେ ମୃତ୍ୟୁବରଣ କରିଥିବା ଭାରତୀୟ ନାଗରିକଙ୍କ ମୃତଦେହ ପ୍ରଯୁଜ୍ୟ ନିର୍ଦ୍ଦେଶାବଳୀ ପାଳନ କରାଯାଇ ଫେରାଇ ଅଣାଯିବ । ଏନେଇ ଗତ ଶନିବାର ସୂଚନା ଦେଇଛନନ୍ତି ଗୃହ ମନ୍ତ୍ରଣାଳୟ(ଏମଏଚଏ ) ।

corona
କଡା ନିୟମରେ ବିଦେଶରୁ ଫେରିବ କୋରୋନା ଆକ୍ରାନ୍ତଙ୍କ ମୃତଦେହ
author img

By

Published : Apr 26, 2020, 7:51 AM IST

ନୂଆଦିଲ୍ଲୀ: ବିଦେଶରେ କୋରୋନାରେ ମୃତ୍ୟୁବରଣ କରିଥିବା ଭାରତୀୟ ନାଗରିକଙ୍କ ମୃତଦେହ ପ୍ରଯୁଜ୍ୟ ନିର୍ଦ୍ଦେଶାବଳୀ ପାଳନ କରାଯାଇ ଫେରାଇ ଅଣାଯିବ । ଏନେଇ ଗତ ଶନିବାର ସୂଚନା ଦେଇଛନନ୍ତି ଗୃହ ମନ୍ତ୍ରଣାଳୟ(ଏମଏଚଏ ) ।

ଏକ ଅଫିସିଆଲ ଯୋଗାଯୋଗରେ ମନ୍ତ୍ରଣାଳୟ କହିଛି ଯେ, ବିମାନବନ୍ଦର କର୍ତ୍ତୃପକ୍ଷ ଏ ବାବଦରେ ବିଭିନ୍ନ ସରକାରୀ ଏଜେନ୍ସି ଦ୍ୱାରା ଦିଆଯାଇଥିବା ପ୍ରୋଟୋକଲଗୁଡ଼ିକୁ ଅନୁସରଣ କରିବାକୁ ପଡ଼ିବ। ଏହି ଯୋଗାଯୋଗରେ ଏହା ମଧ୍ୟ କୁହାଯାଇଛି ଯେ,କୋରୋନା ପରିଚାଳନା ସହ ଜଡିତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରି ଭାରତୀୟ ନାଗରିକଙ୍କ ମୃତଦେହ ଫେରାଇ ଆଣିବା ପାଇଁ ଅନୁମତି ଦିଆଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ଆପତ୍ତି, ଅନୁମୋଦନ ଏବଂ ସମ୍ମତି ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଛି।

ଏମଏଚଏ ଏହା ମଧ୍ୟ କହିଛି ଯେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP)କୁ କଡାକଡି ପାଳନ କରାଯିବା ଆବଶ୍ୟକ। ଯଦି କୋରୋନା ସନ୍ଦିଗ୍ଧ କିମ୍ବା କୋରୋନା ଆକ୍ରାନ୍ତ ମୃତଦେହ ଭାରତୀୟ ବିମାନବନ୍ଦରରେ ପହଞ୍ଚେ ତେବେ ସମ୍ପୃକ୍ତ ବିମାନବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ (ଏପିଏଚଓ)ଙ୍କୁ କିଛି ପ୍ରକ୍ରିୟା ଅନୁସରଣ କରିବାକୁ ପଡିବ । ଏପିଏଚଓ କୋରୋନା ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧଙ୍କ ମୃତ୍ୟୁ ପ୍ରମାଣପତ୍ର ଯାଞ୍ଚ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.