ETV Bharat / bharat

କେରଳ ବିମାନ ଦୁର୍ଘଟଣା, 2 ଜଣିଆ ଟିମକୁ ତଦନ୍ତ ନିର୍ଦ୍ଦେଶ ଦେଲେ ହରଦୀପ୍ ସିଂ ପୁରୀ - Kerala's Kozhikode airport

କେରଳର କୋଝିକୋଡ ବିମାନ ବନ୍ଦରରେ ଭୟଙ୍କର ବିମାନ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏୟାର ଇଣ୍ଡିଆ, ବିମାନବନ୍ଦର ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଏଆଇ) ଏବଂ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ (AAIB)ର ଦୁଇଜଣ ପ୍ରଫେସନାଲ ଦଳ ଏହି ଦୁର୍ଘଟଣାର ବିସ୍ତୃତ ଅନୁସନ୍ଧାନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ନିର୍ଦ୍ଦେଶ ଦେଇଛନ୍ତି।

କେରଳ ବିମାନ ଦୁର୍ଘଟଣା, 2 ଜଣିଆ ଟିମକୁ ତଦନ୍ତ ନିର୍ଦ୍ଦେଶ ଦେଲେ ହରଦୀପ୍ ସିଂ ପୁରୀ

author img

By

Published : Aug 8, 2020, 7:47 AM IST

ନୂଆଦିଲ୍ଲୀ:କେରଳର କୋଝିକୋଡ ବିମାନ ବନ୍ଦରରେ ଗତକାଲିର ଭୟଙ୍କର ବିମାନ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଥିରେ ବିଶ୍ବ ସମୂହ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ତେବେ ଏଭଳି ଭୟଙ୍କର ଦୁର୍ଘଟଣା କେଉଁ କାରଣରୁ ଘଟିଲା ସେନେଇ କେନ୍ଦ୍ର ତଦନ୍ତ ନିର୍ଦ୍ଦେଶ ଦେଇଛି। ଏୟାର ଇଣ୍ଡିଆର ଏହି ବିମାନ ଦୁର୍ଘଟଣାରେ 19 ଜଣ ପ୍ରାଣ ହରାଇଛନ୍ତି, ମୃତକଙ୍କ ମଧ୍ୟରେ 2 ପାଇଲଟ ମଧ୍ୟ ରହିଛନ୍ତି।

  • Two investigation teams of professionals from @airindiain @AAI_Official & AAIB will leave for Kozhikode at 02.00 hrs & 05.00 hrs.

    Everyone has now been rescued from the aircraft.

    Rescue operations are now complete.

    Injured being treated at various city hospitals.

    — Hardeep Singh Puri (@HardeepSPuri) August 7, 2020 " class="align-text-top noRightClick twitterSection" data=" ">

ଏୟାର ଇଣ୍ଡିଆ, ବିମାନବନ୍ଦର ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଏଆଇ) ଏବଂ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ (AAIB)ର ଦୁଇଜଣ ପ୍ରଫେସନାଲ ଦଳ ଏହି ଦୁର୍ଘଟଣାର ବିସ୍ତୃତ ଅନୁସନ୍ଧାନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ନିର୍ଦ୍ଦେଶ ଦେଇଛନ୍ତି। AAIB ହେଉଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ବିଭାଗ ଯାହା ଭାରତରେ ବିମାନ ଦୁର୍ଘଟଣା ଏବଂ ଘଟଣାର ଅନୁସନ୍ଧାନ କରିଥାଏ ।

"ଏୟାର ଇଣ୍ଡିଆ, AAI ଏବଂ AAIB ର ପ୍ରଫେସନାଲମାନଙ୍କର ଦୁଇଟି ଅନୁସନ୍ଧାନକାରୀ ଦଳ 02.00 ଘଣ୍ଟା ଏବଂ 05.00 ଘଣ୍ଟା ମଧ୍ୟରେ କୋଝିକୋଡେ ଯିବେ। ବର୍ତ୍ତମାନ ସମସ୍ତଙ୍କୁ ବିମାନରୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ଶେଷ ହୋଇଛି। ଆହତମାନେ ବିଭିନ୍ନ ସହରର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏୟାର ଇଣ୍ଡିଆ ଏବଂ ଏଏଆଇର ରିଲିଫ ଦଳ ଦିଲ୍ଲୀ ଏବଂ ମୁମ୍ବାଇରୁ ଯିବେ ବୋଲି ପୁରୀ ଟ୍ବିଟ କରି କହିଛନ୍ତି''।

  • As per the flight manifest there were 190 people on flight AXB-1344 including 174 adult passengers,10 infants, 4 cabin crew & 2 pilots.
    Unfortunately, 16 people have lost their lives. I offer my heartfelt condolences to their next of kin & pray for speedy recovery of the injured.

ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର ଦୁବାଇ-କୋଝିକୋଡ ବିମାନ(IX-1344) 184 ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିଲା । ତେବେ କେରଳରେ ବର୍ଷା କାରଣରୁ ଏହି ବିମାନଟି ରନଓ୍ବେରେ ହିଁ ଓଲଟି ପଡିଥିଲା । ଏହାପରେ ବିମାନଟିର କିଛି ଅଂଶରେ ନିଆଁ ମଧ୍ୟ ଲାଗିଛି। ବିମାନରେ 6 କ୍ରୁ ମେମ୍ବରଙ୍କ ଓ 10 ଶିଶୁଙ୍କ ସମେତ 184 ଯାତ୍ରୀ ଥିଲେ । ବିମାନଟି ଅବତରଣ କରୁଥିବା ସମୟରେ ରନଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.