ETV Bharat / bharat

15 ଦିନରେ କଣ୍ଟେନମେଣ୍ଟ ଜୋନ୍ ହଟାଇବାକୁ ଚିନ୍ତା କରିବ କେନ୍ଦ୍ର: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ - 15 ଦିନରୁ ଊର୍ଦ୍ଧ୍ବ କଣ୍ଟେନମେଣ୍ଟ ଜୋନ ହଟିବ

ହଟସ୍ପଟ ସହର କୁହାଯାଉଥିବା ଦିଲ୍ଲୀରେ 88 ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ସେପଟେ ଦିଲ୍ଲୀରେ ସୁସ୍ଥହାରକୁ ଦୃଷ୍ଟରେ ରଖି ଯେଉଁ ଅଞ୍ଚଳ 15 ଦିନରୁ ଊର୍ଦ୍ଧ୍ବ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା, ସେହି ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ ଉଠାଯିବା ଉପରେ ଚିନ୍ତା କରୁଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

15 ଦିନରେ କଣ୍ଟେନମେଣ୍ଟ ଜୋନ୍ ହଟାଇବାକୁ ଚିନ୍ତା କରିବ କେନ୍ଦ୍ର

author img

By

Published : Jul 27, 2020, 8:00 PM IST

ନୂଆଦିଲ୍ଲୀ: ସୁଧୁରୁଛି କୋରୋନା ସ୍ଥିତି । ହଟସ୍ପଟ ସହର କୁହାଯାଉଥିବା ଦିଲ୍ଲୀରେ 88 ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ସେହିପରି ମାତ୍ର 9 ପ୍ରତିଶତ ଲୋକେ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 2-3 ପ୍ରତିଶତ ଲୋକେ କୋରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଭବିଷ୍ୟତରେ ରାଜଧାନୀ ଆଉ ଲକଡାଉନର ସାମ୍ନା କରିବ ନାହିଁ । ଯାହାକି ରାଜଧାନୀବାସୀଙ୍କ ପାଇଁ ଖୁସି ଖବର ।

ସେପଟେ ଦିଲ୍ଲୀରେ ସୁସ୍ଥହାରକୁ ଦୃଷ୍ଟିରେ ରଖି ଯେଉଁ ଅଞ୍ଚଳ 15 ଦିନରୁ ଊର୍ଦ୍ଧ୍ବ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା, ସେହି ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ ଉଠାଯିବା ନେଇ ସରକାର ଚିନ୍ତା କରୁଥିବା କହିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଡିସଚାର୍ଜ ହେବାର 28 ଦିନ ପରେ ଘୋଷଣା କରାଯାଇଥିବା କଣ୍ଟେନମେଣ୍ଟ ଜୋନକୁ ଅନଲକ୍ କରାଯିବାର ସମ୍ଭାବନା ରହିଛି । ସୂଚନା ଥାଉକି ଦିଲ୍ଲୀରେ ଏପରି କିଛି ଅଞ୍ଚଳ ରହିଛି ଯାହା 3 ମାସ ଧରି କଣ୍ଟେନମେଣ୍ଟ ଜୋନ୍ ଭାବେ ରହିଛି । ଏହାକୁ ଉଠାଯାଇନାହିଁ । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟମନ୍ତ୍ରୀ କଣ୍ଟେନମେଣ୍ଟ ଜୋନ ବାବାଦରେ ଏପରି ନିଷ୍ପତ୍ତି ନେବାକୁ ଯାଉଛନ୍ତି ।

ସୂଚନା ଥାଉକି ଭାରତରେ 14 ଲକ୍ଷରୁ ଊର୍ଦ୍ଧ୍ବ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ 708 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଗତ 24 ଘଣ୍ଟା ମଧ୍ୟରେ 49,931 ମାମଲା ସର୍ବାଧିକ ବୃଦ୍ଧି ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କୋରୋନା ଭାଇରସ୍ ପଜିଟିଭ ମାମଲା ବର୍ତ୍ତମାନ 14,35,453 ରହିଛି । ଯେଉଁଥିରେ 4,85,114 ସକ୍ରିୟ ମାମଲା ଥିବା ବେଳେ 9,17,568 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 32,771 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.