ETV Bharat / bharat

କୋଭିଡ-19 ମୁକାବିଲା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି - Centre issues guidelines

କୋଭିଡ-19 ସହ ଲଢେଇ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର । ରବିବାର ଏହି ନୂଆ ଗାଇଡଲାଇନକୁ ଜାରି କରାଯାଇଛି । ସହର ବାହାରେ କ୍ବାରେଣ୍ଟାଇନ ସୁବିଧା କରିବା ପାଇଁ ଜାରି ହୋଇଛି ଗାଇଡଲାଇନ ।

quarantine facilities
କୋଭିଡ-19 ମୁକାବିଲା
author img

By

Published : Apr 6, 2020, 10:11 AM IST

ନୂଆଦିଲ୍ଲୀ: କୋଭିଡ-19 ସହ ଲଢେଇ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର । ରବିବାର ଏହି ନୂଆ ଗାଇଡଲାଇନକୁ ଜାରି କରାଯାଇଛି । ସହର ବାହାରେ କ୍ବାରେଣ୍ଟାଇନ ସୁବିଧା କରିବା ପାଇଁ ଗାଇଡଲାଇନ ଜାରି କରାଯାଇଛି । ଏହାସହ ସ୍ବାସ୍ଥ୍ୟକର୍ମଚାରୀ ଓ କ୍ବାରେଣ୍ଟାଇନ ବ୍ୟକ୍ତିଙ୍କ ମଧ୍ୟରେ ସମ୍ପର୍କକୁ ମଧ୍ୟ କମ୍ କରାଯାଇଛି ।

କ୍ବାରେଣ୍ଟାଇନ ସମୟରେ ପ୍ରତିଦିନ ସେମାନଙ୍କ ଶ୍ବାସପ୍ରକ୍ରିୟା, ତାପମାତ୍ରା ପରୀକ୍ଷା କରାଯିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ଆଡଭାଇଜରୀ ପ୍ରକାଶ କରାଯାଇଛି । କ୍ବାରେଣ୍ଟାଇନ ସୁବିଧାରେ ମୁଖ୍ୟ ମେଡିକାଲ ଅଫିସର ସେଠାକାର ଇନଚାର୍ଜ ରହିବେ । ଏହାସହ ଡାକ୍ତର, ମେଡିସିନ, ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ମାଇକ୍ରୋବାଇଓଲୋଜିଷ୍ଟ୍ (ଡାଇଗ୍ନୋଷ୍ଟିକ୍ ସପୋର୍ଟ ଏବଂ ଆଇପିସି ପାଇଁ), ସାଇକ୍ରେଟିସ ଓ ମନୋବିଜ୍ଞାନୀ ମଧ୍ୟ ଉପସ୍ଥିତ ରହିବେ ।

ସମସ୍ତ କ୍ବାରେଣ୍ଟାଇନ ଲୋକଙ୍କୁ ଦିନକୁ ଦୁଇଥର ପରୀକ୍ଷା କରାଯିବ । କାଶ, ଗଳାଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଲେ କ୍ବାରେଣ୍ଟାଇନରୁ ସିଧା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ । ସମସ୍ତ ସ୍ବାସ୍ଥ୍ୟସେବା କର୍ମଚାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ PPE ବ୍ୟବହାର କରୁଥିବା ସୁନିଶ୍ଚିତ କରିବେ, ସେମାନଙ୍କୁ PPE ପିନ୍ଧିବା ସମୟରେ ସେମାନଙ୍କୁ ସଠିକ ତାଲିମ ଦିଆଯିବ ।

ପ୍ରି-ପ୍ୟାକ୍ ହୋଇଥିବା ଖାଦ୍ୟକୁ କ୍ବାରେଣ୍ଟାଇନ ଲୋକଙ୍କୁ ଦିଆଯିବ । ସେମାନଙ୍କୁ 1-2 ମିଟର ଦୂରତା ବିଶିଷ୍ଟ ପୃଥକ ଶଯ୍ୟାରେ ରଖାଯିବା ଆବଶ୍ୟକ । ସମସ୍ତ ପରୀକ୍ଷା ପରେ ଯଦି କ୍ବାରେଣ୍ଟାଇନ ସରିବା ପରେ ଟେଷ୍ଟ ନେଗେଟିଭ୍ ଆସେ ତେବେ ତାଙ୍କୁ ଡିସଚାର୍ଜ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.