ETV Bharat / bharat

ବୟକଟ୍ ଚାଇନା, ବିହାରରେ 2900 କୋଟିର ନିବେଶ ହରାଇଲା ଡ୍ରାଗନ - ଗଲୱାନ ଘାଟି

ଗଲୱାନ ଘାଟିରେ ତିକ୍ତତା ଓ 20 ଭାରତୀୟ ଯବାନଙ୍କ ଶହୀଦ ପରେ ଚୀନ ପ୍ରତି ବିପଦ ଘନେଇବାରେ ଲାଗିଛି। ତେବେ ବିହାରର ଗଙ୍ଗା ନଦୀ ଉପରେ ଏକ ବ୍ରିଜ୍ ପ୍ରକଳ୍ପକୁ ବାତିଲ କରାଯାଇଛି। ଏହି ଦୁଇଟି ମେଗା ପ୍ରକଳ୍ପରେ ଦୁଇଟି ଚୀନ୍ କମ୍ପାନୀର ସମ୍ପୃକ୍ତି ରହିଛି।

ବୟକଟ୍ ଚାଇନା, ବିହାରରେ 2900 କୋଟିର ନିବେଶ ହରାଇଲା ଡ୍ରାଗନ

author img

By

Published : Jun 29, 2020, 2:10 PM IST

ନୂଆଦିଲ୍ଲୀ: ଗଲୱାନ ଘାଟିରେ ତିକ୍ତତା ଓ 20 ଭାରତୀୟ ଯବାନଙ୍କ ଶହୀଦ ପରେ ଚୀନ ପ୍ରତି ବିପଦ ଘନେଇବାରେ ଲାଗିଛି। ପ୍ରତ୍ୟେକ ସମୟରେ ବଡ ବଡ ଝଟକା ଲାଗୁଛି ଚୀନକୁ। ତେବେ ବୟକଟ ଚୀନ ଟ୍ରେଣ୍ଡ କରୁଥିବା ବେଳେ ବିହାରର ଗଙ୍ଗା ନଦୀ ଉପରେ ଏକ ବ୍ରିଜ୍ ପ୍ରକଳ୍ପକୁ ବାତିଲ କରାଯାଇଛି। ଏହି ଦୁଇଟି ମେଗା ପ୍ରକଳ୍ପରେ ଦୁଇଟି ଚୀନ୍ କମ୍ପାନୀର ସମ୍ପୃକ୍ତି ରହିଛି।

ବିହାର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ମନୋନୀତ ହୋଇଥିବା ଚାରିଜଣ କଣ୍ଟ୍ରାକ୍ଟରଙ୍କ ମଧ୍ୟରୁ ଦୁଇଜଣ ଚାଇନିଜ୍ ଏବଂ ଏହି କାରଣରୁ ଟେଣ୍ଡର ବାତିଲ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଅଧିକାରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ଅନ୍ୟ ଏକ ନୂତନ ଟେଣ୍ଡର ଚୟନ କରାଯିବ।

ସମଗ୍ର ପ୍ରକଳ୍ପର ପୁଞ୍ଜି ମୂଲ୍ୟ ପ୍ରାୟ 2,900 କୋଟି ଟଙ୍କା ଥିଲା । ଏହି ପ୍ରକଳ୍ପରେ 5.6 କିଲୋମିଟର ଲମ୍ବର ସେତୁ, ଅନ୍ୟାନ୍ୟ ଛୋଟ ବ୍ରିଜ୍, ଅଣ୍ଡରପାସ୍ ଏବଂ ରେଳ ଓଭରବ୍ରିଜ୍ ନିର୍ମାଣ ଅନ୍ତର୍ଭୁକ୍ତ ଥିଲା । ତେବେ ଗଲୱାନ ଘାଟିରେ ସଂଘର୍ଷ ପରେ କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ଏପରି ପଦକ୍ଷେପ ନିଆଯାଇଛି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ଉପରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ କମିଟି ଦ୍ବାରା ଡିସେମ୍ବର 16, 2019 ରେ ଏହି ପ୍ରକଳ୍ପ ପାଇଁ ସମସ୍ତ ବିଲ୍ ପାରିତ ହୋଇଥିଲା।

ଏହି ନୂତନ ସେତୁ ଗଙ୍ଗା ନଦୀ ପାର୍ଶ୍ୱରେ ଥିବା ମହାତ୍ମା ଗାନ୍ଧୀ ସେତୁ ସହିତ ସମାନ୍ତରାଳ ଭାବରେ ନିର୍ମାଣ ହେବ। ଏହି ସେତୁ ନିର୍ମାଣ ପାଟନା, ସରନ ଏବଂ ବୈଷ୍ଣବ ଜିଲ୍ଲାର ଲୋକଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ଏହି ମେଗା ପ୍ରୋଜେକ୍ଟରେ ଚାରିଟି ଯାନବାହାନ ଅଣ୍ଡରପାସ୍, ରେଳ ଓଭରବ୍ରିଜ୍, 1.58 କିଲୋମିଟର ଲମ୍ବ ଭିଆଡକ୍ଟ, ଫ୍ଲାଏ ଓଭର, ଚାରିଟି ଛୋଟ ବ୍ରିଜ୍, ପାଞ୍ଚଟି ବସ୍ ଆଶ୍ରୟସ୍ଥଳ ଏବଂ 13 ଟି ସଡକ ସଂଯୋଗ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ଜାନୁଆରୀ 2023 ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଆଶା ରଖାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.