ଡେରାଡୁନ: ଉତ୍ତରାଖଣ୍ଡରେ ଖୁବଶୀଘ୍ର ଆଉ ଏକ ରେଳସେବା ଯୋଡି ହେବାକୁ ଯାଉଛି । କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମୁମ୍ବାଇରୁ ନୈନିତାଲ ଜିଲ୍ଲାକୁ ଏକ ସିଧାସଳଖ ରେଳସେବାର ମଞ୍ଜୁରୀ ଦେଇଛନ୍ତି । ଏହି ଟ୍ରେନ ମହାରାଷ୍ଟ୍ରର ଦାଦରରୁ ନୈନିତାଲ ଜିଲ୍ଲାର ରାମନଗର ମଧ୍ୟରେ ଚାଲିବ ।
ଏହି ରେଳ ସେବା ଦ୍ବାରା ଉତ୍ତରାଖଣ୍ଡ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଲାଭ ମିଳିବ । ଏଥିସହ ପର୍ଯ୍ୟଟକ ସିଧାସଳଖ ନୈନିତାଲ ପହଞ୍ଚି ପାରିବେ । ଏହାଫଳରେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ।