ETV Bharat / bharat

ଛତିଶଗଡ ହାତୀ ମୃତ୍ୟୁ ମାମଲାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ଟିମ - deaths of elephants in chhattisgarh

ଛତିଶଗଡ ହାତୀ ମୃତ୍ୟୁ ମାମଲା । ଏଣିକି ଏହି ମାମଲାର ଯାଞ୍ଚ କରିବାକୁ ଛତିଶଗଡ ଆସୁଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ଛତିଶଗଡର ଅଧିକାରୀମାନେ କେନ୍ଦ୍ରୀୟ ବନ ବିଭାଗକୁ ଏକ ବିଶେଷଜ୍ଞ ଦଳ ପଠାଇବାକୁ ଅନୁରୋଧ କରିଥିଲେ । ଅଧିକ ପଢନ୍ତୁ...

central investigation committee will investigate the deaths of elephants in chhattisgarh
ଛତିଶଗଡ ହାତୀ ମୃତ୍ୟୁ ମାମଲାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍
author img

By

Published : Jun 18, 2020, 10:45 PM IST

ରାୟପୁର: ଛତିଶଗଡରେ ଲଗାତାର ଭାବେ ହାତୀ ମୃତ୍ୟୁ ଘଟଣା ସାମନାକୁ ଆସୁଛି । ଏହି ଘଟଣାକୁ ନେଇ କେନ୍ଦ୍ରୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଛି । ଏଣିକି ଏହି ମାମଲାର ଯାଞ୍ଚ କରିବାକୁ ଛତିଶଗଡ ଆସୁଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ।

ସେପଟେ ରାଜ୍ୟରେ ଲଗାତାର ଭାବେ ହାତୀ ମୃତ୍ୟୁ ଘଟଣାକୁ ଦୃଷ୍ଟିରେ ରଖି ପିସିସିଏଫ ୱାଇଲ୍ଡ ଲାଇଫ୍ ଅତୁଲ ଶୁକ୍ଲା ବିଶେଷଜ୍ଞ ଦ୍ବାରା ହାତୀ ମୃତ୍ୟୁର କାରଣ ଖୋଜିବାକୁ ଦାବି କରିଛନ୍ତି ।

ଛତିଶଗଡର ଅଧିକାରୀମାନେ କେନ୍ଦ୍ରୀୟ ବନ ବିଭାଗକୁ ଏକ ବିଶେଷଜ୍ଞ ଦଳ ପଠାଇବାକୁ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ବନ ବିଭାଗ ସ୍ବୀକାର କରିଥିଲା । ଶନିବାର 3 ଜଣିଆ ତଦନ୍ତକାରୀ ଦଳ ଛତିଶଗଡରେ ପହଞ୍ଚିବେ । ଏହି ଦଳ ପ୍ରାୟ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ମାମଲାର ତଦନ୍ତ କରିବେ ।

ସୂଚନାନୁସାରେ, ଛତିଶଗଡରେ ଲଗାତାର ଭାବେ ହାତୀ ମୃତ୍ୟୁ ମାମଲା ସାମନାକୁ ଆସୁଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । ରାଜ୍ୟର ପ୍ରଥମ ହାତୀ ମୃତ୍ୟୁ ମାମଲା ସୁରଜପୁରର ପ୍ରତାପପୁର ଫରେଷ୍ଟ ରେଞ୍ଜରୁ ଆସିଥିଲା । ଏଥିରେ ଗୋଟିଏ ମାଈହାତୀର ମୃତ୍ୟୁ ହୋଇଥିଲା । ଏହା ପରେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ହାତୀ ମୃତ୍ୟୁ ମାମଲା ମଧ୍ୟ ଆସିଥିଲା । ଗୋଟିଏ ମାସ ମଧ୍ୟରେ ଛତିଶଗଡରେ 7 ଟି ହାତୀର ମୃତ୍ୟୁ ହୋଇଛି ।

ଅପରପକ୍ଷେ ହାତୀ ମୃତ୍ୟୁ ମାମଲାକୁ ଛତିଶଗଡ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଜଙ୍ଗଲ ମନ୍ତ୍ରୀ ମହମ୍ମଦ ଅକବର ମଧ୍ୟ ଏକ ତଦନ୍ତକାରୀ ଦଳ ଗଠନ କରି ତୁରନ୍ତ ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.