ETV Bharat / bharat

65 ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଶିଳାନ୍ୟାସ କଲେ କେନ୍ଦ୍ର ଗୃହମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି(ରବିବାର) ଇନଭେଷ୍ଟର୍ସ ସମିଟକୁ ଉଦଘାଟନ କରିବା ସହ 65ହଜାର କୋଟି ଟଙ୍କାର 250ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 29, 2019, 9:24 AM IST

ଲକ୍ଷ୍ନୌ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି(ରବିବାର) ଇନଭେଷ୍ଟର୍ସ ସମିଟକୁ ଉଦଘାଟନ କରିବା ସହ 65ହଜାର କୋଟି ଟଙ୍କାର 250ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଭିନ୍ନ ଶିଳ୍ପ ଉଦ୍ୟୋଗୀ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଭାରତର ସ୍ବପ୍ନ ଦେଖିଛନ୍ତି । ଯେଉଁଥିରେ 5 ଟ୍ରିଲିୟନ ଡଲାର ଅର୍ଥନୀତି ତଥା ସୁଶାସନ କ୍ଷେତ୍ରରେ ଭାରତର ଅଗ୍ରଣୀ ସ୍ଥାନ ହାସଲ କରିବାର ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି । ମୋଦିଙ୍କ ନେତୃତ୍ବରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ବିଶ୍ବ ମାନ୍ୟତାରେ ଏକାଦଶ ତମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଥିବା ଶାହ ପ୍ରକାଶ କରିଛନ୍ତି । ଏହା କେନ୍ଦ୍ର ସରକାରଙ୍କ ତ୍ବରିତ ପଦକ୍ଷେପ ପାଇଁ ସମ୍ଭବ ହୋଇଛି ।

ଜିଏସଟି ଭଳି ପଦକ୍ଷେପ ‘ଏକ ଦେଶ, ଏକ ଟିକସ’ , ବିଭିନ୍ନ ନିୟମରେ ସରଳୀକରଣ ଓ ବୈଦେଶିକ ପୁଞ୍ଜିନିବେଶରେ ଆଶାତୀତ ବୃଦ୍ଧି ଦ୍ବାରା ବିଶ୍ବ ବ୍ୟାଙ୍କର ବ୍ୟବସାୟ ମାନ୍ୟତାରେ ଭାରତ 142ତମ ସ୍ଥାନରୁ 77ତମ ସ୍ଥାନକୁ ଖସିଆସିଥିବା ସେ ସୂଚନା ଦେଇଛନ୍ତି ।

ଏହାସହ ଉତ୍ତରପ୍ରଦେଶର ଲୋକଙ୍କୁ ନିଯୁକ୍ତି ସୁଯୋଗ, କୃଷିକ୍ଷେତ୍ରରେ ଆଧୁନିକୀକରଣ, ଇନ୍‌ଫ୍ରାଷ୍ଟ୍ରକଚରରେ ଉନ୍ନତି ସହ ଉନ୍ନତ ସ୍ବାସ୍ଥ୍ୟସେବା, ଶିକ୍ଷା ଦିଗରେ ବିଶେଷ ପଦକ୍ଷେପ ନେବାକୁ ଯୋଗୀ ସରକାରଙ୍କୁ ଅମିତ ଶାହ ପରାମର୍ଶ ଦେଇଛନ୍ତି ।

ସେହିପରି 14ତମ ଅର୍ଥ କମିଶନରେ ଯୋଗୀ ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ 8.8 ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିବା ଶାହା ସୂଚନା ଦେଇଛନ୍ତି ।

Intro:Body:

szgfhjhj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.