ETV Bharat / bharat

ଦିଲ୍ଲୀକୁ 500 ଆଇସୋଲେସନ୍ ବଗି ଯୋଗାଇବେ କେନ୍ଦ୍ର ସରକାର

author img

By

Published : Jun 15, 2020, 4:26 PM IST

କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ 500 ଆଇସୋଲେସନ୍ ବଗି ଯୋଗାଉଛନ୍ତି । ମଙ୍ଗଳବାର ସୁଦ୍ଧା ଆନନ୍ଦ ବିହାରରେ ଏବଂ ଅନ୍ୟ କେତେକ ଷ୍ଟେସନରେ ପ୍ରାୟ 180 ବଗିର ବ୍ୟବସ୍ଥା ହେବା ନେଇ ସୂଚନା ଦେଇଛନ୍ତି ଉତ୍ତର ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର । ଅଧିକ ପଢନ୍ତୁ...

ଦିଲ୍ଲୀକୁ 500 ଆଇସୋଲେସନ୍ ବଗି ଯୋଗାଇବେ କେନ୍ଦ୍ର ସରକାର
ଦିଲ୍ଲୀକୁ 500 ଆଇସୋଲେସନ୍ ବଗି ଯୋଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋରୋନା ମହାମାରୀକୁ ନେଇ ସମସ୍ତେ ଚିନ୍ତିତ । ଆଉ ଏହି କୋରୋନା ପାଇଁ ବେଶୀ କ୍ଷତି ସହିଛି ରାଜଧାନୀ ଦିଲ୍ଲୀ । କୋରୋନା ପାଇଁ ଦିଲ୍ଲୀ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏପରି ଏକ ସଙ୍କଟ ସମୟରେ କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ 500 ଆଇସୋଲେସନ୍ ବଗି ଯୋଗାଉଛନ୍ତି ।

ଏଥିରୁ 900 ଶଯ୍ୟା ବିଶିଷ୍ଟ 50ଟି ବଗି ଶକୁର ବସ୍ତିରେ ନିୟୋଜିତ ହୋଇସାରିଛି । ସେହିପରି ମଙ୍ଗଳବାର ସୁଦ୍ଧା ଆନନ୍ଦ ବିହାରରେ ଏବଂ ଅନ୍ୟ କେତେକ ଷ୍ଟେସନରେ ପ୍ରାୟ 180 ବଗିର ବ୍ୟବସ୍ଥା ହେବା ନେଇ ସୂଚନା ଦେଇଛନ୍ତି ଉତ୍ତର ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର । ଏହି ସମସ୍ତ ବଗିରେ କୋଭିଡ 19 ଆକ୍ରାନ୍ତଙ୍କ ରହିବା ପାଇଁ ଅସ୍ଥାୟୀ ଭାବେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ପ୍ରକାଶଥାଉ କି, ଦିଲ୍ଲୀରେ କୋରୋନା ଆକ୍ରାନ୍ତାଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 38 ହଜାର 958ରେ ପହଁଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା 1271 ଲୋକଙ୍କ ମୃତ୍ୟୁ ହୋଇ ସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.