ETV Bharat / bharat

କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ, 2020-21ରେ ହେବ 298 ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ

author img

By

Published : Apr 16, 2020, 10:54 PM IST

ଆସନ୍ତା ଫସଲ ବର୍ଷରେ 2020-21 (ଜୁଲାଇ-ଜୁନ୍) ରେ ଖାଦ୍ୟ ଶସ୍ୟ ଉତ୍ପାଦନକୁ 298 ନିୟୁତ ଟନକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି, ଯାହା ଗତ ଫସଲ ବର୍ଷର ଆନୁମାନିକ ଉତ୍ପାଦନ ଠାରୁ ପ୍ରାୟ 65 ଲକ୍ଷ ଟନ ଅଧିକ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ କୋରୋନା ବିପଦ ଜାରି ରହିଛି । ଏପରିସ୍ଥଳେ ଆଗାମୀ ଦିନରେ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେବାର ଆଶଙ୍କା ରହିଛି । ଏପରିସ୍ଥଳେ ଆସନ୍ତା ଫସଲ ବର୍ଷରେ 2020-21 (ଜୁଲାଇ-ଜୁନ୍) ରେ ଖାଦ୍ୟ ଶସ୍ୟ ଉତ୍ପାଦନକୁ 298 ନିୟୁତ ଟନକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି, ଯାହା ଗତ ଫସଲ ବର୍ଷର ଆନୁମାନିକ ଉତ୍ପାଦନ ଠାରୁ ପ୍ରାୟ 65 ଲକ୍ଷ ଟନ୍ ଅଧିକ ।

2019-20 ଫସଲ ବର୍ଷର ଦ୍ୱିତୀୟ ଅଗ୍ରୀମ ଉତ୍ପାଦନ ଆକଳନ ଅନୁଯାୟୀ ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନ ଚଳିତ ବର୍ଷ 29.915 ନିୟୁତ ଟନ୍ ହେବ ବୋଲି ଆଶା କରାଯାଉଛି |

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରୁବାର ଜାତୀୟ ଖରିଫ ଫସଲ ସମ୍ମିଳନୀ -2020 କୁ ସମ୍ବୋଧିତ କରି ଭିଡିଓ କନଫରେନ୍ସିଂ ମାଧ୍ୟମରେ କହିଛନ୍ତି ଯେ ଖରିଫ ଫସଲର ସ୍ଥିର ଲକ୍ଷ୍ୟ ହାସଲ କରିବା ଏବଂ କୃଷକଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ମିଶନ ମୋଡରେ ଥିବା ସମସ୍ତ ରାଜ୍ୟ ଏ ଦିଗରେ କାର୍ଯ୍ୟ କରିବା ଜରୁରୀ ।

କୋରୋନାଭାଇରସ୍ ସଂକ୍ରମଣରୁ ସୃଷ୍ଟି ହୋଇଥିବା ସଙ୍କଟରେ କୃଷକମାନଙ୍କ ସହ ଜଡିତ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବା ବିଷୟରେ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ କରିଛନ୍ତି ଯେ ଏଭଳି ସ୍ଥିତିରେ ଗ୍ରାମ, ଗରିବ ଏବଂ କୃଷକ ପ୍ରଭାବିତ ହେବେ ନାହିଁ ।

ସେ ପ୍ରତ୍ୟେକ କୃଷକଙ୍କୁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ମୁଦ୍ରା ସ୍ବାସ୍ଥ୍ୟ କାର୍ଡ ଯୋଜନା ବିଷୟରେ ସୂଚନା ଦେବାକୁ ରାଜ୍ୟମାନଙ୍କୁ ନିବେଦନ କରିଛନ୍ତି ।

@IANS ଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.