ETV Bharat / bharat

କୋରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରନ୍ତୁ କେନ୍ଦ୍ର ସରକାର: ପ୍ରସନ୍ନ ଆଚାର୍ଯ୍ୟ - ମୌସୁମୀ ଅଧିବେଶନ.

ମହାମାରୀ କୋରୋନାକୁ ନେଇ ଆଜି ରାଜ୍ୟସଭାରେ ଆଲୋଚନା କରାଯାଇଛି । ଏଥିରେ ଭାଗ ନେଇ କେନ୍ଦ୍ର ସରକାର କୋରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରନ୍ତୁ ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଅଧିକ ପଢନ୍ତୁ...

ପ୍ରସନ୍ନ ଆଚାର୍ଯ୍ୟ
ପ୍ରସନ୍ନ ଆଚାର୍ଯ୍ୟ
author img

By

Published : Sep 16, 2020, 1:12 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ନେଇ ଆଜି ରାଜ୍ୟସଭାରେ ଆଲୋଚନା କରାଯାଇଛି । ଏଥିରେ ଭାଗ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନିଜର ମତ ରଖିଛନ୍ତି । ବିଶ୍ବ, ଦେଶ ଓ ରାଜ୍ୟ କିପରି କୋରୋନା କବଳରେ ପଡିଛି ତାହା ଦର୍ଶାଇଛନ୍ତି ।

ପ୍ରସନ୍ନ ଆଚାର୍ଯ୍ୟ

ଏହାସହ ବିଶ୍ବ ଅନୁପାତରେ ଦେଶର ସ୍ଥିତି କିପରି ଉଦବେଗଜନକ ତାହା ଗୃହକୁ ଜଣାଇଛନ୍ତି । ସେହିପରି କୋରୋନା ସମୟରେ ଦେଶର ଆର୍ଥିକ ସ୍ଥିତି ଭଲ ନଥିବା କହିବା ସହ ରାଜ୍ୟର ଆର୍ଥିକ ସ୍ଥିତି କିପରି ହ୍ରାସ ହୋଇଛି ତାହା ମଧ୍ୟ ଦର୍ଶାଇଛନ୍ତି । ଭାରତ ଜିଡିପିରେ ସବୁଠାରୁ ତଳେ ଥିବାବେଳେ କୋରୋନା ଆକ୍ରାନ୍ତଙ୍କରେ କିପରି ଆଗରେ ରହିଛି ତାହା କହିଛନ୍ତି ।

ଅନ୍ୟପଟେ ଏପରି ସ୍ଥିତିରେ କେନ୍ଦ୍ରସରକାର ରାଜ୍ୟକୁ ଆର୍ଥିକ କ୍ଷେତ୍ରରେ ସହାୟତା କରିବାକୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ଓଡିଶାର ଉଦାହରଣ ଦେଇ କିପରି କୋରୋନା ଯୋଦ୍ଧାଙ୍କୁ ରାଜ୍ୟରେ ପ୍ରୋତ୍ସାହିତ କରାଯାଉଛି ତାହା ଦର୍ଶାଇଛନ୍ତି । ରାଜ୍ୟ ସରକାର କୋରୋନା ଯୋଦ୍ଧା ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଦେଉଥିବା କହିବା ସହ କେନ୍ଦ୍ର ସରକାର ମଧ୍ୟ ଏପରି ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବାକୁ ଯୋଜନା କରନ୍ତୁ ବୋଲି ସାଂସଦ ପରାମର୍ଶ ଦେଇଛନ୍ତି ।

ଏହାସହ କୋରୋନାର ସେକେଣ୍ଡୱେଭ୍‌ କଥା କହି ସରକାରଙ୍କୁ ସଚେତନ କରିଛନ୍ତି । କିପରି ଅନ୍ୟ ଦେଶରେ ଦ୍ବିତୀୟ ପର୍ଯ୍ୟାୟରେ କୋରୋନା ସଂକ୍ରମିତ ହେଉଛି ତାହା ଦର୍ଶାଇ, କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ମଧ୍ୟ ସେ କହିଛନ୍ତି ।

ପ୍ରବାସୀ ଶ୍ରମିକମାନେ ପୁଣି ଥରେ ସେମାନଙ୍କ କର୍ମକ୍ଷେତ୍ରକୁ ଫେରୁଥିବାବେଳେ ସରକାର ସେମାନଙ୍କ ଜୀବନ ରକ୍ଷା କରିବାକୁ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରନ୍ତୁ ବୋଲି ମଧ୍ୟ ଆଲୋଚନା ସମୟରେ ସାଂସଦ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.