ETV Bharat / bharat

ସସପେଣ୍ଡ୍ ଆକାଉଣ୍ଟ ପୁଣି ଚାଲୁ କଲା ଟ୍ବିଟର, ଚିହିଁକିଲେ କେନ୍ଦ୍ର ସରକାର - Twitter controvershy

ସୋସିଆଲ୍ ମିଡିଆ ଟ୍ବିଟରକୁ କେନ୍ଦ୍ର ସରକାରଙ୍କର ନୋଟିସ୍ । ଚାଷୀ ଆନ୍ଦୋଳନକୁ ଉସୁକାଉଥିବା ଟ୍ବିଟର ଆକାଉଣ୍ଟ ପୁଣି ଥରେ କଣ ପାଇଁ ଚାଲୁ କଲ । ଏହାକୁ ଶୀଘ୍ର ବନ୍ଦ କରାଯାଉ । ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଧିକ ପଢନ୍ତୁ...

ଟ୍ବିଟରକୁ କେନ୍ଦ୍ରର ତାଗିଦ, ଆପତ୍ତିଜନକ ଆକାଉଣ୍ଟ ଅଚଳ କର

author img

By

Published : Feb 3, 2021, 5:25 PM IST

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଟ୍ବିଟରକୁ କେନ୍ଦ୍ର ସରକାରଙ୍କର ନୋଟିସ୍ । ଚାଷୀ ଆନ୍ଦୋଳନକୁ ଉସୁକାଉଥିବା ଟ୍ବିଟର ଆକାଉଣ୍ଟ ପୁଣି ଥରେ କଣ ପାଇଁ ଚାଲୁ କଲ । ଏହାକୁ ଶୀଘ୍ର ବନ୍ଦ କରାଯାଉ । ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରକାଶ ଯେ, ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା କିଛି ଆକଉଣ୍ଟକୁ ପ୍ରଥମେ ଅଚଳ ପରେ ବର୍ତ୍ତମାନ ପୁଣି ଚାଲୁ କରିଛି ଟ୍ବିଟର । ଏହି ଆଉକାଣ୍ଟ ଗୁଡିକ #Modi Planning Farmer Genocide ନାମରେ ଚାଷୀ ଆନ୍ଦୋଳନ ସମର୍ଥନରେ ଟ୍ବିଟ୍ ହେଉଥିଲା ।

ତେବେ ନୂଆ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ 70 ଦିନ ଧରି ଚାଲିଥିବାବେଳେ ଏହା ସମ୍ପର୍କିତ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଆକାଉଣ୍ଟକୁ ଅଚଳ କରିବାକୁ ଟ୍ବିଟରକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । କୃଷକ ଆନ୍ଦୋଳନ ସହ ଜଡିତ ବିଷୟବସ୍ତୁ ବା ହିଂସାକୁ ପ୍ରତ୍ସାହିତ କଲାଭଳି ଉତ୍ତେଜିତ ମନ୍ତବ୍ୟ ଦେଉଥିବା ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ହଟାଇବା ପାଇଁ ସରକାର ଏହି ନିର୍ଦ୍ଦେଶ ପାଳନ କରିବାକୁ ଟ୍ବିଟରକୁ ବିଜ୍ଞପ୍ତି ଜାରି କରାଯାଇଛି ।

ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ଟ୍ବିଟର ଏହି ଉତ୍ତେଜକ ଓ ଆପତ୍ତିମୂଳକ ଟିପ୍ପଣି କରୁଥିବା ବ୍ୟବହାରକାରୀ ମାନଙ୍କ ଆକାଉଣ୍ଟ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଥିଲା । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ପରେ ସାମୟିକ ସମୟ ପାଇଁ ଟ୍ବିଟର ପ୍ରାୟ 3ଶହ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ଅଚଳ କରିଦେଇଥିବା ବେଳେ ପୁଣି ସେମାନଙ୍କ ଆକାଉଣ୍ଟ କାର୍ଯ୍ୟକ୍ଷମ ହୋଇଥିବା ଦେଖିବାକୁ ମିଳିଛି ।ଏହି ପ୍ରସଙ୍ଗ ଉପରେ ଟ୍ବିଟର ପ୍ରତି ଶକ୍ତ କାର୍ଯ୍ୟାନୁଷ୍ଠାନ ଆଭିମୁଖ୍ୟ ଦେଖାଇଛନ୍ତି କେନ୍ଦ୍ର ସରକାର ।

ଯଦି ସରକାରଙ୍କ ଏପରି ନିର୍ଦ୍ଦେଶ ପ୍ରତି ଟ୍ବିଟର ଅବହେଳା ପ୍ରଦର୍ଶନ କରେ ତେବେ ଟ୍ବିଟର ପ୍ରତି କଟକଣା ଜାରି କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.