ETV Bharat / bharat

ଆରୋଗ୍ୟ ସେତୁ ଆପ୍ ଡାଟାକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ନିୟମ - data procesing rules for arogya setu app

ଦେଶରେ ମାରାତ୍ମକ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ଆରୋଗ୍ୟ ସେତୁ ଆପ୍ ସମ୍ବନ୍ଧରେ କେନ୍ଦ୍ର ସରକାର ନୂତନ ନିୟମ ଜାରି କରିଛନ୍ତି।

arogya setu app
ଆରୋଗ୍ୟ ସେତୁ ଆପ୍
author img

By

Published : May 12, 2020, 12:04 PM IST

ନୂଆଦିଲ୍ଲୀ: ଦେଶରେ ମାରାତ୍ମକ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ଆରୋଗ୍ୟ ସେତୁ ଆପ୍ ସମ୍ବନ୍ଧରେ କେନ୍ଦ୍ର ସରକାର ନୂତନ ନିୟମ ଜାରି କରିଛନ୍ତି। ଆରୋଗ୍ୟ ସେତୁ ଆପ୍ ବ୍ୟବହାରକାରୀଙ୍କ ସୂଚନା ପ୍ରକ୍ରିୟାକରଣ ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରି କହିଛନ୍ତି । ଏହାସହ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଜେଲ ଦଣ୍ଡାଦେଶ ଦିଆଯିବ।

ନୂତନ ନିୟମ ଅନୁଯାୟୀ, 180 ଦିନରୁ ଅଧିକ ସମୟ ପାଇଁ ତଥ୍ୟ ସଂରକ୍ଷଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ସହିତ ଉପଭୋକ୍ତାଙ୍କ ମାନେ ଆରୋଗ୍ୟ ସେତୁ ଆପରୁ ନିଜ ସୂଚନା କାଟିବା ନେଇ ଅନୁରୋଧ ବି କରିପାରିବେ ।ଏହି ଅନୁରୋଧକୁ 30 ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପଡିବ । ଏହି ଆପ୍ ଆଣ୍ଡ୍ରୋଏଡ୍, ଆପଲ୍ ର ଆଇଓଏସ୍ ଓ ଜିଓ ଫୋନରେ ଉପଲବ୍ଧ । ଯେଉଁମାନଙ୍କର ସ୍ମାର୍ଟଫୋନ୍ ନାହିଁ ସେମାନଙ୍କ ପାଇଁ ସରକାର 1921 ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି।

ବର୍ତ୍ତମାନ ସୁଦ୍ଧା 9.8 କୋଟି ଲୋକ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିଛନ୍ତି । ଏହି ଆପ୍ କୋରୋନା ସଂକ୍ରମିତ ଲୋକଙ୍କ ବିଷୟରେ ଆଗୁଆ ସୂଚନା ଦେବ । କୋଭିଡ-19 କଣ୍ଟେନମେଣ୍ଟ ଜୋନରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ ବାଧ୍ୟତାମୂଳକ । ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ମହାମାରୀ ବିସ୍ତାରକୁ ନିୟନ୍ତ୍ରଣ କରିବାରେ ଜଡିତ ବିଭିନ୍ନ ଏଜେନ୍ସି ଦ୍ବାରା ତଥ୍ୟ ସଂଗ୍ରହଣ କରାଯିବ । ଡାଟା ଅନୁସନ୍ଧାନରେ ବିଶ୍ବବିଦ୍ୟାଳୟ ବି ସାମିଲ ହେବେ ।

ଏହି ବ୍ୟବସ୍ଥାରେ ଦର୍ଶାଯାଇଛି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, 2005 ର ଧାରା 51 ରୁ 60 ଅନୁଯାୟୀ ଏହି ନିର୍ଦ୍ଦେଶଗୁଡିକର ଉଲ୍ଲଂଘନ ପାଇଁ ଦଣ୍ଡବିଧାନ ଓ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଲାଗୁ ହୋଇପାରେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଆପର ଡାଟା ବିଭିନ୍ନ ବିଭାଗକୁ ପଠାଇବା । ଏହି ପ୍ରକ୍ରିୟାରେ ବ୍ୟକ୍ତିର ଗୋପନୀୟତାକୁ ଗୁରୁତ୍ବ ଦିଆଯିବ ।

ଆପ୍ ବ୍ୟବହାରକାରୀଙ୍କୁ ଏକ ଡିଭାଇସ୍ ଆଇଡି ଦିଆଯାଇଛି ଯାହା ବିଭିନ୍ନ ସୂଚନା ଓ କାର୍ଯ୍ୟ ପ୍ରକ୍ରିୟାକରଣ ପାଇଁ ବ୍ୟବହୃତ ହେବ। ଆରୋଗ୍ୟ ସେତୁର 13 ହଜାରରୁ କମ୍ ୟୁଜର୍ସ କୋରୋନା ଭାଇରସ ସଂକ୍ରମଣ ପଜିଟିଭ୍ ଥିବା ଜଣାପଡିଛି । ମାତ୍ର ଏହି ଆପ୍ ଦ୍ବାରା ପ୍ରାୟ 1.4 ଲକ୍ଷ ଲୋକଙ୍କ ବିଷୟରେ ଜଣାପଡିବା ସହ ସେମାନଙ୍କୁ ସତର୍କ କରାଯାଇପାରିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.