ETV Bharat / bharat

ଛଠ ପର୍ବ: ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବେ ବ୍ରତଧାରୀ

ଆଜି ଛଠ ପର୍ବର ଷଷ୍ଠ ତିଥି । ଦିନ ତମାମ ଉପବାସ ପରେ ସଂଧ୍ୟାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବେ ବ୍ରତଧାରୀ । ଅଧିକ ପଢନ୍ତୁ...

author img

By

Published : Nov 2, 2019, 9:40 AM IST

Updated : Nov 2, 2019, 9:52 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଛଠ ପର୍ବ ପାଇଁ ଉତ୍ସବମୁଖରିତ ସାରା ଦେଶ । ନବରାତ୍ରୀ ଏବଂ ଦୁର୍ଗାପୂଜା ଭଳି ଛଠ ପୂଜା ମଧ୍ୟ ହିନ୍ଦୁ ସଂସ୍କୃତି ଓ ପରମ୍ପରାର ଏକ ପ୍ରମୁଖ ଖବର ଉତ୍ତର ଏବଂ ପୂର୍ବୋତ୍ତର ଭାରତରେ ଏହି ପର୍ବ ବେଶ ଧୁମଧାମରେ ପାଳନ ହେଉଥିବାବେଳେ ବିଶେଷ କରି ବିହାରରେ ଛଠକୁ ନେଇ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥାଏ ।

ପାରମ୍ପରିକ ମାନ୍ୟତନୁସାରେ ଛଠଙ୍କୁ ସୂର୍ଯ୍ୟ ଦେବତାଙ୍କ ଭଉଣୀ କୁହାଯାଏ । ଛଠ ପର୍ବରେ ଛଠ ସୂର୍ଯ୍ୟ ଉପାସନା କଲେ ଛଠ ମାତା ପ୍ରସନ୍ନ ହୋଇଥାନ୍ତି ବୋଲି ମାନ୍ୟତା ରହିଛି । ଚୈତ୍ର ଶୁକ୍ଲ ଷଷ୍ଠୀ ଓ କାର୍ତ୍ତିକ ଶୁକ୍ଳ ଷଷ୍ଠୀରେ ଏହି ପର୍ବ ପାଳନ କରାଯାଇଥାଏ, କିନ୍ତୁ କାର୍ତ୍ତିକ ଶୁକ୍ଳକୁ ପାଳନ କରାଯାଉଥିବା ଛଠ ମୁଖ୍ୟ ହୋଇଥାଏ ।

hyd
ଫାଇଲ ଫଟୋ

ନହାୟ-ଖାୟରୁ ଆରମ୍ଭ ହୁଏ ବ୍ରତ:

କାର୍ତ୍ତିକ ମାସ ଶୁକ୍ଳପକ୍ଷର ଚତୁର୍ଥୀ ତିଥିରେ ଆରମ୍ଭ ହେଉଥିବା ଏହି ମହାପର୍ବକୁ ଛଠ ପୂଜା, ଛଠୀ ମାୟୀ, ସୂର୍ଯ୍ୟ ଷଷ୍ଠୀ, ପୂଜା ଛଠ୍, ଡାଲା ଛଠ ଆଦି ନାମରେ ଜଣାଯାଏ । ଛଠ ପୂଜାର ପ୍ରଥମ ଦିନ ନହାୟ-ଖାୟ ହୋଇଥାଏ । ନହାୟ-ଖାୟ ଦିନ ବ୍ରତୀ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରିବା ସହ ଶୁଦ୍ଧ ଶାକାହାରୀ ଭୋଜନ କରିଥାନ୍ତି । ଏହି ଦିନ ଚଣା ଡାଲି ଖାଇବାର ବିଶେଷ ମହତ୍ତ୍ବ ରହିଛି ।

hyd
ଫାଇଲ ଫଟୋ

ବ୍ରତର ଦ୍ବିତୀୟ ଦିନ ଖରାନା:

ନହାୟ ଖାୟ ପରେ ଦ୍ବିତୀୟ ଦିନ ଖରନା ହୋଇଥାଏ । ଖରାନା ଦିନ ବ୍ରତୀ ଦିନସାରା ଉପବାସ ରହିଥାନ୍ତି । ସନ୍ଧ୍ୟାରେ ବ୍ରତଧାରୀ ଦ୍ବାରା ଗୁଡରେ ପ୍ରସ୍ତୁତ ଖିରୀ ପ୍ରସ୍ତୁତ କରାଯାଇଥାଏ । ପୂଜାପାଠ କରିବା ପରେ ବ୍ରତୀ ଏହି ପ୍ରସାଦ ଗ୍ରହଣ କରିଥାଏ ।

hyd
ଫାଇଲ ଫଟୋ

ତୃତୀୟ ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ:

ହିନ୍ଦୁ ଧର୍ମରେ ଉଦୟ ହେଉଥିବା ସୂର୍ଯ୍ୟ ପୂଜାର ବିଶେଷ ମହତ୍ତ୍ବ ରହିଥାଏ, ହେଲେ ଛଠ ପର୍ବ ସମୟରେ ଅସ୍ତଗାମୀ ସୂର୍ଯ୍ୟଙ୍କ ପୂଜା କରାଯାଇଥାଏ । ବ୍ରତୀ ଦିନ ତମାମ ନିର୍ଜଳ ଉପବାସ କରି ସଂଧ୍ୟାରେ ପୂଜା କରିଥାଏ । ନଦୀରେ ଛିଡା ହୋଇ ବ୍ରତୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି । ଷଷ୍ଠୀ ଦିନ ମଧ୍ୟ ପ୍ରସାଦ ପ୍ରସ୍ତୁତି ହୋଇଥାଏ । ଏଥିରେ ଠେକୁଆର ବିଶେଷ ମହତ୍ତ୍ବ ରହିଛି । କେତେକ ସ୍ଥାନରେ ଏହାକୁ ଟିକରୀ ମଧ୍ୟ କୁହାଯାଇଥାଏ ।

hyd
ଫାଇଲ ଫଟୋ
ଚତୁର୍ଥ ଦିନ ପୂଜା ସମାପନ:

ଛଠ ପୂଜାର ଚତୁର୍ଥ ଦିନ ତଥା ସପ୍ତମୀ ତିଥିରେ ପୂଜାର ସମାପନ ହୋଇଥାଏ । ଏହି ଦିନ ଉଦୟ ହେଉଥିବା ସୂର୍ଯ୍ୟଙ୍କର ପୂଜା ହୋଇଥାଏ । ଚଳିତଥର ଆସନ୍ତା ରବିବାର ଏହି ବ୍ରତର ସମାପନ ହେବ । ସୂର୍ଯ୍ୟଙ୍କ ଉପାସନା ପରେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ଦିଆଯାଇଥାଏ ।

ଛଠ ପର୍ବର ଶୁଭ ମୁହୂର୍ତ୍ତ:

sample description
Last Updated : Nov 2, 2019, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.