ETV Bharat / bharat

'କୋରୋନା ଗାଇଡଲାଇନ ସହ ପାଳନ ହେଉ ରାମ ମନ୍ଦିର ଭୂମିପୂଜା'

ଅଗଷ୍ଟ 5 ବୁଧବାର ସକାଳ ସାଢେ 10ଟାରେ ରାମ ମନ୍ଦିର ଭୂମି ପୂଜା ହେବ ବୋଲି ସ୍ଥିର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କୋଭିଡ 19 ଗାଇଡଲାଇନକୁ ମାନି ଏହି ପୂଜା କରିବା ପାଇଁ ସଙ୍ଗଠନ କହିଛି । ଅଧିକ ପଢନ୍ତୁ..

'କୋରୋନା ଗାଇଡଲାଇନ ସହ ପାଳନ ହେଉ ରାମ ମନ୍ଦିର ଭୂମିପୂଜା'
'କୋରୋନା ଗାଇଡଲାଇନ ସହ ପାଳନ ହେଉ ରାମ ମନ୍ଦିର ଭୂମିପୂଜା'
author img

By

Published : Jul 26, 2020, 7:12 AM IST

ନୂଆଦିଲ୍ଲୀ: କିଛି ଦିନ ମଧ୍ୟରେ ଆରମ୍ଭ ହେବ ରାମ ମନ୍ଦିର ଭୂମି ପୂଜା । ଏହାକୁ ନେଇ ଅଯୋଧ୍ୟାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରସ୍ତୁତି ପର୍ବ ସମୀକ୍ଷା କରିଛନ୍ତି । ଏହି ଅବସରରେ ଭୂମି ପୂଜା ପାଇଁ ସମସ୍ତ ପ୍ରକାର କୋରୋନା ଗାଇଡଲାଇନ ପାଳନ କରିବାକୁ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଅଗଷ୍ଟ 5 ବୁଧବାର ସକାଳ ସାଢେ 10ଟାରେ ରାମ ମନ୍ଦିର ଭୂମି ପୂଜା ହେବ ବୋଲି ସ୍ଥିର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କୋଭିଡ 19 ଗାଇଡଲାଇନକୁ ମାନି ଏହି ପୂଜା କରିବା ପାଇଁ ସଙ୍ଗଠନ କହିଛି । ସମସ୍ତେ ନିଜ ଘରେ ରହି ଏହାକୁ ମାନନ୍ତୁ । ବିଭିନ୍ନ ସାଧୁ, ସନ୍ଥ, ଭକ୍ତ ନିଜ ଘରେ ଅବା ଆଶ୍ରମରେ ରହି ଭଗବାନଙ୍କୁ ପୂଜା କରନ୍ତୁ । କୀର୍ତ୍ତନ କରିବା ସହ ଫୁଲ, ଭୋଗ ଅର୍ପଣ କରି ପ୍ରସାଦ ସେବନ କରନ୍ତୁ ଏବଂ ଏହି ପର୍ବକୁ ମାନନ୍ତୁ ବୋଲି ବିଶ୍ବ ହିନ୍ଦୁ ପରିଷଦ ପରାମର୍ଶ ଦେଇଛି ।

ଏହିଦିନ ସମସ୍ତଙ୍କୁ ନିଜ ଘର, ଗାଁ, ମାର୍କେଟ, ଦୋକାନବଜାର, ଗୁରୁଦ୍ବାରା, ଆଶ୍ରମ ଆଦିକୁ ସଜାଇବା ପାଇଁ ପରିଷଦ କହିଛି । ସନ୍ଧ୍ୟା ସମୟରେ ଆଲୋକମାଳାରେ ସଜାଇ ଲୋକଙ୍କୁ ପ୍ରସାଦ ବାଣ୍ଟିବାକୁ ସଙ୍ଗଠନ ପ୍ରସ୍ତାବ ଦେଇଛି । ସେହିପରି ଦେଶର କୋଣ ଅନୁକୋଣରେ ଏହାକୁ ପହଞ୍ଚାଇବା ପାଇଁ ଲାଇଭ ଶୋ ଆୟୋଜନ କରିବାକୁ ଏହା ଦାବି କରିଛି । ବଡ ବଡ କମ୍ୟୁନିଟି ହଲ ଅବା ଟିଭିରେ ଭୂମି ପୂଜାକୁ ଲାଇଭ ଦେଖାଇଲେ ପ୍ରତି ଅଞ୍ଚଳର ଲୋକ ଏହା ଦେଖିପାରିବେ । ଘରେ ରହି ସମସ୍ତେ ଏହାକୁ ଉପଭୋଗ କରନ୍ତୁ । ଉତ୍ସବ ଭଳି ପାଳନ କରନ୍ତୁ । ସରକାରଙ୍କ ଗାଇଡଲାଇନ ମାନି କୋରୋନା ସଂକ୍ରମଣରୁ ଦୂରେଇ ରହନ୍ତୁ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.