ETV Bharat / bharat

ସୁଧୁରୁନି ପାକ, LOCରେ ବଢୁଛି ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : Oct 23, 2019, 7:19 PM IST

ଅକ୍ଟୋବର 20, 2019 । ପିଓକେରେ ଭୀରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍-2 । ଭୟାବହ ବାରୁଦ ବର୍ଷଣରେ 9ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ବେଳେ ଅନେକ ଅତଙ୍କବାଦୀ ସଫା ହୋଇଥିଲେ । ତେବେ କାହିଁକି ଦିନକୁ ଦିନ ସୀମାରେ ବୃଦ୍ଧି ପାଉଛି ଅସ୍ତ୍ରବିରତି ଉଲ୍ଲଙ୍ଘନ ?

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅକ୍ଟୋବର 20, 2019 । ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍-2 । ସେନାର ଜବାବି ହାମଲାରେ ପିଓକେ ସ୍ଥିତ 3 ଆତଙ୍କୀ ଶିବିର ମାଟିରେ ମିଶି ଯାଇଛି । ଏହା ସହିତ ଅନେକ ଆତଙ୍କବାଦୀ ଏବଂ 9ଜଣ ପାକିସ୍ତାନ ସୈନିକ ନିହତ ହୋଇଥିଲେ ।

ପାକିସ୍ତାନ ସେନାର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଏବଂ ଆତଙ୍କବାଦୀଙ୍କ ଅନୁପ୍ରେବେଶ ଉଦ୍ୟମକୁ ଜବାବ ଦେବାକୁ ଯାଇ ଭାରତୀୟ ସେନା ଅପ୍ରତ୍ୟାଶିତ ଏବଂ ଜବରଦସ୍ତ ଆକ୍ରମଣ କରିଥିଲା । ନିୟନ୍ତ୍ରଣ ରେଖା(LOC)ର ଏପଟୁ ସେନା ଅତ୍ୟାଧୁନିକ ତୋପରୁ ଗୁଳିଗୋଳା ବର୍ଷଣ କରିଥିଲା । ଏଥିରେ ପାକିସ୍ତାନ ସେନାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଭାରତୀୟ ସେନା ଦାବି କରିଥିଲା ।

ପାକିସ୍ତାନର ଆଗୁଆ ପୋଷ୍ଟ, ଗନ ପୋଜିସନ ଏବଂ ଆତଙ୍କବାଦୀ ଲଞ୍ଚିଂ ପ୍ୟାଡକୁ ଟାର୍ଗେଟ କରି ଗୋଳାବାରୁଦ ବର୍ଷା କରିଥିଲା ସେନା । ପରେ ଏହି ଜବାବି କାର୍ଯ୍ୟାନୁଷ୍ଠାନ ନେଇ ସେନା ମୁଖ୍ୟ କହିଥିଲେ, 6ରୁ 10 ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ଏକାଧିକ ଆତଙ୍କୀ କ୍ୟାମ୍ପ ଧ୍ବଂସ ପାଇଛି ।

ତେବେ ପ୍ରତ୍ୟେକ ଅସ୍ତ୍ରବିରତି ଉଲ୍ଲଙ୍ଘନ ପରେ ଉଭୟ ଦେଶର ସେନା ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଏ । ଏପରିକି ସୋସିଆଲ ମିଡିଆରେ ମିଥ୍ୟା ଏବଂ ଅପପ୍ରଚାର ବି କରିବାକୁ ପଛାଏ ନାହିଁ ପାକିସ୍ତାନ । ଟ୍ବିଟରରେ ନକଲି ଭିଡିଓ ପୋଷ୍ଟ କରି ଭାରତୀୟ ସେନା ବିପକ୍ଷରେ ଅପପ୍ରଚାର କରିଥାଏ ପାକିସ୍ତାନ ।

ପ୍ରାୟ ଏକ ଦଶନ୍ଧି ଧରି ଏଲଓସିରେ ଦୁଇ ଦେଶ ମଧ୍ୟରେ ଅତ୍ୟଧିକ ଯୁଦ୍ଧ ବିରାମ ଉଲ୍ଲଙ୍ଘନ ହେଉଛି । ତେବେ ଏହାକୁ ପ୍ରଶମିତ କରିବା ପାଇଁ ଗତ 2003ରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି (ଯୁଦ୍ଧବିରାମ ବୁଝମଣା) ହୋଇଥିଲା । ଆଗାମୀ 10 ବର୍ଷ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଙ୍ଘନରେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତି ଗ୍ରାମରେ ବାସ କରୁଥିବା ସାଧାରଣ ନାଗରିକ ଯେପରି କ୍ଷତିଗ୍ରସ୍ତ ହେବେ ନାହିଁ, ଏହାକୁ ଲକ୍ଷ୍ୟ ରଖି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ତେବେ ଯୁଦ୍ଧବିରାମ ବୁଝମଣା ପରେ ବି ସୁଧୁରିବାର ନା ଧରୁନି ପାକିସ୍ତାନ । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି। ଏପରିକି ଗତବର୍ଷ ମେ ମାସରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ 76 ହଜାର ଲୋକଙ୍କୁ ଆରିନା ସେକ୍ଟରରୁ ଖାଲି କରିବାକୁ ପଡିଥିଲା ।

ତେବେ 2013 ମସିହାରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା । ଜମ୍ମୁ କାଶ୍ମୀରରେ ଭାରତୀୟ ସେନାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଏବଂ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ବିଜୟ ପରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କମି ଥିଲା । ତେବେ ସେହି ବର୍ଷ ମଧ୍ୟ ଘାଟିରେ ଆତଙ୍କୀ ହାମଲା ହୋଇଥିଲା ।

ଉପତ୍ୟକାରେ ବାରମ୍ବାର ଆତଙ୍କୀ ହାମଲା ଏବଂ ପାକିସ୍ତାନର ଭାରତ ବରୋଧୀ ଷଡଯନ୍ତ୍ର ଜାରି ରହିଥିବା ବେଳେ ବର୍ଷ 2014ରେ ଭାରତରେ ନୂଆ ସରକାର ଆସିବା ପରେ ସେନାର ଆତଙ୍କୀ ନିରୋଧୀ ଅଭିଯାନ ଜୋରଦାର ହୋଇଥିଲା । ଆତଙ୍କୀ ମୂଳପୋଛ ପାଇଁ ସେନା ଅପରେସନ ଲଞ୍ଚ କରିଥିଲା । ତେବେ ତଥ୍ୟ କହୁଛି, ଏସବୁ ସତ୍ତ୍ବେ ବି ଏଲଓସିରେ ଯୁଦ୍ଧ ବିରାମ ଉଲ୍ଲଙ୍ଘନ ବୃଦ୍ଧି ପାଉଛି । 2012ରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ସଂଖ୍ୟା 100 ଥିବା ବେଳେ ଏହି 2018ରେ ପହଞ୍ଚିଥିଲା 2 ହଜାରରେ । ତେବେ ଚଳିତ ବର୍ଷ ମଧ୍ୟ ଅସ୍ତ୍ରବିରତି ଉଲ୍ଲଙ୍ଘନ ସଂଖ୍ୟା ବୃଦ୍ଧି ପାଇଛି ।

ତେବେ କଣ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ (CFV) ? କାହିଁକି ଏହାର ଦରକାର ପଡିଲା ?

ପାକିସ୍ତାନ ସେନା ବାରମ୍ବାର ଭାରତୀୟ ପୋଷ୍ଟକୁ ଟାର୍ଗେଟ କରି ଗୁଳିଚାଳନା କରୁଛି । ଏହା ଦ୍ବାରା ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛି । ଫଳରେ ଖାସ ଏଥି ପାଇଁ ଦିନକୁ ଦିନ ଅଧିକ ଅନୁପ୍ରବେଶ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଗୃହ ବିଭାଗର ସଦ୍ୟତମ ବାର୍ଷିକ ରିପୋର୍ଟ ଅନୁଯାୟୀ, 2014 ଏବଂ 2018ର ମଧ୍ୟରେ ଭାରତରେ 1461 ଜଣ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଚେଷ୍ଟା କରୁଥିଲେ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କଣ ସବୁଦିନ ପାଇଁ ଅଶାନ୍ତ ରହିବ ଏଲଓସି ? ନା ସ୍ଥିତିରେ ପରିବର୍ତ୍ତନ ଆସିବ । ଏହା ମଧ୍ୟ ସତ୍ୟ ଏଠାରେ ବଜାୟ ରହିଥିବା ସ୍ଥିତିବସ୍ଥାରେ ସାମାନ୍ୟତମ ପରିବର୍ତ୍ତନ ଆସିଲେ କଥା କମ ବନ୍ଧୁକ ଅଧିକ ଗର୍ଜିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.