ETV Bharat / bharat

ସୁଧୁରୁନି ପାକ: ପୁଣି ବଦମାସୀ, 2ଟି ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : Aug 27, 2019, 11:44 AM IST

ଗୁଳିମାଡ କରି ଭାରତ ଉପରେ ପ୍ରତିଶୋଧ ନେଉଛି ପାକ । ଏହାସହ ଆତଙ୍କବାଦୀ ଅନୁପ୍ରବେଶର ମଧ୍ୟ ସାହାରା ନେଉଛି ପଡୋଶୀ ଦେଶ ।

ପ୍ରତୀକାତ୍ମକ ଫଟୋ

ଶ୍ରୀନଗର: ବାରମ୍ବାର ତାଗିଦ ସତ୍ତ୍ବେ ସୁଧୁରୁନି ପାକିସ୍ତାନ । ଲଗାତାର ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି । 2 ଦିନର ବିରତି ପରେ ପୁଣି ଜମ୍ମୁ ଓ କାଶ୍ମୀର ସୀମାରେ ଚାଲିଛି ପାକିସ୍ତାନ ସେନାର ଗୁଳି ।

ସେନା ସୂଚନାନୁସାରେ ସୋମବାର ପୁଞ୍ଚ ଜିଲ୍ଲାର 2ଟି ସ୍ଥାନରେ ପାକ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ପାକିସ୍ତାନ ସେନା ଭାରତୀୟ ପୋଷ୍ଟ ଉପରକୁ ଆଖିବୁଜା ଗୁଳି ଚାଳନା କରିଛନ୍ତି । ଲଗାତାର ଏହି ଗୁଳିମାଡ ସହ ପାକ ସେନା ଜୋରଦାର ଆକ୍ରମଣ କରିଥିବା ଜଣାପଡିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ଭାରତୀୟ ସେନା ପକ୍ଷରୁ ଏହାର ଦୃଢ ଜବାବ ଦିଆଯାଇଛି ।

ଲଗାତାର କିଛି ସପ୍ତାହ ହେବ ପାକିସ୍ତାନ ଭାରତୀୟ ସେନାର ପୋଷ୍ଟକୁ ଟାର୍ଗେଟ କରୁଛି । ବିଭିନ୍ନ ଜାଗାରୁ ନିରାଶ ହେବା ପରେ ଏବେ ଗୁଳିମାଡ କରି ଭାରତ ଉପରେ ପ୍ରତିଶୋଧ ନେଉଛି ପାକ । ଏହାସହ ଆତଙ୍କବାଦୀ ଅନୁପ୍ରବେଶର ମଧ୍ୟ ସାହାରା ନେଉଛି ପଡୋଶୀ ଦେଶ । ପାକ ସମର୍ଥିତ ଆତଙ୍କବାଦୀଙ୍କୁ ସୀମାରେଖା ଦେଇ ଅନୁପ୍ରବେଶ କରାଇବା ଲାଗି ଏହା ନୂଆ ଉପାୟ ଆପଣାଇଛି ।

ପ୍ରଥମେ ଆତଙ୍କବାଦୀଙ୍କୁ ସୀମାରେଖା ନିକଟରେ ଲୁଚିଛପି ଭାରତକୁ ପଶିବାର ବାଟ ବତାଉଛି । ଆଉ ଯେତେବେଳେ ଏମାନେ ରାତି ଅଧରେ ଏହି ଅନୁପ୍ରବେଶ କରୁଛନ୍ତି ସେତେବେଳେ ପାକିସ୍ତାନ ସେନା ଭାରତୀୟ ସେନାର ପୋଷ୍ଟକୁ ପ୍ରବଳ ଗୁଳିମାଡ କରୁଛି । ଫଳରେ ଭାରତୀୟ ସେନାର ନଜର ଗୁଳିର ଜବାବ ଦେବା ଉପରେ ରହିବ ଏବଂ ଆତଙ୍କୀ ସହଜରେ ଅନୁପ୍ରବେଶ କରିପାରିବେ । ତେବେ ଭାରତୀୟ ଯବାନଙ୍କ ଦୃଢ ପଦକ୍ଷେପ ଓ ପହରା ଯୋଗୁଁ ପାକିସ୍ତାନର ଏହି ଚାଲ ଅନେକ ଥର ପଣ୍ଡ ହୋଇଛି । ଏହାସହ ସେନା ହାତରେ ଅନେକ ଆତଙ୍କବାଦୀ ମଧ୍ୟ ନିକଟରେ ଧରା ପଡିଛନ୍ତି ।

Intro:Body:

ବିହାର: ବିଜ୍ଞାନ ଯୁଗରେ ଲୋକ ଯେତେ ଅଗ୍ରସର ହେଲେ ମଧ୍ଯ ଏବେ ବି ଅନ୍ଧବିଶ୍ବାସର ଗଳିରେ ବଞ୍ଚି ରହିଛନ୍ତି । ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସତ୍ତ୍ବେ ଲୋକେ ଭୂତ, ପ୍ରେତ ଉପରେ ଏବେ ପ୍ରଗାଢ ବିଶ୍ବାସ ରଖିଛନ୍ତି । ଏହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ବିହାରର ବକ୍ସର ଜିଲ୍ଲାରେ ।

ଏଠାରେ ଚୌସା ଅଞ୍ଚଳରେ ଥିବା ଏକ ଆଶ୍ରମରେ ତନ୍ତ୍ର ବିଦ୍ୟାର କାରବାର ଲାଗିଛି । ପାଖଆଖ ଗାଁରୁ ଅନେକ ଲୋକ ଏଠାକୁ ଭୂତ ଛଡାଇବା ପାଇଁ ଆସନ୍ତି । ଭୂତ ପାଠଶାଳା ଭାବରେ ଜଣାଶୁଣା ଏହି ସ୍କୁଲରେ ତାନ୍ତ୍ରିକ ଆସି ପାଠ ପଢାନ୍ତି କିପରି ଭୂତ ଛାଡିବ । ଏଠାକୁ ପ୍ରତିଦିନ ଶହ ଶହ ଲୋକ ନିଜ ନିଜର ସମସ୍ୟା ନେଇକରି ଆସନ୍ତି । ଲୋକଙ୍କ ପୁରା ବିଶ୍ବାସ ରହିଛି ଯେ ଏଠାରେ ଥିବା ତାନ୍ତ୍ରିକଙ୍କ ଶିକ୍ଷାରେ ଭୂତ ମଣିଷ ଶରୀର ଛାଡି ପଳାଇଥାଏ ।

ଏହାସହ ଏଠାରେ ଏକ ଔଷଧ ଦୋକାନ ମଧ୍ୟ ରହିଛି । ତାନ୍ତ୍ରିକଙ୍କ ପରାମର୍ଶ ପରେ ଲୋକେ ଏହି ଦୋକାନରୁ ଔଷଧ କିଣନ୍ତି । ଏହା ଖାଇଲେ ଭୂତ ପ୍ରେତ ଛାଡି ପଳାଇବେ ବୋଲି ଲୋକଙ୍କ ବିଶ୍ବାସ ରହିଛି । ସବୁଠାରୁ ବଡ କଥା ଏହା ବିଷୟରେ ଜାଣି ମଧ୍ୟ ପ୍ରଶାସନ କିଛି ପଦକ୍ଷେପ ନେଇ ନାହିଁ । ଏଠାକୁ ଯାଇ ଏହି କାର୍ଯ୍ୟକୁ ବନ୍ଦ କରିବାକୁ ପ୍ରଶାସନ କେବେ ଚେଷ୍ଟା ମଧ୍ୟ କରିନାହିଁ ।

ଲୋକଙ୍କର ଏହି ସ୍ଥଳୀ ଉପରେ ଗଭୀର ବିଶ୍ବାସ ରହିଛି । ଯେବେ ବି କାହାର କୌଣସି ଭୂତ ପିଶାଚକୁ ନେଇ ସନ୍ଦେହ ଲାଗି ରହିଥାଏ ସେମାନେ ଏଠାକୁ ଆସିଥାନ୍ତି । ସେମାନଙ୍କ ବିଶ୍ବାସ ଥାଏ ଯେ ଏଠାରେ ସମସ୍ତ ସମସ୍ୟା ଦୂର ହେବ । ଲଗାତାର ଅନେକ ବର୍ଷ ଧରି ଏଠାରେ ଲୋକଙ୍କ ଭିଡ ସବୁବେଳେ ଲାଗି ରହିଥାଏ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.