ବେଙ୍ଗାଲୁରୁ: ସମଗ୍ର ଦେଶ ବର୍ତ୍ତମାନ କୋରୋନା ମହାମାରୀକୁ ନେଇ ଲଢେଇ ଜାରି ରଖିଛି । କୋରାନା ସଂକ୍ରମଣ ରୋକିବା ପାଇଁ ମେ 3 ଯାଏଁ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କିଛି ଆସାମାଜିକ ବ୍ୟକ୍ତି ଏଭଳି ପରିସ୍ଥିତିର ଫାଇଦା ଉଠାଉଥିବା ଦେଖିବାକୁ ମିଳୁଛି । କର୍ଣ୍ଣାଟକରେ ଏହିଭଳି ଦୁଇ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରିଛି ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚ (ସିସିବି) ।
ସୂଚନା ଅନୁଯାୟୀ, ଏହି ଦୁଇ ଜଣ ଅନଲାଇନରେ ଡେଲିଭରି ବଏ ସାଜି ଏକ କଭରରେ ଦୁଇ ମୁଣ୍ଡିଆ ସାପ ବିକ୍ରି କରିବାକୁ ଚେଷ୍ଟା କରୁଥିଲେ। ଏହି ଘଟଣା ନେଇ କାଗଲିପୁରା ରେଞ୍ଜର ଅଧିକାରୀଙ୍କ ନିକଟରେ ଏକ ଅଭିଯୋଗ ହୋଇଥିଲା । ଫଳରେ ଦୁଇ ଜଣ ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଗିରଫ କରିଛନ୍ତି ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚ(ସିସିବି) ।