ETV Bharat / bharat

ଛାତ୍ରଛାତ୍ରୀଙ୍କୁ ନିଜ ଜିଲ୍ଲାରେ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲା ସିବିଏସଇ - ଛାତ୍ରଛାତ୍ରୀ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଲକଡାଉନରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ନିଜ ଜିଲ୍ଲାରେ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କ ।

_cbse
ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲା ସିବିଏସଇ
author img

By

Published : May 28, 2020, 10:03 AM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଲକଡାଉନରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ନିଜ ଜିଲ୍ଲାରେ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କ ।

ଗତ ମାସ ପୂର୍ବରୁ ପୋଖ୍ରିଆଲ୍ ଘୋଷଣା କରିଥିଲେ ଯେ ସିବିଏସଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାହାର ପରୀକ୍ଷା କେନ୍ଦ୍ରରେ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ନିଜ ସ୍କୁଲରେ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଜୁଲାଇ ଶେଷ ସୁଦ୍ଧା ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା ହେବାର ସମ୍ଭାବନା ରହିଛି।

କୋରୋନା ସଂକ୍ରମଣ ରୋକିବା ପାଇଁ ଗତ ମାର୍ଚ୍ଚ 25ରେ ଲକଡାଉନ ଲାଗୁ କାରଣରୁ ସିବିଏସଇର ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।

ପ୍ରକାଶ ଥାଉକି, ପୂର୍ବ ବିଜ୍ଞପ୍ତି ଅନୁଯାୟୀ ବାକିଥିବା ଦ୍ୱାଦଶ ପରୀକ୍ଷା ଦେଶବ୍ୟାପୀ କରାଯିବ । କିନ୍ତୁ ଦଶମ ଶ୍ରେଣୀ ପରୀକ୍ଷା କେବଳ ଉତ୍ତର-ପୂର୍ବ ଦିଲ୍ଲୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.