ନୂଆଦିଲ୍ଲୀ: ଚଳିତବର୍ଷ CBSE ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଆଡମିଟ କାର୍ଡ । ଯେଉଁ ପରୀକ୍ଷାର୍ଥୀ ଚଳିତବର୍ଷ ପରୀକ୍ଷାରେ ସାମିଲ ହେବାକୁ ଯାଉଛନ୍ତି, ସେମାନେ ଅଫିସିଆଲ ୱେବସାଇଟ cbse.nic.in ରେ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।
ସିବିଏସଇ ପରୀକ୍ଷା 15 ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି । ଦଶମ ପରୀକ୍ଷା 20 ମାର୍ଚ୍ଚ ଯାଏ ଚାଲିବାକୁ ଥିବାବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା 30 ମାର୍ଚ୍ଚରେ ଶେଷ ହେବ। ସକାଳ 10 ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଆରମ୍ଭରେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପଢିବାକୁ 15 ମିନିଟ ସମୟ ମିଳିବ । ପରୀକ୍ଷାରେ ଉର୍ତ୍ତୀଣ୍ଣ ହେବାକୁ ପରୀକ୍ଷାର୍ଥୀଙ୍କୁ ଥିଓରୀ ଏବଂ ପ୍ରାକ୍ଟିକାଲ ଉଭୟ ପରୀକ୍ଷାରେ ଅଲଗା ଅଲଗା ପାସ ମାର୍କ ରଖିବାକୁ ହେବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଛାତ୍ରଛାତ୍ରୀଙ୍କୁ ଅନ୍ୟୁନ 33 ପ୍ରତିଶତ ନମ୍ବର ରଖିବାକୁ ପଡିବ ।
କେତେଟାରେ ହେବ ପରୀକ୍ଷା:
ସିବିଏସଇ ଦ୍ବାରା ହେବାକୁ ଥିବା ପରୀକ୍ଷା କାର୍ଯ୍ୟକ୍ରମ ଅନୁସାରେ, ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ସକାଳ 10.30 ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ 1.30 ଯାଏଁ ଚାଲିବ । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ସକାଳ 10 ପୂର୍ବରୁ ହିଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପଡିବ । ଉତ୍ତର ପତ୍ର ସକାଳ 10 ରୁ 10.15 ମଧ୍ୟରେ ବଣ୍ଟାଯିବାକୁ ଥିବାବେଳେ ପ୍ରଶ୍ନପତ୍ର 10.15ରୁ 10.30 ମଧ୍ୟରେ ବଣ୍ଟାଯିବ ।