ETV Bharat / bharat

ଫେସବୁକ ଓ ସିବିଏସଇ ମିଳିତ ଭାବେ ଆରମ୍ଭ କରିବେ ଅନଲାଇନ୍ ସୁରକ୍ଷା କାର୍ଯ୍ୟକ୍ରମ - safety programme to train teachers and students

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସଇ) ଓ ଫେସବୁକ୍ ମିଳିତ ଭାବେ ଅନଲାଇନ୍ ଡିଜିଟାଲ୍ ସୁରକ୍ଷା, ଅନଲାଇନ୍ ସ୍ବାସ୍ଥ୍ୟ ଓ ଆଗୋମିଣ୍ଟେଡ ରିଆଲିଟି (ଆର୍) ଉପରେ ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ପାଠ୍ୟକ୍ରମ ଆରମ୍ଭ କରିଛି।

ଅନଲାଇନ୍ ସୁରକ୍ଷା କାର୍ଯ୍ୟକ୍ରମ
ଅନଲାଇନ୍ ସୁରକ୍ଷା କାର୍ଯ୍ୟକ୍ରମ
author img

By

Published : Jul 6, 2020, 3:10 PM IST

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସଇ) ଓ ଫେସବୁକ୍ ମିଳିତ ଭାବେ ଅନଲାଇନ୍ ଡିଜିଟାଲ୍ ସୁରକ୍ଷା, ଅନଲାଇନ୍ ସ୍ବାସ୍ଥ୍ୟ ଓ ଆଗୋମିଣ୍ଟେଡ ରିଆଲିଟି (ଆର୍) ଉପରେ ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ପାଠ୍ୟକ୍ରମ ଆରମ୍ଭ କରିଛି। ଏଥିପାଇଁ ଆବେଦନ ଆଜି(ସୋମବାର)ଠାରୁ ଆରମ୍ଭ ହୋଇଛି । ରବିବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଦ୍ବାରା ଏହି ପାଠ୍ୟକ୍ରମର ଘୋଷଣା କରାଯାଇଥିଲା। ଏହି ପାଠ୍ୟକ୍ରମ ଗୁଡିକ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପରିକଳ୍ପିତ ।

ପ୍ରକାଶଥାଉକି, ଏହି ପାଠ୍ୟକ୍ରମ ପାଇଁ ଆବେଦନ ଫର୍ମ ସିବିଏସଇ ୱେବସାଇଟ୍ cbse.nic.in ରେ ଉପଲବ୍ଧ । ସୁରକ୍ଷା, ମାନସିକ ସ୍ବାସ୍ଥ୍ୟ ଇତ୍ୟାଦି ଏହି ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ । ତେବେ ଡିଜିଟାଲରେ ହେଉଥିବା ସମସ୍ୟା ଓ ଶୋଷଣ ଉପରେ ଛାତ୍ରମାନେ ରିପୋର୍ଟ କରିପାରିବାର ସୁବିଧା ମଧ୍ୟ ଏହି ପାଠ୍ୟକ୍ରମରେ ରହିଛି ।

ଫେସବୁକ୍ ସିବିଏସଇ ଅଗୋମିଣ୍ଟେଡ୍ ରିଆଲିଟି (ଆର୍) ପାଠ୍ୟକ୍ରମର ଏକ ଅଂଶ ଭାବରେ ପ୍ରଥମ ପର୍ଯ୍ୟାୟରେ 10,000 ଶିକ୍ଷକ ତାଲିମ ଦିଆଯିବା ସହ ଦ୍ବିତୀୟ ପର୍ଯ୍ୟାୟରେ 30,000 ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ। ଏହି ପାଠ୍ୟକ୍ରମ ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି(ସୋମବାର) ଠାରୁ ଆରମ୍ଭ ହୋଇ ଜୁଲାଇ 20 ପର୍ଯ୍ୟନ୍ତ ଚାଲିବ । ଏଥି ସହିତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଗଷ୍ଟ 10 ରୁ ଆରମ୍ଭ ହୋଇଥିବାବେଳେ ଛାତ୍ରମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଅଗଷ୍ଟ 6ରୁ ଆରମ୍ଭ ହେବ । ପାଠ୍ୟକ୍ରମ ସମାପ୍ତ ହେବା ପରେ ସିବିଏସଇ ଓ ଫେସବୁକ ପକ୍ଷରୁ ଇ-ସାର୍ଟିଫିକେଟ୍ ପ୍ରଦାନ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.