ETV Bharat / bharat

ହାଥରସ ଘଟଣା: 4 ଅଭିଯୁକ୍ତଙ୍କ ପରିବାରକୁ ଦ୍ବିତୀୟ ଥର ପଚରାଉଚରା କଲା CBI

author img

By

Published : Oct 15, 2020, 1:15 PM IST

ଆଜି(ଗୁରୁବାର) ହାଥରସରେ ସିବିଆଇ ଯାଞ୍ଚର ତୃତୀୟ ଦିନ । ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ପରିଦର୍ଶନ କରିବା ପରେ ଦ୍ବିତୀୟ ଦିନରେ ପୀଡିତାଙ୍କ ପରିବାରକୁ ପଚରାଉଚରା ପରେ ମଧ୍ୟ ଆଜି ବି ସିବିଆଇ ତଦନ୍ତ ଜାରି ରଖିଛି ।

ହାଥରସ ଘଟଣା
ହାଥରସ ଘଟଣା

ଲକ୍ଷ୍ନୌ: ଆଜି(ଗୁରୁବାର) ହାଥରସରେ ସିବିଆଇ ଯାଞ୍ଚର ତୃତୀୟ ଦିନ । ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ପରିଦର୍ଶନ କରିବା ପରେ ଦ୍ବିତୀୟ ଦିନରେ ପୀଡିତାଙ୍କ ପରିବାରକୁ ପଚରାଉଚରା ପରେ ମଧ୍ୟ ଆଜି ବି ସିବିଆଇ ତଦନ୍ତ ଜାରି ରଖିଛି । ସିବିଆଇ ଟିମ୍ ଅଭିଯୁକ୍ତଙ୍କ ପରିବାରକୁ ପଚରାଉଚରା କରୁଛି। ତେବେ ଅଭିଯୁକ୍ତଙ୍କ ପରିବାର ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ବୁଧବାର ସିବିଆଇ ଦ୍ବାରା କରାଯାଇଥିବା ପଚରାଉଚୁରା 6 ଘଣ୍ଟା 40 ମିନିଟ ଯାଏଁ ଚାଲିଥିଲା । ଘଟଣା ଘଟିବା ପରେ ପୀଡିତାଙ୍କୁ ପ୍ରଥମ ଥର ପାଇଁ ନିଆଯାଇଥିବା ଡାକ୍ତରଖାନାକୁ ମଧ୍ୟ ପରିଦର୍ଶନ କରାଯାଇଥିଲା। ଅନ୍ୟପକ୍ଷେ ସିବିଆଇ ହାଥରସରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ କରିଛି ।

ସିବିଆଇ ଟିମ୍ ଗୁରୁବାର ପୁଣି ଚାରି ଜଣ ଅଭିଯୁକ୍ତଙ୍କ ପରିବାରକୁ ଭେଟିଛନ୍ତି। ବର୍ତ୍ତମାନ ସିବିଆଇ ମଥୁରା କୋର୍ଟରେ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ କରିବ। ଏହି ମାମଲାରେ ସିବିଆଇ ଅଭିଯୁକ୍ତଙ୍କୁ ଜେଲରେ ପଚରାଉଚରା କରିପାରେ କିମ୍ବା ସେମାନଙ୍କୁ ହେପାଜତରେ ନେଇପାରେ। 14 ସେପ୍ଟେମ୍ବର ଘଟଣା ସମ୍ପର୍କରେ ସିବିଆଇ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିବ । ଯଦି ସିବିଆଇ ରିମାଣ୍ଡରେ ଆଣେ ତେବେ ଅଭିଯୁକ୍ତଙ୍କର ପଲିଗ୍ରାଫ୍ ପରୀକ୍ଷା ହୋଇପାରେ । ଏଥିପାଇଁ କୋର୍ଟରୁ ଅନୁମତି ନେବାକୁ ପଡିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.