ETV Bharat / bharat

ଉନ୍ନାଓ ମାମଲା: ସେପ୍ଟେମ୍ବର 9ସୁଦ୍ଧା ତଦନ୍ତ ଶେଷ ପାଇଁ ସିବିଆଇକୁ ନିର୍ଦ୍ଦେଶ

ଉନ୍ନାଓ ଗଣ ଦୁଷ୍କର୍ମ ମାମଲାରେ ସୋମବାର ଦିଲ୍ଲୀ କୋର୍ଟ ସିବିଆଇକୁ ସେପ୍ଟେମ୍ବର 9 ସୁଦ୍ଧା ତଦନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

author img

By

Published : Aug 27, 2019, 11:09 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ କୋର୍ଟ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ସିବିଆଇକୁ ସେପ୍ଟେମ୍ବର 9 ସୁଦ୍ଧା ତଦନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 2017ରେ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ଉନ୍ନାଓ ବିଧାୟକ କୁଲଦୀପ ସେଙ୍ଗର ମୁଖ୍ୟ ଅଭିଯୁକ୍ତ ଅଛନ୍ତି ।

ଏହି ମାମଲାରେ ତିନି ଅଭିଯୁକ୍ତ ଶୁଭମ ସିଂ, ନରେଶ ତିୱାରୀ ଓ ବ୍ରଜେଶ ଯାଦବ ଜେଲ୍‌ରୁ ବେଲରେ ଆସି ବାହାରେ ବୁଲୁଛନ୍ତି । ଏମାନଙ୍କ ବିରୋଧରେ ତଥ୍ୟ ସଂଗ୍ରହ ଓ ଯାଞ୍ଚ ପାଇଁ ଜିଲ୍ଲା ଦୌରାଜଜ ଧର୍ମେଶ ଶର୍ମା ତଦନ୍ତକାରୀ ଦଳ ଅଧିକ ତଦନ୍ତ କରିବା ପାଇଁ ମାଗିଥିବା ସମୟକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଏହା ସହ ଧର୍ମେଶ ଶର୍ମା ଏହି ମାମଲାରେ ପୀଡିତାଙ୍କ ମାଆଙ୍କ ବୟାନ ରେକର୍ଡ କରିଛନ୍ତି । ଇନ୍‌-କ୍ୟାମେରା ଶୁଣାଣି ସେସନ୍ସରେ ଧର୍ମେଶ ଶର୍ମା ଅଧ୍ୟକ୍ଷତା କରି ପୀଡିତାଙ୍କ ମାଆଙ୍କ ବୟାନ ରେକର୍ଡ କରିଛନ୍ତି। ଏହା ବ୍ୟତୀତ ସୁପ୍ରିମକୋର୍ଟ ଏହି ମାମଲା ସହ ଜଡିତ ଚାରିଗୋଟି ଅପରାଧ ସମ୍ବନ୍ଧୀୟ କେସ୍‌କୁ ଉତ୍ତରପ୍ରଦେଶରୁ ଦିଲ୍ଲୀ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି ।

ଏଥିରେ ଉନ୍ନାଓ ଗଣ ଦୁଷ୍କର୍ମ ଘଟଣା ଓ ପୀଡିତାଙ୍କ ପିତାଙ୍କ ରହସ୍ୟଜନକ ହାଜତ ମୃତ୍ୟୁ ମାମଲାରେ ରହିଛି । କୋର୍ଟ, ପୀଡିତାଙ୍କୁ ବଞ୍ଚାଇଥିବା ବ୍ୟକ୍ତିଙ୍କ ନାମ ଠିକଣା ଓ ତାଙ୍କ ପରିବାର ଓ ସାକ୍ଷୀ ପ୍ରମାଣ ଓ ଅନ୍ୟାନ୍ୟ ମାମଲାରେ ଖବରପ୍ରସାର ନକରିବା ପାଇଁ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜୁଲାଇ ୨୯ ତାରିଖରେ ଉତ୍ତର ପ୍ରଦେଶ ରାଏବରେଲି ଜିଲ୍ଲାରେ ପୀଡ଼ିତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାର ଭିତରେ ଥିବା ତାଙ୍କ ମାଉସୀ ଏବଂ ଖୁଡ଼ୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୀଡିତା ଓ ତାଙ୍କ ଓକିଲଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ।

Intro:Body:

yy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.