ETV Bharat / bharat

2016 ବିଜେପି କର୍ମୀ ହତ୍ୟା ମାମଲା: କଂଗ୍ରେସ ନେତାଙ୍କୁ 3 ଦିନ ରିମାଣ୍ଡରେ ନେବ ସିବିଆଇ

କର୍ଣ୍ଣାଟକରେ 2016 ବିଜେପି କର୍ମୀ ହତ୍ୟା ମାମଲା । କଂଗ୍ରେସ ନେତା ବିନୟ କୁଲକର୍ଣ୍ଣିଙ୍କୁ 3 ଦିନ ରିମାଣ୍ଡରେ ନେବ ସିବିଆଇ । ଅଧିକ ପଢନ୍ତୁ...

2016 ବିଜେପି କର୍ମୀ ହତ୍ୟା ମାମଲା
2016 ବିଜେପି କର୍ମୀ ହତ୍ୟା ମାମଲା
author img

By

Published : Nov 7, 2020, 10:45 AM IST

ବେଙ୍ଗାଲୁରୁ: 2016 ମସିହାରେ ବିଜେପି କର୍ମୀଙ୍କୁ ହତ୍ୟା କରିବା ମାମଲାରେ ଫସିଲେ କର୍ଣ୍ଣାଟକ କଂଗ୍ରେସ ନେତା ବିନୟ କୁଲକର୍ଣ୍ଣି । ଗିରଫ ପରେ ତିନି ଦିନିଆ ହେପାଜତକୁ ନେବ ସିବିଆଇ । ଶୁକ୍ରବାର ସ୍ଥାନୀୟ ଅଦାଲତ ତାଙ୍କୁ ତିନିଦିନ ପାଇଁ ସିବିଆଇ ହେପାଜତକୁ ପଠାଇବାକୁ ଅନୁମତି ଦେଇଛନ୍ତି ।

ଗୁରୁବାର 8 ଘଣ୍ଟାରୁ ଅଧିକ ସମୟ ଧରି ବିନୟଙ୍କୁ ସିବିଆଇ ଜେରା କରିବା ପରେ ଗିରଫ କରିଥିଲା । 2016 ମସିହାରେ ବିଜେପିର ପଞ୍ଚାୟତ ସଦସ୍ୟ ଯୋଗେଶଙ୍କୁ ହତ୍ୟା କରିବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ହତ୍ୟା ମାମଲାରେ ସମ୍ପୃକ୍ତି ଥିବାର ସୁରାକ ପାଇ ସିବିଆଇ ତାଙ୍କୁ ପ୍ରଥମେ ଜେରା କରିଥିଲା ପରେ ଗିରଫ କରିଥିଲା ।

ସିବିଆଇ ତାଙ୍କୁ ରିମାଣ୍ଡରେ ନେବାକୁ ସ୍ଥାନୀୟ କୋର୍ଟରେ ଆବେଦନ କରିଥିଲା । ପରେ କୋର୍ଟ ସମସ୍ତ ଦିଗକୁ ବିଚାରକୁ ନେଇ ରିମାଣ୍ଡ ପ୍ରଦାନ କରିଥିଲେ । ତେବେ ରିମାଣ୍ଡ ଶୁଣାଣି ସମୟରେ କୁଲକର୍ଣ୍ଣି ହିନ୍ଦଲଗା ଜେଲରେ ଥିବାରୁ ତାଙ୍କୁ ଆଜିଠାରୁ ସିବିଆଇ ହେପାଜତକୁ ନେବ ବୋଲି ଜଣାପଡିଛି ।

ଜେଲରେ କୌଣସି ବ୍ୟକ୍ତିକୁ ଅଭିଯୁକ୍ତଙ୍କ ସହିତ ସନ୍ଧ୍ୟା 6ଟା ପରେ ଭେଟିବାକୁ ସୁଯୋଗ ନଥିବାରୁ ସିବିଆଇ ଆଜି ତାଙ୍କୁ ହେପାଜତକୁ ନେବ ବୋଲି ସୂଚନା ମିଳିଛି । ସେପଟେ ଆଜି ବିନୟ କୁଲକର୍ଣ୍ଣିଙ୍କ ଜନ୍ମଦିନ ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିବାରୁ ନିଜ ସମର୍ଥକଙ୍କ ପାଇଁ ଫେସବୁକରେ ଦୁଃଖଦ ଭରା ମ୍ୟାସେଜ ଦେଇଛନ୍ତି ।

ଯେତେବେଳେ ମିଥ୍ୟା ନାଚେ କରେ, ସେତେବେଳେ ସତ୍ୟ କାନ୍ଦିଥାଏ ବୋଲି ସେ ଲେଖିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.