ETV Bharat / bharat

ଉନ୍ନାଓ ପୀଡିତାଙ୍କ କାର ଦୁର୍ଘଟଣା ମାମଲା: ଅଭିଯୁକ୍ତଙ୍କ ଚାଲିଛି ନାର୍କୋ ଟେଷ୍ଟ - ନାର୍କୋ ଟେଷ୍ଟ

ଉନ୍ନାଓ ପୀଡିତାଙ୍କ କାର ଦୁର୍ଘଟଣା ମାମଲାରେ ଦୁଇ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଓ କ୍ଲିନରଙ୍କ ନାର୍କୋ ଟେଷ୍ଟ ସହ ବ୍ରେନ ମ୍ୟାପିଙ୍ଗ କରାଇଛି ସିବିଆଇ ।

ଫାଇଲ ଫଟୋ
author img

By

Published : Aug 12, 2019, 4:51 PM IST

ଗାନ୍ଧୀନଗର: ଉନ୍ନାଓ ପୀଡିତାଙ୍କ କାର ଦୁର୍ଘଟଣା ମାମଲାରେ ଦୁଇ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଓ କ୍ଲିନରଙ୍କ ନାର୍କୋ ଟେଷ୍ଟ ସହ ବ୍ରେନ ମ୍ୟାପିଙ୍ଗ କରାଇଛି ସିବିଆଇ । ରବିବାର ଗାନ୍ଧିନଗର ଠାରେ ଏହି ଟେଷ୍ଟ କରାଯାଇଥିବା ବେଳେ ସୋମବାର ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡିଛି ।

ସିବିଆଇ ସୁତ୍ରରୁ ପ୍ରକାଶ ଯେ ନାର୍କୋ ଟେଷ୍ଟ ପାଇଁ ବିଶେଷଜ୍ଞ ମାନେ 90ଟି ପ୍ରଶ୍ନ ପ୍ରସ୍ତୁତ କରିଥିବା ବେଳେ ସେଥିରୁ ଅନେକ ପ୍ରଶ୍ନ ସିବିଆଇ ଅଭିଯୁକ୍ତଙ୍କୁ ପଚାରି ସାରିଛି । ଆହୁରି ଅନେକ ଗୁଡିଏ ବିଷୟରେ ପଚରା ଉଚରା ସଠିକ ଭାବେ ହୋଇ ପାରିନାହିଁ । ତେଣୁ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଙ୍ଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ଘଟଣା ଦିନ କାର ସହ ଟ୍ରକ ଧକ୍କା ହେବା ବେଳେ ଡ୍ରାଇଭର ଅଶୋକ କୁମାର ପାଲ ହିଁ ଗାଡି ଚଲାଉଥିଲେ । କ୍ଲିନର ମୋହନ ଶ୍ରୀନିବାସ ମଧ୍ୟ ସାଥିରେ ଥିଲେ ।

ଡ୍ରାଇଭର ଓ କ୍ଲିନରଙ୍କ ରିମାଣ୍ଡ ଆଗରୁ ତିନି ଦିନର ଥିଲା । ପରେ 14 ଅଗଷ୍ଟ ପର୍ଯ୍ୟନ୍ତ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ସେପଟେ ଅଗଷ୍ଟ 8 ତାରିଖ ସୁଦ୍ଧା ସିବିଆଇକୁ ଘଟଣାର ରିପୋର୍ଟ ତଲବ କରିବାର ଥିଲା । କିନ୍ତୁ ବର୍ତ୍ତମାନ 15 ଅଗଷ୍ଚ ସୁଦ୍ଧା ସିବିଆଇ ରିପୋର୍ଟ ଦେବ ବୋଲି ସୂଚନା ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.