ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ସଫଳତା । ସିବିଆଇ ଜାଲରେ ଖାଦ୍ୟ ଓ ଯୋଗାଣ ବିଭାଗର ଆସିଷ୍ଟାଣ୍ଟ କମିଶନର । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଯୋଗାଣ ବିଭାଗ ଆସିଷ୍ଟାଣ୍ଡ କମିଶନରଙ୍କ ସହ ଜଣେ କର୍ମଚାରୀଙ୍କୁ ଗିରଫ କରିଛି ସିବିଆଇ ।
ସୂଚନାଅନୁସାରେ,ଜଣେ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ ଅଭିଯୁକ୍ତ ତାଙ୍କୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଦୋକାନୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ତେବେ ଗୁରୁବାର ସିବିଆଇ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଯୋଗାଣ ବିଭାଗର ଆସିଷ୍ଟାଣ୍ଟ କମିଶନରଙ୍କ ସହ ଜଣେ କର୍ମଚାରୀଙ୍କୁ ଗିରଫ କରିଛି । ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
@IANS