ଲକ୍ଷ୍ନୌ: ପୁଣି ହାଥରସ ପୀଡିତାଙ୍କ ପରିବାରକୁ ପଚରାଉଚରା କଲେ ସିବିଆଇ । ଆଜି(ମଙ୍ଗଳବାର) ସିବିଆଇ ନିଜ କ୍ୟାମ୍ପ କାର୍ଯ୍ୟାଳୟକୁ ପୀଡିତାଙ୍କ ମା ଏବଂ ଭାଇକୁ ଡକାଇଥିଲା ।
ସିଆରପିଏଫ ଯବାନ ସେମାନଙ୍କୁ ସୁରକ୍ଷାର ସହ ସିବିଆଇ କ୍ୟାମ୍ପରେ ପହଞ୍ଚାଇଲେ । ଯେଉଁଠାରେ ଏହି ଘଟଣା ସମ୍ପର୍କରେ ସିବିଆଇ ସେମାନଙ୍କୁ ପଚରା ଉଚରା କରିଥିଲେ । ତେବେ ଏହା ପୂର୍ବରୁ ମଧ୍ୟ ସିବିଆଇ ପୀଡିତାଙ୍କ ପରିବାରକୁ ପଚରାଉଚରା କରିସାରିଛି । ପ୍ରକାଶ ଥାଉକି, ରବିବାର ସୁପ୍ରିମକୋର୍ଟ ପୀଡିତାଙ୍କ ପରିବାରର ସୁରକ୍ଷା ଦାୟିତ୍ବ ସିଆରପିଏଫକୁ ହସ୍ତାନ୍ତର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ