ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ଚିକିତ୍ସା ପାଇଁ କ୍ୟାସଲେସ ସୁବିଧା ଯୋଗାଇବାକୁ ମେଡିକାଲକୁ ଅନୁରୋଧ କରିଛି ଇନସୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ଆଇଆରଡିଏ) । ଏଥିସହ ଯେଉଁ ମେଡିକାଲ ଏହାକୁ ପାଳନ କରିବାରେ ଅବହେଳା କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆରଡିଏ ଚେତାବନୀ ଦେଇଛି ।
ସର୍ଭିସ ଲେଭଲ ଅଗ୍ରିମେଣ୍ଟ (ଏସଏଲଏ) ଅଧିନରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ସାଧାରଣ ଏବଂ ହେଲଥ୍ ବୀମା ତୁରନ୍ତ ରାଜ୍ୟ ଏବଂ ଅଞ୍ଚଳର ସରକାରଙ୍କ ଉପଯୁକ୍ତ ଏଜେନ୍ସିଙ୍କୁ ମେଡିକାଲ ଆଧାରରେ ରିପୋର୍ଟ କରାଯିବ ।
2016 ଆଇଆରଡିଏ ସ୍ବାସ୍ଥ୍ୟ ବିମା ଅନୁଯାୟୀ, ସାଧାରଣ ତଥା ସ୍ୱାସ୍ଥ୍ୟ ବୀମା କମ୍ପାନୀଗୁଡିକ ଭୌଗୋଳିକ ବିସ୍ତାରରେ ସରକାରୀ ତଥା ବେସରକାରୀ କ୍ଷେତ୍ର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ଚୁକ୍ତି କରିବେ ବୋଲି ଆଶା କରାଯାଉଛି ବୋଲି ଆଇଆରଡିଏ ଏକ ବିଜ୍ଞପ୍ତିରେ କହିଛନ୍ତି ।
ଯେଉଁଠାରେ ଏଭଳି ଏସଏଲଏ ମେଡିକାଲ ସହ ଯୋଡି ହୋଇଛି ଏଭଳି ସ୍ଥଳେ ମେଡିକାଲ ଲିସିଧାରୀଙ୍କ ସହ କୋରୋନା ଚିକିତ୍ସା ପାଇଁ କ୍ୟାସଲେସ ସୁବିଧା ଯୋଗାଇବା ଜରୁରୀ ଅଟେ ବୋଲି ଆଇଆରଡିଏ କହିଛି ।