ETV Bharat / bharat

କୋଭିଡ ନିୟମ ଉଲଙ୍ଘନ ମାମଲା, ଆପ୍‌ ବିଧାୟକଙ୍କ ନାଁରେ ହାଥରସ ପୋଲିସର ମାମଲା ରୁଜୁ

author img

By

Published : Oct 7, 2020, 11:29 AM IST

ମହାମାରୀ ନିୟମ ଉଲଙ୍ଘନ ମାମଲାରେ ଆପ୍‌ ବିଧାୟକ କୁଲଦୀପ କୁମାରଙ୍କ ବିରୋଧରେ ହାଥରସ ପୋଲିସର ମାମଲା ରୁଜୁ । ଅଧିକ ପଢନ୍ତୁ...

ମହାମାରୀ ନିୟମ ଉଲଙ୍ଘନ ମାମଲା, ଆପ୍‌ ବିଧାୟକଙ୍କ ବିରୋଧରେ ହାଥରସ ପୋଲିସର ମାମଲା ରୁଜୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ ପୋଲିସ ଦିଲ୍ଲୀ ଆପ୍‌ ବିଧାୟକ କୁଲଦୀପ କୁମାରଙ୍କ ବିରୋଧରେ ମହାମାରୀ ଆଇନ ଅନୁସାରେ ମାମଲା ରୁଜୁ କରିଛି । କୁଲଦୀପ କୁମାର ସେପ୍ଟେମ୍ବର 29 ତାରିଖରେ କୋଭିଡ୍‌ ପଜିଟିଭ୍‌ ଆସିଥିବାବେଳେ ଅକ୍ଟୋବର 4 ତାରିଖରେ ହାଥରସରେ ଥିବା ଭିଡିଓ ପୋଷ୍ଟ କରିଥିବା ଦର୍ଶାଇ ପୋଲିସ ମାମଲା ରୁଜୁ କରିଛି । ଏନେଇ ସୂଚନା ଦେଇଛନ୍ତି ହାଥରସ ଏସପି ।

କୋଭିଡ୍‌ ପଜିଟିଭ୍‌ ଥାଇ ବି ବିଧାୟକ ଜଣଙ୍କ ଏପରି କରିଥିବାରୁ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦିଲ୍ଲୀ ବିଜେପି ସଭାପତି କହିଛନ୍ତି ।

ସୂଚନାଥାଉକି, ହାଥରସ ଗଣଦୁଷ୍କର୍ମକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଅନେକ ନେତା ପୀଡିତାଙ୍କ ପରିବାରକୁ ଭେଟିବାକୁ ହାଥରସ ଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.