ଆଲିଗଡ: ଧାରା 144 ଉଂଲ୍ଲଘନ କରିବା ମାମଲାରେ ଉତ୍ତରପ୍ରଦେଶ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସର ବିନା ଅନୁମତିରେ ମହମବତୀ ଶୋଭାଯାତ୍ରା ବାହାର କରିଥିବା ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର 1200 ଛାତ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।
ସିଏଏକୁ ବିରୋଧ କରି 3 ଦିନ ପୂର୍ବରୁ ଏଏମୟୁର ଛାତ୍ରଛାତ୍ରୀ ପୋଲିସର ବିନା ଅନୁମତିରେ ମହମବତୀ ଶୋଭାଯାତ୍ରା ବାହାର କରିଥିଲେ । ଏ ନେଇ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ 1200 ଜଣଙ୍କ ବିରୋଧରେ ସିଭିଲ ଲାଇନ ଥାନାରେ ଧାରା 188 ଆଧାରରେ ମାମଲା ଦାଏର ହୋଇଛି ।