ପାଟନା: ନିର୍ଦ୍ଧିଷ୍ଟ ଧର୍ମକୁ ଟାର୍ଗେଟ କରି ଦେଇଥିବା ବୟାନକୁ ନେଇ ଓ୍ବାରିସ ପଠାନ ବିବାଦରେ । ବିହାରର ମୁଜାଫରପୁରର ସିଜେଏମ କୋର୍ଟରେ AIMIM ନେତା ଓ୍ବାରିସ ପଠାନଙ୍କ ସହ ଦଳର ମୁଖ୍ୟ ଅସଦ୍ଦୁଦିନ ଓଓ୍ବେସିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି ।
ରାଷ୍ଟ୍ରୀୟ ଭାବନା ଓ ଦେଶରେ ଅଶାନ୍ତି ସୃଷ୍ଟି ଉସୁକାଇବା ନେଇ ପଠାନ ଓ ଓଓ୍ବେସିଙ୍କ ସହରର ଅଧିବକ୍ତା ସୁଧୀର ଓଝା ମୁଜାଫରପୁରର ସିଜେଏମ କୋର୍ଟରେ ମାମଲା ରୁଜୁ କରିଛନ୍ତି । ଏହି ମାମଲାର ଶୁଣାଣି ପାଇଁ ମାର୍ଚ୍ଚ 4 ତାରିଖର ସମୟ ଦେଇଛନ୍ତି କୋର୍ଟ ।
ସେହିପରି ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଥିବା ବିଜେପି ନେତା ଗିରିରାଜ ସିଂହଙ୍କ ନାଁରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । 2ଟି ମାମଲାର ଶୁଣାଣି 4 ମାର୍ଚ୍ଚରେ କରିବେ ସିଜେଏମ କୋର୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ