ETV Bharat / bharat

ପ୍ରିୟଙ୍କାଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେବା ମାମଲା, ଟ୍ବିଟର ୟୁଜରଙ୍କ ନାଁରେ ମାମଲା - case against tweeter user for threat message against priyanka gandhi vadra

କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଗୁଳି ଚଳାଇବାର ଧମକ ଦେଇ ଜଣେ ଟ୍ୱିଟର ୟୁଜରଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

ପ୍ରିୟଙ୍ଗା ଗାନ୍ଧୀଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ଟ୍ବିଟର ୟୁଜରଙ୍କ ନାଁରେ ମାମଲା ରୁଜୁ

author img

By

Published : Apr 20, 2020, 2:19 PM IST

ଲକ୍ଷ୍ନୌ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଗୁଳି ଚଳାଇବାର ଧମକ ଦେଇ ଜଣେ ଟ୍ୱିଟର ୟୁଜରଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଉତ୍ତରପ୍ରଦେଶ ବସ୍ତିରେ କଂଗ୍ରେସ କର୍ମୀ ପଙ୍କଜ ଦ୍ୱିବେଦୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗକୁ ଭିତ୍ତି କରି ଆଇପିସିର ଧାରା 506 ଏବଂ ଆଇଟି ଆକ୍ଟର ଧାରା 66 ଅନୁଯାୟୀ ପଞ୍ଜୀକୃତ ହୋଇଛି ବୋଲି ସେମାନେ କହିଛନ୍ତି ।

ଅଭିଯୋଗକାରୀଙ୍କ କହିବାନୁସାରେ, ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଚିଠି ଉପରେ ଏକ ଖବର ରିପୋର୍ଟ ପୋଷ୍ଟ କରିଥିଲେ । ତାଙ୍କ ଟ୍ୱିଟରେ ପ୍ରତିକ୍ରିୟା ପ୍ରକାଶ କରି ଅଭିଯୁକ୍ତ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଧମକପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରିଥିବା ଅଭିଯୋଗ ହୋଇଛି।

ଶ୍ରୀ ଦ୍ୱିବେଦୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଏହି କାର୍ଯ୍ୟ ଅପରାଧ ଶ୍ରେଣୀ ଅଧୀନରେ ଆସିଛି ତେଣୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ୟୁପି କଂଗ୍ରେସ (ଗଣମାଧ୍ୟମ ବିଭାଗ)ର ସଂଯୋଜକ ଲାଲାନ କୁମାର କହିଛନ୍ତି ଯେ ଏହି ଘଟଣାକୁ ଦୁଇ ଦିନ ବିତିଗଲାଣି କିନ୍ତୁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.