ETV Bharat / bharat

କାର ଧକ୍କାରେ 20ଟି ବାଇକ ଚୁରମାର, ଭିଡ଼ିଓ ଭାଇରାଲ - ଭିଡ଼ିଓ ଭାଇରାଲ

ତାମିଲନାଡ଼ୁର ତିରୁଚେଙ୍ଗୋଡ଼େ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାର ଭିଡ଼ିଓ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି । ସେପଟେ ଏହି ଦୁର୍ଘଟଣାରେ ପାଖାପାଖି 20ଟି ବାଇକ ଚୁରମାର ହୋଇଥିବା ବେଳେ 4 ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 1, 2019, 8:38 PM IST

ଚେନ୍ନାଇ: ତାମିଲନାଡ଼ୁର ତିରୁଚେଙ୍ଗୋଡ଼େ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଉ ଏହି ସଡ଼କ ଦୁର୍ଘଟଣାର ଭିଡ଼ିଓ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଗୋଟିଏ କାର ଦ୍ରୁତ ଗତିରେ ଆସି ପାର୍କିଂ ହୋଇଥିବା କିଛି ବାଇକ ସହିତ 4 ଜଣଙ୍କୁ ଧକ୍କା ଦେଇ ସେଠାରୁ ପଳାଇ ଯାଉଥିବାର ଦୃଶ୍ୟ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ।

ଦୁର୍ଘଟଣାର ଦୃଶ୍ୟ

ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣାଟି ଗତକାଲି (ବୁଧବାର) ସନ୍ଧ୍ୟା 6.45 ମିନିଟରେ ତାମିଲନାଡ଼ୁ ନାମକାଲ ଜିଲ୍ଲାର ତିରୁଚେଙ୍ଗୋଡେ ଅଞ୍ଚଳର ଇଷ୍ଟ କାର ଷ୍ଟ୍ରିଟରେ ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ଛାତ୍ରୀ ସହିତ ମୋଟ 4 ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି । ଏହା ସହିତ ଦୁର୍ଘଟଣାରେ ପାଖାପାଖି 20ଟି ବାଇକ ଭାଙ୍ଗି ଚୁରମାର ହୋଇଯାଇଛି ।

ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ ଦ୍ରୁତ ଗତିରେ ଆସୁଥିବା ସମୟରେ କାର ଆଗ ଚକ ଫାଟି ଯାଇଥିଲା । ଫଳରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ମନୋହର(45 ) କାନନ(45), ଚେଲକୁମାର(19) ଏବଂ ସର୍ବେଶ୍ବରୀ(17) ।

ଆହତମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ସ୍ଥାନୀୟ ଏକ ବେସରକାରୀ କଲେଜର ଜଣେ ଅଧ୍ୟାପକ ଚଳାଉଥିଲେ । ଘଟଣାର ତଦନ୍ତ କରୁଥିବା ପୋଲିସ କହିଛନ୍ତି ଯେ ଆମେ ତାଙ୍କୁ ଅଟକ ରଖିଛୁ । ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.