ଭୋପାଳ: କଲଭର୍ଟ ପାର ହେଉଥିବା ସମୟରେ ଭାସିଗଲା କାର । ଗାଡିରେ ଥିବା ଦୁଇ ବ୍ୟକ୍ତି ମଧ୍ୟ ପାଣିର ପ୍ରଖୋର ସ୍ରୋତରେ ଭାସି ଯାଇଛନ୍ତି । ମଧ୍ୟପ୍ରଦେଶ ଦେବସ ଅଞ୍ଚଳର ଚନ୍ଦନ ଗାଁରେ ଘଟିଛି । ମଧ୍ୟପ୍ରଦେଶରେ ଗତ କିଛି ଦିନ ପ୍ରବଳ ବର୍ଷା ଜାରି ରହିଛି । ରାସ୍ତାଘାଟ ସବୁଠି ବନ୍ୟା ଜଳ ପ୍ରବାହିତ ହେଉଛି ।
ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଦୁଇ ବ୍ୟକ୍ତି ପ୍ରବଳ ମଦ୍ୟପାନ କରି ଥିବାରୁ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ। ଘଟଣାସ୍ଥଳରେ ପୋଲିସ ଟିମ ମଧ୍ୟ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ହେଲେ ବର୍ଷା ଯୋଗୁ କଲଭର୍ଟରେ ପ୍ରବଳ ଜଳ ପ୍ରବାହ ଜାରି ରହିଛି । ଯେଉଁଥି ପାଇଁ ସେମାନଙ୍କୁ ବଞ୍ଚାଇ ପାରିନଥିଲେ । ତେବେ ଏବେ ବି ପୋଲିସ ସେମାନଙ୍କ ସନ୍ଧାନରେ ଲାଗିଛି ।