ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଦେଶ ପାଳିବ 74 ତମ ସାଧାରଣତନ୍ତ୍ର ଦିବସ। ଚଳିତ ବର୍ଷ ଭାରତୀୟ ସେନାର କ୍ୟାପଟେନ ଭାବେ ତାନିଆ ସେରଗିଲ ପ୍ରଥମ ମହିଳା ପରେଡ ଆଡଜୁଟାଣ୍ଟ ଭାବେ ଆର୍ମି ପରେଡର ଦାୟିତ୍ବ ଗ୍ରହଣ କରିବେ।
ଖବର ଅନୁଯାୟୀ, ଆର୍ମି ଡେ ପରେଡ ଜାନୁୟାରୀ 15 ତାରିଖରେ ଅନୁଷ୍ଠିତ ହେବ। ଏହି ପରେଡ କରିବାର ସମସ୍ତ ଦାୟିତ୍ବ ଜଣେ ଆଡଜୁଟାଣ୍ଟ ଭାବେ ସେରଗିଲ ଗ୍ରହଣ କରିବେ।
ଗତବର୍ଷ କ୍ୟାପଟେନ ଭଗାନା କସ୍ତୁରୀ ପ୍ରଥମ ମହିଳା ଅଫିସର ଭାବେ ମୁଖ୍ୟ ଭୂମିକା ଗ୍ରହଣ କରି ସମସ୍ତ ପୁରୁଷ କଣ୍ଟିନଜେଣ୍ଟଙ୍କୁ ସାଧାରଣତନ୍ତ୍ର ଦିବସରେ ପରେଡ କରାଇଥିଲେ।