ETV Bharat / bharat

କେନାବିସ ଡ୍ରଗ୍ସ ମାନସିକ ଅବସାଦର କାରଣ - ଲାଇଫଷ୍ଟାଇଲ ଖବର

କେନାବିସ ବା ଗଞ୍ଜେଇ ସେବନ କରୁଥିବା ଯୁବପିଢିଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଛି । ଏହା ବିନା ଗୋଟିଏ ବି ମୂହୂର୍ତ୍ତ କାଟିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇଥିଲା । ଅଧିକ ପଢନ୍ତୁ...

କେନାବିସ ଡ୍ରଗ୍ସ ମାନସିକ ଅବସାଦର କାରଣ
କେନାବିସ ଡ୍ରଗ୍ସ ମାନସିକ ଅବସାଦର କାରଣ
author img

By

Published : May 2, 2020, 10:14 PM IST

ୱାଶିଂଟନ: ଭାରତରେ ତମାଖୁ ଜାତୀୟ ଦ୍ରବ୍ୟ ଅଧିକ ମାତ୍ରାରେ ବ୍ୟବହାର ହୋଇଥାଏ । ଯାହାର କ୍ଷତିକାରକ ଦିଗ ସମ୍ପର୍କରେ ଆମେ ସମସ୍ତେ ଉଣା ଅଧିକେ ଜାଣିଛେ । ତେବେ ବିଦେଶରେ ବହୁଳ ବ୍ୟବହାର ହେଉଥିବା କେନାବିସ ଡ୍ରଗ୍ସ ମଧ୍ୟ ଭାରତର ଅନେକ ଜାଗାରେ ଯୁବପିଢିଙ୍କ ପସନ୍ଦ ପାଲଟିଛି । ବିଭିନ୍ନ ବର୍ଗର ଲୋକେ ଏହି ବେଆଇନ ଡ୍ରଗ୍ସ ସେବନ କରୁଥିବା ଦେଖାଯାଇଛି ।

ହେଲେ ଏହି କେନାବିସ ଶରୀର ପାଇଁ କେତେ କ୍ଷତି କରିଥାଏ ତାହା ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି । କାନାଡାରେ ଏକ ସଂସ୍ଥା ଦ୍ବାରା ଏହି ରିସର୍ଚ୍ଚ ହୋଇଥିଲା । ଏହାର ଫଳାଫଳ ଜର୍ଣ୍ଣାଲ ଅଫ ଆଡଭାନ୍ସ ଇନ ପ୍ରିଭେନଟିଭ ମେଡିସିନରେ ପ୍ରକାଶ ପାଇଥିଲା । ଏଥିରେ 336 କେନାବିସ ସେବନ କରୁଥିବା ଲୋକଙ୍କ ସହ 20 ହଜାର 441 କେନାବିସ ମୁକ୍ତ ଲୋକଙ୍କୁ ନିଆଯାଇ ରିସର୍ଚ୍ଚ କରାଯାଇଥିଲା ।

ଏଥିରେ ଦେଖାଯାଇଥିଲା ଯେ କେନାବିସ ସେବନ କରୁଥିବା ଯୁବପିଢିଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଛି । ଏହା ବିନା ଗୋଟିଏ ବି ମୂହୂର୍ତ୍ତ କାଟିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇଥିଲା । ଏହାସହ ସେମାନଙ୍କ ଶାରୀରିକ ସ୍ବାସ୍ଥ୍ୟ ଓ ମାନସିକ ଅବସ୍ଥା ବିଗିଯାଇଥିଲା । କିଛି ପିଲା ମାନସିକ ଅବସାଦର ଶିକାର ହେବା ଦେଖାଯାଇଥିଲା । ଏହା ଉପରେ ଯେଉଁମାନେ ନିର୍ଭର କରୁଥିଲେ ସେମାନଙ୍କ ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ରୂପେ ଖରାପ ହୋଇଯାଇଥିଲା । ଭାରତ ଭଳି ଦେଶରେ ଯେଉଁଠି ଡ୍ରଗ୍ସ କବଳରେ ଅଧିକ ଯୁବକ ପଡୁଛନ୍ତି ସେଟାରେ ଏହି ଖବର ନିଶ୍ଚୟ ଚିନ୍ତାଜନକ । ଏହାଦ୍ବାରା ଆମେ ଭବିଷ୍ୟତ ପିଢିକୁ ବିପଦ ମୁହଁକୁ ଠେଲି ଦେଉଛୁ ।

ରିପୋର୍ଟ ଅନୁସାରେ ଯେଉଁମାନେ ଏହାର ସେବନ କରୁନଥିଲେ ସେମାନ ଖୁବ ଭଲ ଥିଲେ । ସେମାନଙ୍କ ମାନସିକ ଅବସ୍ଥା ଚତ୍ମକାର ଥିଲା । ତେବେ କେନାବିସ ଉପରେ ନିର୍ଭରଶୀଳ ବ୍ୟକ୍ତି କେବେହେଲେ ଖୁସି ନଥିଲେ । ସେମାନେ ସବୁବେଳେ କୌଣସି କାରଣରୁ ଦୁଃଖୀ ରହୁଥିଲେ । ଜୀବନରେ ସବୁବେଳେ ଏମାନେ ଅସନ୍ତୁଷ୍ଟ ଥିଲେ । ସେମାନଙ୍କ ସାମାଜିକ ସମ୍ପର୍କ ମଧ୍ୟ ଭଲ ନଥିଲା । ତେବେ ଏହା ଭିତରେ ଗୋଟିଏ ଖୁସି ଖବର ଥିଲା ଯେ କେନାବିସରୁ ମୁକ୍ତି ପାଉଥିବା ଲୋକଙ୍କ ମଧ୍ୟରେ ପୁରୁଷ ଅପେକ୍ଷା ମହିଳାମାନେ ଖୁବଶୀଘ୍ର ଆରୋଗ୍ୟ ଲାଭ କରୁଥିଲେ । ଏମାନଙ୍କ ମଧ୍ୟରେ ସୁସ୍ଥ ହେବା ପାଇଁ ଅଧିକ ଆଗ୍ରହ ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.