ETV Bharat / bharat

UPSC ସିଭିଲ୍ ପ୍ରିଲିମନାରୀ ପାଇଁ ପରୀକ୍ଷାକେନ୍ଦ୍ର ନିଜେ ବାଛି ପାରିବେ ପ୍ରାର୍ଥୀ

ସର୍ବଭାରତୀୟ ପ୍ରଶାସନିକ ସେବା ତଥା ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ନିଜେ ବାଛି ପାରିବେ ପ୍ରାର୍ଥୀ । ଏନେଇ ଅନୁମତି ଦେଇଛି ୟୁପିଏସସି । ଅଧିକ ପଢନ୍ତୁ...

author img

By

Published : Jul 1, 2020, 10:35 PM IST

ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ପାଇଁ ପରୀକ୍ଷାକେନ୍ଦ୍ର ନିଜେ ବାଛି ପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ଅକ୍ଟୋବର 4 ରେ ଧାର୍ଯ୍ୟ ହୋଇଥିବା ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ନିଜ କେନ୍ଦ୍ର ପରିବର୍ତ୍ତନ କରିବାକୁ ଅନୁମତି ଦେଲା ୟୁପିଏସସି । UPSC ସିଭିଲ୍(ପ୍ରିଲିମନାରୀ), IFS(ମେନ୍) ପରୀକ୍ଷା ପ୍ରାର୍ଥୀ ଏବଂ ସେମାନଙ୍କ ଦ୍ବାରା ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ କରାଯାଇଥିବା ଅନୁରୋଧକୁ ଦୃଷ୍ଟିରେ ରଖି ଆୟୋଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହା ବ୍ୟତୀତ ସିଭିଲ ସର୍ଭିସ୍‌ (ମୁଖ୍ୟ) ପରୀକ୍ଷା, 2020 ଏବଂ ଭାରତୀୟ ବନ ସେବା (ମୁଖ୍ୟ) ପରୀକ୍ଷା, 2020 ପାଇଁ କେନ୍ଦ୍ର ପରିବର୍ତ୍ତନର ବିକଳ୍ପ ମଧ୍ୟ ଉପଲବ୍ଧ ଥିବା ୟୁପିଏସସି ପକ୍ଷରୁ କୁହାଯାଇଛି । ୟୁପିଏସସି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ପ୍ରାର୍ଥୀଙ୍କୁ ୟୁପିଏସସି ୱେବସାଇଟକୁ ଯାଇ ଆବଶ୍ୟକସ୍ଥଳେ ଉପରୋକ୍ତ ପରୀକ୍ଷା ପାଇଁ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ସମ୍ପର୍କରେ ବିବରଣୀ ମଧ୍ୟ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।

ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ପରିବର୍ତ୍ତନର ୱିଣ୍ଡୋ 2ଟି ପର୍ଯ୍ୟାୟରେ ସଂଚାଳିତ ହେବ । 7-13 ଜୁଲାଇ ପର୍ଯ୍ୟନ୍ତ ଏବଂ 20-24 ଜୁଲାଇ ପର୍ଯ୍ୟନ୍ତ ୟୁପିଏସସି ୱେବସାଇଟରେ ପାର୍ଥୀ ଏଥିପାଇଁ ଆବେଦନ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.