ETV Bharat / bharat

ନିର୍ବାଚନ ନ ଲଢିଲେ ଜୀବନ ହାରିବି

ନାମାଙ୍କନ ଖାରଜ ହେବାରୁ ଆତ୍ମହତ୍ୟା ଧମକ ଦେଲେ ପ୍ରାର୍ଥୀ ।  ଉତ୍ତରପ୍ରଦେଶ ଧୌରହରା ଲୋକସଭା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

author img

By

Published : Apr 20, 2019, 11:31 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଲକ୍ଷ୍ନୌ: ନାମାଙ୍କନ ଖାରଜ ହେବାରୁ ଆତ୍ମହତ୍ୟା ଧମକ ଦେଲେ ପ୍ରାର୍ଥୀ । ଉତ୍ତରପ୍ରଦେଶ ଧୌରହରା ଲୋକସଭା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ସମାଜ ପାର୍ଟିର ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଯାଞ୍ଚ ପରେ ତାଙ୍କ ନାମାଙ୍କନ ଖାରଜ ହୋଇଥିଲା । ଯାହାକୁ ସେ ସହଜରେ ଗ୍ରହଣ କରିପାରିନଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଥିଲେ।

କାର୍ଯ୍ୟାଳୟ ସାମ୍ନାରେ ଥିବେ ଗଛରେ ଚଢିଯାଇଥିଲେ ସେ । ଏହା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ତେବେ ବ୍ୟକ୍ତିଙ୍କ ଏଭଳି କାର୍ଯ୍ୟକୁ ଦେଖି ସେଠାକୁ ପୁଲିସ୍‍ ଫୋର୍ସ ଡକାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାର୍ଥୀଙ୍କୁ ଗଛରୁ ତଳକୁ ଓହ୍ଲାଇଥିଲା।

ସୂଚନାଯୋଗ୍ୟ ଯେ, ଧୌରହରା ଲୋକସଭା ଆସନରେ ନିର୍ବାଚନ ପାଇଁ ଦିନକ ପୂର୍ବରୁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିଲା । ତେବେ ଯାଞ୍ଚ ପରେ ଆଜି 7 ଜଣଙ୍କ ନାମାଙ୍କନ ଖାରଜ ହୋଇଥିଲା ।

Intro:Body:

chjujkiuklioloiu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.