ETV Bharat / bharat

ଲକଡାଉନ ନେଲା ଜୀବନ, ପୋଲିସ ଷ୍ଟେସନ ପରିସରରେ ଯୁବକଙ୍କ ଆତ୍ମହତ୍ୟା - man sucide during luckdown

ଲକଡାଉନ ନିୟମ ଭାଙ୍ଗି ଗିରଫ ହେବାରୁ ଯୁବକଙ୍କ ଆତ୍ମହତ୍ୟା। ଆନ୍ଧ୍ରପ୍ରଦେଶର ବାପାଟ୍ଲା ପୋଲିସ ଷ୍ଟେସନ ପରିସରରେ ଜଣେ ଯୁବକ ଏପରି ଆତ୍ମହତ୍ୟା କରିଛନ୍ତି । ଅଧିକ ଖବର ପଢନ୍ତୁ...

luckdown
ଲକଡାଉନ ନେଲା ଜୀବନ
author img

By

Published : Apr 3, 2020, 8:35 AM IST

ଅମରାବତୀ: ଲକ ଡାଉନ ନେଲା ଜୀବନ। ଆନ୍ଧ୍ରପ୍ରଦେଶର ବାପାଟ୍ଲା ପୋଲିସ ଷ୍ଟେସନ ପରିସରରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାମ ଶ୍ରୀନିବାସ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଶ୍ରୀନିବାସ ଆନ୍ଧ୍ରପ୍ରଦେଶ କ୍ରୀଷ୍ଣା ଜିଲ୍ଲାର କାଇକଲୁରୁ ଅଞ୍ଚଳର ବାସିନ୍ଦା ଅଟନ୍ତି । ସେ ତିରୁପତିରେ କାର୍ଯ୍ୟ କରୁଥିଲେ। ତେବେ କୋରୋନା ଭାଇରସ କାରଣରୁ ସମଗ୍ର ଦେଶରେ ଲକ ଡାଉନ ଲାଗୁ କରାଯାଇଥିବା ବେଳେ ଶ୍ରୀନିବାସ ତାଙ୍କ ଘର କାଇଲୁରୁ ଯିବା ପାଇଁ ବାହାରିଥିଲେ।

ସେହି ସମୟରେ ଗୁଣ୍ଟୁର ଜିଲ୍ଲାର ବାପାଟ୍ଲା ପୋଲିସ ତାଙ୍କୁ ଗିରଫ କରି ମାଡ ମାରିବା ସହ ଅପମାନ କରିଥିଲେ। ଏହାପରେ ଶ୍ରୀନିବାସ ନିଜ ମୋବାଇଲରେ ଏକ ସେଲ୍ଫି ନେବା ସହ ଏକ ଭିଡିଓ ବନାଇଥିଲେ। ଯେଉଁଥିରେ ସେ ତାଙ୍କ ଆତ୍ମହତ୍ୟାର କାରଣ ପୋଲିସକୁ ଦର୍ଶାଇ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.