ETV Bharat / bharat

'ଅତୀତର ଏକାଡେମିକ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାସ୍ କରିଦିଆଯାଉ' - କୋରୋନା ମହାମାରୀ

କୋରୋନା ମହାମାରୀ ସମୟରେ ପରୀକ୍ଷା କରିବା ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ । ୟୁଜିସି ଛାତ୍ର ଏବଂ ଶିକ୍ଷାବିତଙ୍କ ଅନୁରୋଧ ଶୁଣିବା ଉଚିତ । ପରୀକ୍ଷା ବାତିଲ କରି ଅତୀତର ଏକାଡେମିକ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ପଦୋନ୍ନତି ଦେବା ଉଚିତ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Jul 10, 2020, 4:09 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ସଂକ୍ରମଣ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ପରୀକ୍ଷା ଆୟୋଜନକୁ ବିରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅତୀତର ଏକାଡେମିକ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାସ୍ କରିଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ଶୁକ୍ରବାର ରାହୁଲ ଗାନ୍ଧୀ କହିଛନ୍ତି, କୋରୋନା ମହାମାରୀ ସମୟରେ ପରୀକ୍ଷା କରିବା ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ । ୟୁଜିସି ଛାତ୍ର ଏବଂ ଶିକ୍ଷାବିତଙ୍କ ଅନୁରୋଧ ଶୁଣିବା ଉଚିତ । ପରୀକ୍ଷା ବାତିଲ କରି ଅତୀତର ଏକାଡେମିକ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ପଦୋନ୍ନତି ଦେବା ଉଚିତ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ଏହା ସହିତ ଦେଶରେ କୋରୋନା ଭାଇରସ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ସପକ୍ଷରେ ଛାତ୍ରଛାତ୍ରୀଙ୍କ ପାଇଁ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ । ପରୀକ୍ଷାକୁ ବିରୋଧ କରି କଂଗ୍ରେସ ପକ୍ଷରୁ କୁହାଯାଇଛି, ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ୍ ଶିକ୍ଷା ଏବଂ ପରୀକ୍ଷାରେ ବସିବା ପାଇଁ ଇଣ୍ଟରନେଟ୍ ସଂଯୋଗ ଏବଂ ଉପକରଣ ଭଳି ସୁବିଧା ପାଇପାରିନାହାନ୍ତି । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ଉପଯୁକ୍ତ କି ବୋଲି ପ୍ରଶ୍ନ କରିଛି ଦଳ ।

ସୂଚନାଯୋଗ୍ୟ ଯେ, କୋରୋନା ସଙ୍କଟ ମଧ୍ୟରେ ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେଇଛି । ଏନେଇ ଗୃହ ମନ୍ତ୍ରାଳୟ କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବଙ୍କୁ ଚିଠି ଲେଖିଛି । ୟୁଜିସି ଗାଇଡଲାଇନ ଅନୁସାରେ ଫାଇନାଲ ପରୀକ୍ଷା ବା ଶେଷ ବର୍ଷର ପରୀକ୍ଷା କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ପରୀକ୍ଷା କରାଯିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା କୋଭିଡ କଟକଣା ମଧ୍ୟରେ ପରୀକ୍ଷା କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନଗୁଡିକ ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କରାଯାଇପାରିବ । ଅଫଲାଇନ ଓ ଅନଲାଇନରେ ପରୀକ୍ଷା କରାଯାଇପାରିବ । ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅସମ୍ପୂର୍ଣ୍ଣ ଥିବ ସେମାନେ ପରୀକ୍ଷା ଦେବା ବାଧ୍ୟତାମୂଳକ । ଯଦି କୌଣସି କାରଣ ବସତଃ ଛାତ୍ରଛାତ୍ରୀ ଶେଷ ସେମିଷ୍ଟାର ପରୀକ୍ଷା ଦେଇ ନପାରନ୍ତି, ଏଭଳି ସ୍ଥିତିରେ ପରବର୍ତି ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେଇ ପାରିବେ । ଏହି ବ୍ୟବସ୍ଥା କେବଳ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାଗୁ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.