ETV Bharat / bharat

ଗଂଜେଇ ଚାଷରୁ କୋଟି କୋଟି ଡଲାର ଉପାର୍ଜନ ପାଇଁ ରହିଥିବା ସୁଯୋଗରୁ ଭାରତ ଫାଇଦା ଉଠାଇ ପାରିବ କି? - ଇନ୍ଦ୍ର ଶେଖର ସିଂହ

ଗଂଜେଇ ଚାଷକୁ ନେଇ ରହିଥିବା ସୁବର୍ଣ୍ଣ ସୁଯୋଗକୁ ଆମେ ହାତଛଡ଼ା କରିଦେଇଛେ। ଭାରତର ମାରିଜୁଆନା କୁହାଯାଉଥିବା ଗଂଜେଇ ଚାଷର ବିକାଶ ସହିତ ଏହାର ଉପଯୁକ୍ତ ଯତ୍ନ ଭାରତ ପାଇଁ ଏଥିରୁ ଅନେକ ବ୍ୟାବସାୟିକ ଫାଇଦା ମିଳିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଅଧିକ ପଢନ୍ତୁ...

ଗଂଜେଇ ଚାଷରୁ କୋଟି କୋଟି ଡଲାର ଉପାର୍ଜନ ପାଇଁ ରହିଥିବା ସୁଯୋଗରୁ ଭାରତ ଫାଇଦା ଉଠାଇ ପାରିବ କି?

author img

By

Published : Aug 23, 2020, 9:31 AM IST

ମାର୍କେଟ ରିପୋର୍ଟର ଆକଳନ କହୁଛି କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ 2020 ଶେଷ ସୁଦ୍ଧା ନିଶା ସାମଗ୍ରୀ ମାରିଜୁଆନା ସହ ଜଡିତ ଶିଳ୍ପରୁ 15 ବିଲିଅନ ଡଲାରରୁ ଅଧିକ ଆୟର ଲକ୍ଷ୍ୟ ରହିଛି। ଏପରି ସ୍ଥିତିରେ ଭାରତରେ ହେଉଥିବା ବ୍ୟାପକ ଗଂଜେଇ ଚାଷକୁ ନେଇ ରହିଥିବା ସୁବର୍ଣ୍ଣ ସୁଯୋଗକୁ ଆମେ ହାତଛଡ଼ା କରିଦେଇଛେ। ଭାରତର ମାରିଜୁଆନା କୁହାଯାଉଥିବା ଗଂଜେଇ ଚାଷର ବିକାଶ ସହିତ ଏହାର ଉପଯୁକ୍ତ ଯତ୍ନ ଭାରତ ପାଇଁ ଏଥିରୁ ଅନେକ ବ୍ୟାବସାୟିକ ଫାଇଦା ମିଳିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି।

ଗଂଜେଇ ହେଉଛି ମାରିଜୁଆନାର ଭାରତୀୟ କିସମ ଏକ ବୃକ୍ଷ। ଏହାର ଚାଷ ପାଇଁ ଭାରତୀୟ ଉପମହାଦେଶ ପ୍ରତି ପ୍ରକୃତିର ଅନେକ ଅବଦାନ ରହିଛି। ଭାରତର ପ୍ରତ୍ୟେକ ଅଞ୍ଚଳରେ ଏଭଳି ବିଭିନ୍ନ କିସମର ନିଶାଯୁକ୍ତ ସାମଗ୍ରୀ ପ୍ରସ୍ତୁତ ହେଉଥିବା ବୃକ୍ଷଲତା ଯୁଗ ଯୁଗ ଧରି ରହିଆସିଛି। ଉପମହାଦେଶରେ ଆମର ପ୍ରଚଳିତ ସାମାଜିକ-ଅର୍ଥନୈତିକ ଜୀବନରେ ଏହା ଅନେକ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ବ୍ୟବହାର ହୋଇଥାଏ। ଆମୋଦପ୍ରମୋଦ ଏବଂ ଧାର୍ମିକ ବ୍ୟବହାର ବ୍ୟତୀତ ମାରିଜୁଆନା ଏବଂ ଗଂଜେଇ ଗଛର ପତ୍ର, ଡାଳ ଓ ଫୁଲ ଆଦି କୌଣସି ପ୍ରକାର କଷ୍ଟ ଲାଘବରୁ ଧ୍ୟାନମଗ୍ନ ହେବା ଯାଏଁ, ପରିଧାନ ତିଆରିରୁ ଆରମ୍ଭ କରି ଅନେକ ନିର୍ମାଣ ଯାଏଁ ଶତାଧିକ କାମରେ ଏହା ବ୍ୟବହୃତ ହୁଏ। ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ଗଂଜେଇ ଗଛର ଫୁଲ କେବଳ ବିଶାଳ ବରଫ ଖଣ୍ଡର ସାମାନ୍ୟ ଅଂଶ ମାତ୍ର, ଏହି ବୃକ୍ଷର ପ୍ରତିଟି ଭାଗ କୌଣସି ନା କୌଣସି ଶିଳ୍ପରେ ବ୍ୟବହୃତ ହୁଏ। କାନାବିସ ସାଟିଭା ବା ଏକପ୍ରକାର ଗଂଜେଇ ଚାଷ ଶସ୍ତା ଓ ଲାଭଜନକ ହେବା ସହିତ ଏଥିପାଇଁ କମ୍ ପରିମାଣରେ ପାଣି ଲାଗୁଥିବାରୁ ଏହା କପା ଚାଷ(କିଙ୍ଗ କଟନ୍) ପାଇଁ ଚ୍ୟାଲେଞ୍ଜ ସୃଷ୍ଟି

କରିସାରିଛି।

ଏହି ପ୍ରକାର ବୃକ୍ଷଲତାର ଉତ୍ପତ୍ତିକୁ ଯଦି ଭଲଭାବେ ନିରୀକ୍ଷଣ କରିବା, ତେବେ ଜାଣିାପାରିବା ଆମ ପାଖରେ ଏହାର କେତେ ଯେ ଭଣ୍ଡାର ଭରି ହୋଇ ରହିଛି। କିନ୍ତୁ ଏହାର ଉପଯୋଗ କରିବା ପାଇଁ ଅଦ୍ୟାବଧି କୌଣସି ଉଦ୍ୟମ କରାଯାଉନାହିଁ। ଏହା ଭିତରେ ରହିଥିବା ତନ୍ତୁ ଓ ଔଷଧୀୟ ଗୁଣର ବ୍ୟବହାର ପାଇଁ ଏହାକୁ ସଂରକ୍ଷଣ ଦିଗରେ ଭାରତରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ଏହାକୁ ଦୃଷ୍ଟିରେ ରଖି 1985 ସୁଦ୍ଧା ମାରିଜୁଆନା ସମସ୍ତ ସରକାରୀ ଲାଇସେନସପ୍ରାପ୍ତ ଦୋକାନରେ ଆଇନ ଅନୁମୋଦିତ ବିକ୍ରି ହୋଇ ଆସୁଥିଲା ଏବଂ ଭାଙ୍ଗ ଏବେ ବି ଭାରତରେ ଏପରି ବିକ୍ରି ହେଉଛି। ଆମେରିକାର ଚାପରେ ପଡ଼ି ଭାରତ ଫାଇବର, ଫୁଡ୍ ଏବଂ ମେଡିକାଲ କ୍ଷେତ୍ରରେ ଗଂଜେଇ ଗଛର ବ୍ୟବହାରିତା ଉପରେ ଦୃଷ୍ଟି ଦେବା ପରିବର୍ତ୍ତେ ଏହାକୁ ନିଷିଦ୍ଧ ଘୋଷଣା କରିଛି।

ଏହାଦ୍ବାରା ଏହାର ସଂରକ୍ଷଣ ତ ହୋଇପାରୁନାହିଁ, ବରଂ ଏହା ସାଧାରଣରେ ଏକ ବେଆଇନ ଓ ଅଦରକାରୀ ସାମଗ୍ରୀ ଭାବେ ଧାରଣା ବଢି ବଢି ଚାଲିଛି। ଏବେ ଆମେରିକା ଏହାକୁ ଆଇନସିଦ୍ଧ କରିବା ପାଇଁ ଚାଲିଥିବା ଅଭିଯାନର ନେତୃତ୍ବ ନେଉଛି ଏବଂ ଆମେରିକା ମାରିଜୁଆନା ଶିଳ୍ପରୁ ବିଲିଅନ୍ ବିଲିଅନ୍ଡ ଲାର ଉପାର୍ଜନ କରୁଛି ଏବଂ ବହୁସଂଖ୍ୟାରେ ଲୋକଙ୍କ ପାଇଁ ନିଯୁକ୍ତିର ସୁଯୋଗ ବି ସୃଷ୍ଟି କରୁଛି। ସେମାନେ ସବୁଠାରୁ ଅଧିକ ସଂଖ୍ୟାରେ ମାରିଜୁଆନା ଏବଂ ଗଂଜେଇ ସଂଗ୍ରହ କରିବା ସହିତ ଏହାର ପେଟେଣ୍ଟ ମଧ୍ୟ କରୁଛନ୍ତି।

ମାରିଜୁଆନା ଦେଶର ଅନେକ ଭାଗରେ ପ୍ରାକୃତିକ ଭାବେ ଉତ୍ପନ୍ନ ହୋଇଥାଏ ଏବଂ ଆଉ କିଛି ଅଞ୍ଚଳରେ ନିଶା ସାମଗ୍ରୀ ଭାବେ ବ୍ୟବହାର ଲାଗି ଏହାର ବେଆଇନ ଚାଷ କରାଯାଇଥାଏ। ସୁତରାଂ ଏହାକୁ ନେଇ ବେଆଇନ କାରବାର ବଢିଥାଏ, ସରକାର ଓ ସମ୍ପୃକ୍ତ ଶିଳ୍ପ ବହୁ ସଂଖ୍ୟାରେ ରାଜସ୍ବ ହରାଇଥାନ୍ତି ଏବଂ ହିମାଚଳ ପ୍ରଦେଶ ଭଳି କିଛି ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଜେନେଟିକାଲି ମୋଡିଫାଏଚ(ଜିଏମ୍)ବିହନ ସହିତ ବିଦେଶୀ ବିହନର ସଂକ୍ରମଣ ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥାଏ।

ଯଦିଓ କେତେକ ରାଜ୍ୟ ବ୍ୟାବସାୟିକ ଭିତ୍ତିରେ ଗଂଜେଇ ଚାଷ ଏବଂ ଏଥିରୁ ପ୍ରସ୍ତୁତ ସାମଗ୍ରୀର କାରବାର ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି, ତଥାପି ଭାରତ ଆମେରିକାର ମାରିଜୁଆନା କାରବାରଠାରୁ ବହୁ ପଛରେ ଅଛି।

ସରକାର ଏ କ୍ଷେତ୍ରରେ ହସ୍ତକ୍ଷେପ କରି ଗଂଜେଇ ଏବଂ ମାରିଜୁଆନା ବିହନ ଉପରୁ କଟକଣା ଉଠାଇ ଏହାର ଗବେଷଣା ଏବଂ ବିକାଶ ଦିଗରେ କାମ କରିବା ଆବଶ୍ୟକ। ଭାରତୀୟ ବିହନ କମ୍ପାନିମାନଙ୍କୁ କଟକଣାମୁକ୍ତ କରି ଚାଷୀମାନଙ୍କ ସହିତ ମିଶି କିମ୍ବା ଗବେଷଣା କେନ୍ଦ୍ର ସ୍ଥାପନ କରି ଦେଶୀୟ ବିହନକୁ ନେଇ ପରୀକ୍ଷା ନିରୀକ୍ଷା ଏବଂ ଗବେଷଣା କରିବାକୁ ଅନୁମତି ଦେବା ଉଚିତ। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କେରଳ ଏବଂ ଉତ୍ତର-ପୂର୍ବର କିଛି ଅଂଶ ଏଥିପାଇଁ ପ୍ରକୃଷ୍ଟ କ୍ଷେତ୍ର ଭାବେ କାମ କରିପାରିବ। ଏହା ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିବା ସହ ବେଆଇନ କାରବାର ରୋକିପାରିବ। ଏହାର ବହୁଳ ଉପଯୋଗିତାକୁ ଦୃଷ୍ଟିରେ ରଖି ଭାରତୀୟ କୃଷି ଗବେଷଣା ପରିଷଦ(ICAR) ଏବଂ ରାଜ୍ୟ କୃଷି ବିଶ୍ବବିଦ୍ୟାଳୟଗୁଡ଼ିକ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଉପଲବଧ PGR ସମ୍ପର୍କରେ ବିସ୍ତୃତ ଯାଞ୍ଚ ହେବା ଉଚିତ୍। NBPGR ଏହି ପ୍ରାକୃତିକ ସମ୍ବଳର ଜୈବବିବିଧତାକୁ ସଂରକ୍ଷିତ କରି ରଖିବା ସହ ଭାରତରେ ଏହାର ବ୍ୟବହାରିତାକୁ ନେଇ ଶ୍ରେଣୀଭୁକ୍ତ କରିପାରିବ। ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଏହା ଉପରେ ଗବେଷଣା ପାଇଁ ଘରୋଇ ଏବଂ ସରକାରୀ ବ୍ୟଙ୍କଗୁଡ଼ିକର ମଧ୍ୟ ପ୍ରମୁଖ ଦାୟିତ୍ବ ରହିଛି। ବିଶ୍ବସ୍ତରରେ ପ୍ରସିଦ୍ଧି ଲାଭ ପାଇଁ ଭାରତୀୟ ବିହନ ଏବଂ PGRର ଯଥେଷ୍ଟ ସାମର୍ଥ୍ୟ ରହିଛି। ଏକ ବିକାଶମୂଳକ ବିହନ ରପ୍ତାନୀ ନୀତି ଦ୍ବାରା ଆମେ ବିଦେଶୀ ଗଂଜେଇ ଏବଂ ମାରିଜୁଆନା କମ୍ପାନିଗୁଡ଼ିକୁ ମଧ୍ୟ ‘ଭାରତରେ ନିର୍ମାଣ ଓ ଗବେଷଣା’ ପାଇଁ ଉତ୍ସାହିତ କରି ପାରିବା।

ଭାରତୀୟଙ୍କ ସହିତ ସହଭାଗିତା ଭିତ୍ତିରେ କେନ୍ଦ୍ର ସ୍ଥାପାନ ପାଇଁ ଭାରତ ସେମାନଙ୍କୁ ଅନୁମତି ଦେବା ଉଚିତ୍। ଇସ୍ରାଏଲ ଏବଂ ଜର୍ମାନୀ ହେଉଛନ୍ତି ଗଂଜେଇ ଫୁଲର ସବୁଠାରୁ ବଡ଼ ଆମଦାନୀକାରୀ ରାଷ୍ଟ୍ର। ଏହାକୁ କଟକଣାମୁକ୍ତ କରିବା ଦ୍ବାରା ଆମେ ଏହାର ପ୍ରମୁଖ ରପ୍ତାନିକାରୀ ହୋଇପାରିବା ଏବଂ ଚାଷୀ ଏବଂ ଶିଳ୍ପସଂସ୍ଥା ପାଇଁ ଏହା ଆୟ ବଢାଇବାରେ ସହାୟକ ହୋଇ ପାରିବ। ଆମକୁ ମାରିଜୁଆନା ଏବଂ ଗଂଜେଇକୁ ନେଇ ରପ୍ତାନିଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ହେବ, ଯାହାକି ଭାରତରେ ଆନୁଷଙ୍ଗିକ ଏବଂ ପ୍ରୋସେସିଂ ଶିଳ୍ପ ସ୍ଥାପନରେ ସହାୟକ ହୋଇପାରିବ।

ପ୍ରଥମେ ଆମକୁ ଅବକାରୀ ଆଇନରେ ପରିବର୍ତ୍ତନ କରି ଗଂଜେଇ ଚାଷ ଓ ପ୍ରକ୍ରିୟାକରଣକୁ ଅନୁମତି ପ୍ରଦାନ, ସେହିପରି ଅଫିମ ଓ ମାରିଜୁଆନା ଉପରେ ଗବେଷଣା ପାଇଁ ବ୍ୟବସ୍ଥା କରିବାକୁ ହେବ। କିନ୍ତୁ ଗଂଜେଇ ଚାଷ ଏବଂ ଗବେଷଣାକୁ ସମ୍ପୂର୍ଣ୍ଣ ଭାବେ କଟକଣାମୁକ୍ତ କରାଯିବା ଉଚିତ୍।ରାଜ୍ୟ ସରକାରମାନଙ୍କ ପାଖରେ ଏହା କରିବାକୁ ଆଇନଗତ କ୍ଷମତା ରହିଛି।

କପା ଚାଷ ପାଇଁ ଟନ୍ ଟନ୍ ସାର, କୀଟନାଶକ ଔଷଧ, ପାଣି ଆଦି ଅନେକ ଜିନିଷ ଆବଶ୍ୟକ ଥିବାରୁ ଭାରତ ବୟନ ଶିଳ୍ପ ପାଇଁ ଏହା ବଦଳରେ ଅଧିକ ଗଂଜେଇ ଚାଷ କରି ଏଥିରୁ ବାହାରୁଥିବା ତନ୍ତୁ ଉପ୍ତାଦନ କରିପାରିବ ଏବଂ ଏ କ୍ଷେତ୍ରରେ ଭାରତ ଏକ ପ୍ରମୁଖ କେନ୍ଦ୍ର ହୋଇପାରିବ। ଭାରତୀୟ ଜଳବାୟୁ ଏବଂ ମୃତ୍ତିକା ଦେଶବ୍ୟାପୀ ଗଂଜେଇ ଚାଷ ପାଇଁ ବେଶ୍ ଅନୁକୂଳ ଏବଂ ଚାଷୀ ବି ଏହାକୁ ଚାଷ କରି ଅଧିକ ଲାଭବାନ ହୋଇପାରିବେ। ଏହାଦ୍ବାରା ଦେଶରେ ବୟନ ଶିଳ୍ପ କେବଳ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ନରହି ଦେଶର ସବୁଠି ହୋଇପାରିବ। ପରିବେଶ ଏବଂ ବ୍ୟବସାୟିକ ଦୃଷ୍ଟିରୁ ଗଂଜେଇ ଗଛରୁ ବାହାରୁଥିବା ତନ୍ତୁ ବା ଫାଇବର ହେଉଛି କପାର ସର୍ବୋତ୍କୃଷ୍ଟ ବିକଳ୍ପ। ମୃତ୍ତିକା ଅବକ୍ଷୟ, ଜଳସ୍ତର କମିବା ଏବଂ ଚାଷୀ ଆତ୍ମହତ୍ୟା ବୃଦ୍ଧି ଯୋଗୁଁ କପାଚାଷ ପ୍ରତି ଚାଷୀ ବିମୁଖ ହେଉଛନ୍ତି। ବୟନ ଶିଲ୍ପ ମନ୍ତ୍ରାଳୟ ଗଂଜେଇ ତନ୍ତୁ ବ୍ୟବହୃତ ଟେକ୍ସଟାଇଲ ଉପରେ ଗବେଷଣା ଆରମ୍ଭ କରି ଏହା କିପରି ଚାଷୀଙ୍କ ଆୟ ବଢାଇପାରିବ ଏବଂ ବିଶ୍ବରେ ଗଂଜେଇ ତନ୍ତୁରୁ ବାହାରୁଥିବା କପଡ଼ା ଏବଂ ପୋଷାକ ନିର୍ମାଣରେ ଭାରତ ପ୍ରମୁଖ ନିର୍ମାତା ହୋଇପାରିବ ତାହା ପରୀକ୍ଷା ନିରୀକ୍ଷା କରିବା ଉଚିତ୍।

ଆମର ନିଜସ୍ବ ଜୈବବିବିଧତାରୁ ମିଳିଥିବା ଦାନକୁ ଗ୍ରହଣ କରି ଗଂଜେଇ ଏବଂ ମାରିଜୁଆନା ସାମଗ୍ରୀ ଉପ୍ତାଦନରେ ପ୍ରମୁଖ ସ୍ଥାନ ହାସଲ କରିବା ପାଇଁ ଭାରତୀୟ ଶିଳ୍ପ ଏବଂ ଚାଷୀଙ୍କ ନିକଟରେ ଅପାର ଶକ୍ତି ରହିଛି। କିନ୍ତୁ ସରକାର ଗଂଜେଇ ଚାଷକୁ କଟକଣାମୁକ୍ତ କରିବେ ନା ଆଉ ଏକ ବିଦେଶୀ କମ୍ପାନି ଆମର ଜୈବବିବିଧତାକୁ ନେଇ ପେଟେଣ୍ଟ କରିବ ଏବଂ ଏଥିରୁ ଫାଇଦା ଉଠାଇବ?

ଲେଖକ-ଇନ୍ଦ୍ର ଶେଖର ସିଂହ

(ନିର୍ଦେଶକ – ପଲିସି ଆଣ୍ଡ ଆଉଟରିଚ୍, ନ୍ୟାସନାଲ ସିଡ୍ ଆସୋସିଏସନ ଅଫ୍ ଇଣ୍ଡିଆ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.