ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଉପରେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କୌଣସି ବି ଚୀନ ସୈନ୍ୟ ଭାରତ ସୀମା ଭିତରେ ପଶିନାହାଁନ୍ତି ବୋଲି କେନ୍ଦ୍ର ସ୍ପଷ୍ଟ କରୁ ବୋଲି ସେ କହିଛନ୍ତି ।
ରାହୁଲ ଟ୍ବିଟ୍ କରି ଏହା କହିଛନ୍ତି । ସେ ଟ୍ବିଟ୍ରେ ଲେଖିଛନ୍ତି,‘କୌଣସି ଚୀନ ସୈନ୍ୟ ଭାରତ ସୀମା ଭିତରକୁ ପଶି ନଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିବେକି ?’
ସୂଚନାଥାଉକି, ପୂର୍ବରୁ ମେ 29 ତାରିଖରେ ରାହୁଲ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ସେହିପରି ସୀମାରେ କଣ ଚାଲିଛି ସେନେଇ ସରକାର ଲୋକଙ୍କୁ ଜଣାନ୍ତୁ ବୋଲି ସେ କହିଥିଲେ ।