ETV Bharat / bharat

ବାସ୍ତବରେ କ’ଣ କୋରୋନା ପ୍ରତିଷେଧକ ଟିକା ବାହାରି ପାରିବ ? - କୋଭିଡ-19 ଟୀକା

ସାରା ବିଶ୍ବରେ କୋରୋନା ତାର କାୟା ବିସ୍ତାର କରିଥିବାବେଳେ, ଅନେକ କମ୍ପାନୀ ଓ ବୈଜ୍ଞାନିକ ମାନେ କୋଭିଡ-19 ଟୀକା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଅଧିକ ପଢନ୍ତୁ...

ବାସ୍ତବରେ କ’ଣ କୋରୋନା ପ୍ରତିଷେଧକ ଟିକା ବାହାରି ପାରିବ ?

author img

By

Published : Jun 25, 2020, 3:43 PM IST

ନୋଭେଲ କୋରୋନା ଭାଇରସର ପ୍ରାଦୁର୍ଭାବ ସଂପର୍କରେ ଚୀନ ନିଶ୍ଚିତ ସୂଚନା ଦେବାର ପ୍ରାୟ ଛଅ ମାସ ବିତିଗଲାଣି । ସ୍ବଳ୍ପ ସମୟ ମଧ୍ୟରେ ଏହି ପ୍ରାଦୁର୍ଭାବ ଏକ ବିଶ୍ବ ମହାମାରୀରେ ପରିଣତ ହୋଇଛି ଏବଂ ସାରା ବିଶ୍ବକୁ ସଂକଟ ଭିତରକୁ ଠେଲି ଦେଇଛି । କୋଭିଡ-19 ସମସ୍ୟାର ସମାଧାନ ପାଇଁ ପ୍ରତିଷେଧକ ଟିକା ହିଁ ଏକମାତ୍ର ଉପାୟ ବୋଲି ବିଶ୍ବର ସବୁ ଦେଶରେ ବିଶ୍ବାସ କରାଯାଉଛି । ଭ୍ୟାକ୍‌ସିନ୍‌ ଆଲିଆନ୍ସ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ସେଠ ବର୍କଲେ କହିଛନ୍ତି ଯେ, କେବଳ ଏକ କାର୍ଯ୍ୟକ୍ଷମ ଏବଂ ସୁରକ୍ଷିତ ପ୍ରତିଷେଧକ ଟିକା ହିଁ ବିଶ୍ବରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିପାରିବ । କିନ୍ତୁ ଏହା ବୁଝିନେବା ଆବଶ୍ୟକ ଯେ ଏକ ପ୍ରତିଷେଧକ ଟିକା ପ୍ରସ୍ତୁତ କରିବାରେ ପ୍ରଚୁର ଅର୍ଥ ଓ ସମୟ ସଂଶ୍ଲିଷ୍ଟ । ପ୍ରସ୍ତୁତ ଟିକାକୁ ବିକାଶ-ଗବେଷଣା, ଆବିଷ୍କାର, ପ୍ରାକ-ଡାକ୍ତରୀ ପରୀକ୍ଷଣ, ଡାକ୍ତରୀ ପରୀକ୍ଷାନିରୀକ୍ଷା ଏବଂ ନିୟାମକ ସଂସ୍ଥାର ଅନୁମୋଦନ ପ୍ରଭୃତି ବିଭିନ୍ନ ପର୍ଯ୍ୟାୟ ଦେଇ ଯିବାକୁ ପଡ଼ିଥାଏ । ସାଧାରଣତଃ, ଏଭଳି ଭାବରେ ଟିକା ପ୍ରସ୍ତୁତ କରିବା ଲାଗି 8ରୁ 15 ବର୍ଷ ଲାଗିଥାଏ ।

କୋଭିଡ-19ର ପ୍ରତିଷେଧକ ଟିକା ଅପରିହାର୍ଯ୍ୟ ବୋଲି ଯଥାର୍ଥରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମତପ୍ରକାଶ କରିଛି । ବିଶ୍ବରେ ଏହି ସ୍ବାସ୍ଥ୍ୟ ସଂକଟ ପରବର୍ତ୍ତୀ ସମୟରେ ପ୍ରତିଷେଧକ ଟିକା ବାହାର କରିବା ଲାଗି ସାରା ବିଶ୍ବର ଗବେଷଣା ସଂସ୍ଥା ତତ୍ପର ହୋଇ ଉଠିଛନ୍ତି । 12ରୁ 18 ମାସ ମଧ୍ୟରେ ଏକ ପ୍ରତିଷେଧକ ଟିକା ବାହାର କରିବାରେ ସମର୍ଥ ହେବେ ବୋଲି ସେମାନେ ଆଶାବାଦୀ । କିନ୍ତୁ ତରବରିଆ ଭାବେ କୋରୋନା ଭାଇରସ ପ୍ରତିଷେଧକ ଟିକା ପ୍ରସ୍ତୁତ ଉଦ୍ୟମର ପ୍ରତିକୂଳ ପରିଣାମ ଉପୁଜିପାରେ ବୋଲି ‘ପ୍ରିଭେନଟିଭ ମେଡିସିନ’ ଏବଂ ‘ୱାଣ୍ଡରବିଲ୍ଟ ୟୁନିଭର୍ସିଟି ସ୍କୁଲ ଅଫ ମେଡିସିନ’ ଭଳି କେତେକ ସଂସ୍ଥା ଯୁକ୍ତି ଦର୍ଶାନ୍ତି । 2021ର ପ୍ରଥମ ଭାଗ ସୁଦ୍ଧା 30 କୋଟି କୋଭିଡ-19 ପ୍ରତିଷେଧକ ଟିକା ଉତ୍ପାଦନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ସଂଘୀୟ ସରକାର ‘ଅପରେସନ ୱାର୍ପ ସ୍ପିଡ’ ଆରମ୍ଭ କରିଛନ୍ତି ।

ଆନୁଷ୍ଠାନିକ ଭାବେ SARS-CoV-2 ନାମରେ ନାମିତ ଏହି ଭୂତାଣୁ ଚୀନ୍‌ର ୱୁହାନରେ ପ୍ରଥମେ 2019 ଡିସେମ୍ବରରେ ଠାବ କରାଯାଇଥିଲା । ଦୁଇ ମାସ ଭିତରେ ଆମେରିକା ଏବଂ ଚୀନ, ମାନବ ଶରୀରରେ କୋରୋନାଭାଇରସ୍‌ ପ୍ରତିଷେଧକ ଟିକାର ପରୀକ୍ଷଣ ଆରମ୍ଭ କରିଥିଲେ । ପ୍ରତିଷେଧକ ଟିକା ଗବେଷଣା କ୍ଷେତ୍ରରେ ଆମେରିକା, ଚୀନ, ମିଳିତ ଗଣରାଜ୍ୟ ଏବଂ ଜର୍ମାନୀର ଆଠଟି ସଂସ୍ଥା ଅଗ୍ରଣୀ ଭୂମିକା ନେଇଛନ୍ତି । ଟିକା ପ୍ରସ୍ତୁତିର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ହେଲା କ୍ଲିନିକାଲ ଟ୍ରାଏଲ ବା ଚିକିତ୍ସା କ୍ଷେତ୍ରରେ ପରୀକ୍ଷଣ । କାରଣ ଏଥିରୁ ହିଁ ଟିକାର କାର୍ଯ୍ୟକ୍ଷମତା ଏବଂ ନିରାପତ୍ତା ପ୍ରକାଶିତ ହୋଇଥାଏ ।

କୌଣସି ପ୍ରତିଷେଧକ ଟିକାର ନିରାପତ୍ତା, ଶୁଦ୍ଧତା, ନିହିତ ଶକ୍ତି ଏବଂ କାର୍ଯ୍ୟକ୍ଷମତା ପ୍ରଭୃତି ଦିଗ ସଂପର୍କରେ ସୁନିଶ୍ଚିତ ହେବା ପରେ ହିଁ ଯୁକ୍ତରାଷ୍ଟ୍ର ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (USFDA) ଏବଂ ବିଭିନ୍ନ ୟୁରୋପୀୟ ସଂସ୍ଥା ଏହାର ଉପଯୋଗିତାକୁ ଅନୁମୋଦନ କରିଥାଆନ୍ତି । mRNA-1273 ନାମକ ପ୍ରତିଷେଧକ ଟିକା ପ୍ରସ୍ତୁତି କ୍ଷେତ୍ରରେ ଏହାର ପ୍ରଗତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକାର ଏକ ବାୟୋଟେକ କମ୍ପାନୀ, ମଡର୍ଣ୍ଣା ଘୋଷଣା କରିଛି । ଜୁଲାଇ 2020ରେ ତୃତୀୟ ପର୍ଯ୍ୟାୟରେ 30,000 ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପରୀକ୍ଷଣ କରାଯିବ ବୋଲି କମ୍ପାନୀର ଚିଫ ମେଡିକାଲ ଅଫିସର ତାଲ ଜାକ୍ସ ଘୋଷଣା କରିଛନ୍ତି । ବିଶ୍ବସ୍ତରରେ କୋଭିଡ୍‌-19 ସଂକ୍ରମଣର ପ୍ରତିରୋଧ ପାଇଁ BNT162 ଟିକା ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ବାୟୋଏନଟେକ ସହିତ ମିଳିତ ଉଦ୍ୟମ ଚଳାଇଥିବା ଆମେରିକାର ଆଉ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର ଘୋଷଣା କରିଛି ।

ଅକ୍ଟୋବର ସୁଦ୍ଧା ସେମାନେ ପ୍ରତିଷେଧକ ଟିକା ପ୍ରସ୍ତୁତ କରିପାରିବେ ବୋଲି ଫାଇଜର କମ୍ପାନୀର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲବର୍ଟ ବୁର୍ଲା କହିଛନ୍ତି । ନିକଟରେ କୋଭିଡ-19 ପ୍ରତିଷେଧକ ଟିକା ପ୍ରସ୍ତୁତି ପାଇଁ ଏକ ଐତିହାସିକ ରାଜିନାମା ସମ୍ପାଦନ ସଂପର୍କରେ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଘୋଷଣା କରିଛନ୍ତି । ଚୀନର ସାଇନୋଭାକ ବାୟୋଟେକ ଦ୍ବାରା ପ୍ରସ୍ତୁତ ପ୍ରତିଷେଧକ ଟିକା କୋରୋନାଭାଇରସ ମାନବ ଶରୀରରେ ପରୀକ୍ଷଣ ପାଇଁ ଅନୁମୋଦନ ହାସଲ କରିଛି । କୋଭିଡ-19 ପ୍ରତିଷେଧକ ଟିକା ପ୍ରସ୍ତୁତ କରୁଥିବା ସଂପର୍କରେ ସାନୋଫି, ରୋସ, ଜନସନ ଆଣ୍ଡ ଜନସନ ଏବଂ ଜିଏସକେ ଭଳି ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ଘୋଷଣା କରିଛନ୍ତି । ‘ଟ୍ରାନ୍‌ସଲେସନାଲ ହେଲ୍‌ଥ ସାଇନ୍‌ସ ଆଣ୍ଡ ଟେକ୍‌ନୋଲୋଜି’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗଗନଦୀପ କାଙ୍ଗଙ୍କ କହିବା ଅନୁସାରେ, କୋରୋନା ଭାଇରସ୍‌ର ପ୍ରତିଷେଧକ ଟିକା ଅନ୍ବେଷଣ ଦୌଡ଼ରେ ଜାଇଡସ୍‌, କ୍ୟାଡିଲା, ସେରମ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ ଇମୁନୋଲୋଜିକାଲ୍ସ ଭଳି ବହୁ ଘରୋଇ କମ୍ପାନୀ ରହିଛନ୍ତି ।

ଉତ୍ପାଦନ କ୍ଷେତ୍ରରେ ବାଧ୍ୟବାଧକତା ଏବଂ ଲୁଚାଛପାରେ ମହଜୁଦ କରିବା ଯୋଗୁଁ ପ୍ରତିଷେଧକ ଟିକା ଯୋଗାଣ ସୀମିତ ହୋଇପାରେ ବୋଲି ଗବେଷକ ଓ ବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି । ଯେ କୌଣସି କମ୍ପାନୀ ପକ୍ଷରେ ସାରା ବିଶ୍ବର ଆବଶ୍ୟକତା ପୂରଣ କରୁଥିବା ପରିମାଣର ଟିକା ଯୋଗାଣ ଅସମ୍ଭବ । ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ 2009ର H1N1 ପ୍ରତିଷେଧକ ଟିକାର ଏକଚାଟିଆ ଉତ୍ପାଦନ ଚଳାଇଛନ୍ତି । କୋରୋନା କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତିର ପୁନରାବୃତ୍ତି ଘଟିପାରେ ବୋଲି ବିଶେଷଜ୍ଞମାନେ ଚିନ୍ତିତ । ଗରିବ ଓ ଧନୀ ରାଷ୍ଟ୍ରମାନଙ୍କୁ ସମାନ ଭାବରେ ପ୍ରତିଷେଧକ ଟିକା ଯୋଗାଣ ସୁନିଶ୍ଚିତ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚାହୁଁଛି ।

ରୋଗୀ ଚିକିତ୍ସାର ସମ୍ମୁଖ ଭାଗରେ କାର୍ଯ୍ୟରତ ମେଡିକାଲ କର୍ମଚାରୀ, ପାରାମେଡିକାଲ କର୍ମଚାରୀ, ବୟସ୍କ ଏବଂ ଅତି ଅଧିକ ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରତିଷେଧକ ଟିକା ପ୍ରଦାନ କରିବାକୁ ଅଧିକାଂଶ ଦେଶ ଚାହୁଁଛନ୍ତି । ପ୍ରତିଷେଧକ ଟିକାର ଦର ନିୟନ୍ତ୍ରଣ କରିବା ଲାଗି ସ୍ବାସ୍ଥ୍ୟସେବା ବିଶେଷଜ୍ଞମାନେ ସରକାର ଓ ଫାର୍ମା କମ୍ପାନୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏ କ୍ଷେତ୍ରରେ ସ୍ବଚ୍ଛ ଏବଂ ବସ୍ତୁନିଷ୍ଠ ଢଙ୍ଗରେ ପ୍ରାଥମିକତା ନିର୍ଦ୍ଧାରଣ କରିବା ଲାଗି ବିଶ୍ବର ସବୁ ଦେଶ ଏକ ‘ସଲିଡାରିଟି ପର୍ଚେଜିଂ କ୍ଲବ୍‌’ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଦରିଦ୍ର ଦେଶମାନଙ୍କ ସହାୟତା କରିବାକୁ ସେମାନେ ପ୍ରସ୍ତୁତ ବୋଲି ବିଲ ଆଣ୍ଡ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ବ ବ୍ୟାଙ୍କର ପ୍ରତିନିଧିମାନେ ଘୋଷଣା କରିଛନ୍ତି । ମାନବୀୟ ବୁଦ୍ଧିମତ୍ତା ସହିତ ମାନବିକତାର ସମ୍ମିଶ୍ରଣ ଘଟିଲେ ଆମେ ଏହି କୋଭିଡ-19 ବିରୋଧୀ ଯୁଦ୍ଧରେ ବିଜୟଲାଭ କରିପାରିବୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.