ETV Bharat / bharat

କୋରୋନା ପାଇଁ ପୋଲିଓ ଟୀକା କେତେ ଫଳପ୍ରଦ ?

author img

By

Published : Jun 19, 2020, 7:54 PM IST

ବୈଜ୍ଞାନିକମାନେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ କୋଭିଡ 19 ଜୀବାଣୁ ବିରୋଧରେ ଲଢିବା ପାଇଁ ନିରାପଦ ଏବଂ ପ୍ରଭାବଶାଳୀ ଟୀକା ରହିଛି । ଅଧିକ ପଢନ୍ତୁ..

କୋରୋନା ପାଇଁ ପୋଲିଓ ଟୀକା କେତେ ଫଳପ୍ରଦ ?
କୋରୋନା ପାଇଁ ପୋଲିଓ ଟୀକା କେତେ ଫଳପ୍ରଦ ?

ହାଇଦ୍ରାବାଦ: ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସ୍ ସଂକ୍ରମଣକୁ ରକ୍ଷା ପାଇବା ପାଇଁ କୌଣସି ଭ୍ୟାକସିନ ପ୍ରସ୍ତୁତ ହୋଇନି । ଯଦିଚ ସର୍ବଭାରତୀୟ ସ୍ତରରେ ଅନୁସନ୍ଧାନକାରୀମାନେ ଏହି ସଂକ୍ରମଣର ପ୍ରତିଷେଧକ ଭାବେ ପୋଲିଓ ଟିକା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ତଥାପି ଭାରତୀୟ ବୈଜ୍ଞାନିକମାନେ ଏହି ପରାମର୍ଶ ଅତ୍ୟନ୍ତ ସତର୍କତାର ସହ ଅବଲମ୍ବନ କରିଛନ୍ତି ।

ବାସ୍ତବରେ, ଏହା କୁହାଯାଉଛି ଯେ କୋଭିଡ 19ର ପାଇଁ ଟୀକା ପ୍ରସ୍ତୁତ କରିବାକୁ ଅତି କମରେ ଏକ ବର୍ଷ ସମୟ ଲାଗିଯିବ | ବୈଜ୍ଞାନିକମାନେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଏହି ଜୀବାଣୁ ବିରୋଧରେ ଲଢିବା ପାଇଁ ନିରାପଦ ଏବଂ ପ୍ରଭାବଶାଳୀ ଟୀକା ରହିଛି । । ଏହି ଟିକାଗୁଡିର ମଧ୍ୟରେ ପୋଲିଓ ଟିକା (ଓପିଭି) ଏବଂ ଆଣ୍ଟି-ଯକ୍ଷ୍ମା ବ୍ୟାସିଲସ୍ କାଲାମେଟେଗୁରିନ୍ (ବିସିଜି) ମଧ୍ୟ ଅନ୍ତର୍ଭୁକ୍ତ । ଏହି ଦୁଇଟି ଟୀକା ଭାରତୀୟ ଶିଶୁଙ୍କ ପାଇଁ ପ୍ରତିଷେଧକ ଅଭିଯାନର ଏକ ଅଂଶ ଭାବେ କାର୍ଯ୍ୟକରିବ ।

ଜାମ୍ମୁର ସିଏସ୍ଆର୍-ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିଗ୍ରେଟିଭ୍ ମେଡିସିନ୍ (CSIR-IIIM)ର ନିର୍ଦ୍ଦେଶକ ରାମ ବିଶ୍ବକର୍ମା କହିଛନ୍ତି, ଯଦି ଓପିଭି (OPV) ଲୋକଙ୍କୁ ଏହି ଜୀବାଣୁରୁ ରକ୍ଷା କରିପାରିବ, ତେବେ ଏହାକୁ ପରୀକ୍ଷା କରାଯିବା ଉଚିତ୍ ।

ଆମେରିକାର ଦୁଇ ଅନ୍ତର୍ଜାତୀୟ ବୈଜ୍ଞାନିକ ଶ୍ୟାମସୁନ୍ଦରାମ କୋଟଲି ଏବଂ ରୋବର୍ଟ ଗାଲୋ ମଧ୍ୟ ଏହି ଆନ୍ତର୍ଜାତୀୟ ଅନୁସନ୍ଧାନ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ,ପଲିୟାମିଲାଇଟିସ୍ ସଂକ୍ରମଣକୁ ରୋକିବା ପାଇଁ ବ୍ୟବହୃତ ଏହି ଟିକା 1950 ମସିହାରୁ ବ୍ୟବହୃତ ହୋଇଆସୁଛି ଏବଂ ଏହା ଅନ୍ୟାନ୍ୟ ଭାଇରାଲ୍ ସଂକ୍ରମଣର ପ୍ରତିକାରକ । ମାତ୍ର ସେ ଏହା ମଧ୍ୟ କହିଛନ୍ତି ଯେ ସାଧାରଣତଃ ଟୀକା ପ୍ରୟୋଗ କରି ଅନ୍ତର୍ନିହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରିବ ଏବଂ କୋରୋନା ସଂକ୍ରମଣରୁ ଅସ୍ଥାୟୀ ସୁରକ୍ଷା ପ୍ରଦାନ କରାଯାଇପାରିବ ।

ବିଶ୍ବକର୍ମାଙ୍କ ଅନୁଯାୟୀ, ଏହି ପୋଲିଓ ଟିକା ପ୍ରାରମ୍ଭିକ ଅବସ୍ଥାରେ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ସାହାଯ୍ୟ କରିପାରେ କିନ୍ତୁ ଗୁରୁତର ରୋଗୀଙ୍କ ଉପରେ ଏହା ପ୍ରଭାବଶାଳୀ ହେବନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.